ETV Bharat / state

ଜଳକଷ୍ଟରେ ଜର୍ଜରିତ ଗ୍ରାମବାସୀ; ଷ୍ଟାଣ୍ଡପୋଷ୍ଟ ଲାଗିଛି, ହେଲେ ପାଣି ଆସୁନି - Drinking Water Problem

Drinking Water Problem: ଦେବଗଡ ଜିଲ୍ଲା ରମ୍ଭେଇ ପଞ୍ଚାୟତର ଶିରୋଡ଼ିହି ଗ୍ରାମରେ ଗ୍ରୀଷ୍ମ ଋତୁ ଆରମ୍ଭରୁ ଦେଖାଦେଲାଣି ଜଳକଷ୍ଟ । ବୁନ୍ଦାଏ ପାଣି ପାଇଁ ହନ୍ତସନ୍ତ ହେଲେଣି ଗ୍ରାମବାସୀ । ଅଧିକ ପଢନ୍ତୁ

Drinking Water Problem
Drinking Water Problem
author img

By ETV Bharat Odisha Team

Published : Mar 14, 2024, 10:53 AM IST

Drinking Water Problem

ଦେବଗଡ: ଗ୍ରୀଷ୍ମ ଋତୁ ଆରମ୍ଭରୁ ଦେଖାଦେଲାଣି ଜଳକଷ୍ଟ । ବୁନ୍ଦାଏ ପାଣି ପାଇଁ ହନ୍ତସନ୍ତ ହେଲେଣି ଗ୍ରାମବାସୀ । ଲୋକଙ୍କୁ ପାଇପ ଜଳ ଯୋଗାଇବା ଲକ୍ଷ୍ୟରେ ତିନି ବର୍ଷ ହେଲା ଗାଁରେ ପାଇପ ଓ ଷ୍ଟାଣ୍ଡପୋଷ୍ଟ ବିଛାଯାଇଛି ହେଲେ ଏଥିରେ ଆସୁନି ପାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ରମ୍ଭେଇ ପଞ୍ଚାୟତର ଶିରୋଡ଼ିହି ଗ୍ରାମରେ ।

ତେବେ ଜିଲ୍ଲାର ବାରକୋଟ ବ୍ଲକ ରମ୍ଭେଇ ପଞ୍ଚାୟତର ଶିରୋଡ଼ିହି ଗ୍ରାମରେ ବସବାସ କରନ୍ତି 30ରୁ ଊର୍ଦ୍ଧ୍ବ ମୁଣ୍ଡା ଆଦିବାସୀ ପରିବାର । ଏହି ପରିବାରଙ୍କୁ ପାଇପ ପାନୀୟ ଜଳ ଯୋଗାଇ ଦିଆଯିବା ନିମନ୍ତେ ଆଜକୁ ତିନି ବର୍ଷ ହେଲା ଜିଲ୍ଲା ଜଳ ଯୋଗାଣ ବିଭାଗ ପକ୍ଷରୁ ଗ୍ରାମରେ ପାଇପ ବିଛାଯାଇଛି । ଘରେ ଘରେ ଲଗାଯାଇଛି ମାଳ ମାଳ ଷ୍ଟାଣ୍ଡପୋଷ୍ଟ । ମାତ୍ର ବିଡମ୍ବନା ଯେ ତିନି ବର୍ଷ ହେଲା ଗ୍ରାମବାସୀ ଜଳ ମୁନ୍ଦାଏ ପାଇଁ ଗାଁରେ ଲଗାଯାଇଥିବା ଷ୍ଟାଣ୍ଡପୋଷ୍ଟଗୁଡିକୁ ଚାତକ ଭଳି ଚାହିଁ ରହିଛନ୍ତି । ହେଲେ ଷ୍ଟାଣ୍ଡପୋଷ୍ଟରେ ଜଳ ଆସୁନି । ସେସବୁ କେବଳ ଲୋକଙ୍କୁ ଦେଖାଇବା ପାଇଁ ଲଗାଯାଇଥିବା ଅନୁମେୟ ହୋଇଛି ।

ସେହିପରି ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ସକାଶେ ଗ୍ରାମରେ ରହିଥିବା ଦୁଇଟି ନଳକୂପ ଦୀର୍ଘ ସମୟ ହେଲା ଅଚଳ ହୋଇ ପଡ଼ିଥିବା ବେଳେ, ସେଥିରୁ ପିଇବା ଉପଯୋଗୀ ପାଣି ଆଉ ବାହାରୁନାହିଁ । ନଳକୂପରୁ କିଛି ସମୟ ପରେ କାଦୁଅ ମିଶ୍ରିତ ଦୂଷିତ ପାଣି ବାହାରୁଥିବାରୁ ଏହି ପାଣିକୁ ବାଧ୍ୟ ହୋଇ ଲୋକେ ବ୍ୟବହାର କରି ନାନାଦି ରୋଗବ୍ୟାଧିରେ ପଡୁଛନ୍ତି ।

ଏହା ମଧ୍ୟ ପଢନ୍ତୁ- ପାଣି ପାଇଁ ରାସ୍ତାରୋକ, ହାଣ୍ଡି ମାଠିଆ ଧରି ପ୍ରତିବାଦ କଲେ ମହିଳା

ଗ୍ରାମ ଠାରୁ କିଛି ଦୂରରେ ଥିବା ସମସ୍ତ ନାଳ ଓ ପୋଖରୀ ଆଦିର ଜଳାଶୟ ଶୁଖି ଯାଇଥିବାରୁ ଗ୍ରାମର ଗୃହପାଳିତ ପଶୁ ମଧ୍ୟ ଜଳ ମୁନ୍ଦାଏ ପାଇପାରୁନାହାନ୍ତି । ଗ୍ରୀଷ୍ମ ପହିଲାରୁ ଏଠାରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି । ତେବେ ଗ୍ରାମରେ ପାଇପ ଜଳ ଯୋଗାଣ ନିମନ୍ତେ ଗ୍ରାମବାସୀ ସରପଞ୍ଚ ଠାରୁ ଆରମ୍ଭ କରି ବିଡ଼ିଓ ଏବଂ ଜଳ ଯୋଗାଣ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ ।

ବ୍ରାହ୍ମଣୀ ନଦୀରେ ହେଉଥିବା ମେଗା ପ୍ରୋଜେକ୍ଟ କାର୍ଯ୍ୟକାରୀ ହେଲେ ଗ୍ରାମକୁ ଜଳ ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ କେବଳ ପ୍ରତିଶୃତି ଦେଇ ଚାଲିଯାଉଛନ୍ତି । ତେବେ ବ୍ରାହ୍ମଣୀ ମେଗା ପ୍ରୋଜେକ୍ଟ କେବେ କାର୍ଯ୍ୟକାରୀ ହେବ ଓ ଜଳ ମୁନ୍ଦାଏ ପାଇବାକୁ ଗ୍ରାମବାସୀ ଆଉ କେତେଦିନ ଡହଳ ବିକଳ ହେବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଗ୍ରାମରେ ଦେଖାଦେଇଥିବା ଜଳ ସମସ୍ୟା ପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ପରିସ୍ଥିତି ଅଣାୟତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.