ETV Bharat / state

ପୋତି ହୋଇଛି ବ୍ରିଟିସ ଅମଳର ନାଜାର ନାଳ; ପ୍ରଶାସନ ସାଜିଛି ନିରବଦ୍ରଷ୍ଟା - bhadrak drainage problem

author img

By ETV Bharat Odisha Team

Published : Aug 2, 2024, 8:48 PM IST

BHADRAK DRAINAGE PROBLEM: ଭଦ୍ରକ ପୌରାଞ୍ଚଳରେ ଜଳବନ୍ଦୀ ସମସ୍ୟା । ନାଜାର ନାଳର ପୁନରୁଦ୍ଧାର ନହେବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହରବାସୀ । ଆନ୍ଦୋଳନର ଚେତାବନୀ ଦେଲେ ଲୋକେ । ଅଧିକ ପଢନ୍ତୁ

BHADRAK DRAINAGE PROBLEM
BHADRAK DRAINAGE PROBLEM (ETV Bharat Odisha)

ଭଦ୍ରକ: ବ୍ରିଟିସ ଅମଳରୁ ନିର୍ମିତ ହୋଇଥିବା ନାଜାର ନାଳ ହେଉଛି ଭଦ୍ରକ ପୌରାଞ୍ଚଳର ମୁଖ୍ୟ ଜଳ ନିଷ୍କାସନର ବ୍ୟବସ୍ଥା । ଯେଉଁ ନାଳ ଦେଇ କେବଳ ଭଦ୍ରକ ସହର ନୁହେଁ ଆଖାପାଖ ଅଞ୍ଚଳର ବର୍ଷା ଏବଂ ନର୍ଦ୍ଦମା ଜଳ ନିଷ୍କାସିତ ହୋଇଥାଏ । ହେଲେ ଦୀର୍ଘ ବର୍ଷ ଧରି ନାଜର ନାଳର ପୁନରୁଦ୍ଧାର ନହେବାରୁ ତାହା କ୍ରମଶଃ ପୋତି ହୋଇଯାଇଥିବା ଦେଖିବାକୁ ମିଳିଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ । ଏପରିକି କିଛି ସ୍ଥାନରେ ବର୍ଷ ତମାମ ନାଳ ପାଣି ରାସ୍ତାରେ ପ୍ରବାହିତ ହେଉଥିବାବେଳେ ତାହାରି ଉପରେ ଯାତାୟାତ କରିଥାନ୍ତି ଲୋକେ । ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଲୋକେ ଅଭିଯୋଗ କରିଛନ୍ତି ।

ଭଦ୍ରକ ପୌରାଞ୍ଚଳରେ ବିପର୍ଯ୍ୟସ୍ତ ଜଳ ନିଷ୍କାସନ ବ୍ୟବସ୍ଥା:

30ଟି ୱାର୍ଡକୁ ନେଇ ଗଠିତ ଭଦ୍ରକ ପୌରାଞ୍ଚଳ । ହେଲେ ପ୍ରାୟ ପ୍ରତ୍ୟେକ ୱାର୍ଡ଼ରେ ବିପର୍ଯ୍ୟସ୍ତ ଜଳ ନିଷ୍କାସନ ବ୍ୟବସ୍ଥା । କିଛି ମୁଷ୍ଟିମେୟ ବ୍ୟକ୍ତି ବୃହତ ନାଜାର ନାଳ ସହିତ ସଂଯୋଗ ନାଳ ଗୁଡିକୁ ଅବରୋଧ କରି ସେଥିରେ କୋଠାବାଡି ନିର୍ମାଣ କରି ବେଆଇନ ମାଡି ବସିଛନ୍ତି । ଯାହାଫଳରେ ସମଗ୍ର ସହରରେ ଜଳ ନିଷ୍କାସନ ପଥ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏହା ଆଗକୁ ଏକ ଭୟଙ୍କର ବିପତ୍ତିର କାରଣ ହେବାକୁ ଯାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ବିଶେଷ କରି 16 ନମ୍ବର ୱାର୍ଡ଼ରୁ ଆରମ୍ଭ ହୋଇ 25 ନମ୍ବର ୱାର୍ଡ ମଧ୍ୟରେ ବେଆଇନ ଅବରୋଧ ଯୋଗୁଁ ନାଳ ସଂକୀର୍ଣ୍ଣ ହୋଇ ପଡ଼ିଥିବାବେଳେ ଅଳିଆ ଆବର୍ଜନା ପଡି ନାଳ ସମ୍ପୂର୍ଣ୍ଣ ଅବରୋଧ ହୋଇଥିବା ଦେଖିବାକୁ ମିଳିଛି ।

ଡ୍ରେନ ପାଣି ଆସି ଘରେ ପଶୁଥିବା ଅଭିଯୋଗ:

କେବଳ ବର୍ଷା ଋତୁ ନୁହେଁ,ପ୍ରାୟ ସବୁ ଋତୁରେ ମଧ୍ୟ ରାସ୍ତାଘାଟ ଜଳାର୍ଣ୍ଣବ ହୁଏ ବୋଲି ଅଭିଯୋଗ ହୋଇଛି । କାରଣ ବର୍ଷ ତମାମ ଡ୍ରେନ ପାଣି ଡ୍ରେନରେ ଯାଇନପାରି ରାସ୍ତାରେ ଲହଡି ମରୁଛି । ଏପରି ସ୍ଥଳେ ଲୋକଙ୍କ ଯାତାୟତରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ବିଭିନ୍ନ ସରୀସୃପ ମାନଙ୍କର ଭୟ ବର୍ଷ ତମାମ ଲାଗି ରହିଥାଏ । ତେଣୁ ବର୍ଷା ଋତୁ କଥା ଭାବିଲେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଛନକା ପଶେ । ସାମନ୍ୟ ବର୍ଷା ହେଲେ ରାସ୍ତା ଉପର ପାଣି ସହ ଡ୍ରେନ ପାଣି ଆସି ଘରେ ପଶେ । ଏନେଇ ବାରମ୍ବାର ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଲୋକେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ଅସରାଏ ବର୍ଷାରେ ରାସ୍ତାରେ ଲହରୀ ଭାଙ୍ଗିଲା ନର୍ଦ୍ଦମା ଜଳ - Drain water logging in Berhampur

ନାଜାର ନାଳକୁ ନେଇ କ'ଣ କହିଲେ ଜିଲ୍ଲାପାଳ:

ଆଗକୁ ବଡ଼ ବର୍ଷା ଏବଂ ବନ୍ୟା ଆଶଙ୍କା ରହିଛି । ହେଲେ ସହରରେ ଜଳ ନିଷ୍କାସନର ବ୍ୟାପକ ଅବ୍ୟବସ୍ଥା ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା, ଏଥ‌ିରେ ସନ୍ଦେହ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ଏନେଇ ଆମେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଦୃଷ୍ଟ ଆକର୍ଷଣ କରିଥିଲୁ । ସେ କହିଥିଲେ ଯେ,ଏହି ପୁରାତନ ତଥା ମୁଖ୍ୟ ଜଳ ନିଷ୍କାସନ ବ୍ୟବସ୍ଥା ନାଜାର ନାଳର ପୁନରୁଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 12 କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ସରି କିଛି କାର୍ଯ୍ୟ ହୋଇଛି । ଏବେ ବର୍ଷା ଋତୁ ଥିବାରୁ ତାହା ବନ୍ଦ ରହିଛି । ଯଥାଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହୋଇ ସମାପ୍ତ ହେବ । ତେବେ ଏଥିପ୍ରତି ଯଦି କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାନଯାଏ, ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.