ETV Bharat / state

ମୌସୁମୀ ବର୍ଷାକୁ ନେଇ ଚିନ୍ତାରେ ରାଜଧାନୀବାସୀ, ୨୦ଜୁନ ସୁଦ୍ଧା ଶେଷ ହେବ ଡ୍ରେନ ସଫେଇ କାମ - bhubaneswar DRAIN WORK issue - BHUBANESWAR DRAIN WORK ISSUE

BHUBANESWAR DRAIN WORK ISSUE : ଆସୁଛି ମୌସୁମୀ ବର୍ଷା । ନାଳର ଅପରିଷ୍କାର ଯୋଗୁଁ ଜଳବନ୍ଦୀ ସମସ୍ୟା ଭୋଗିବେ କି ଭୁବନେଶ୍ୱରବାସୀ । ସେପଟେ ବିଏମସି କହିଲା ପୂର୍ବ ପ୍ରସ୍ତୁତି ସହ ସଫେଇ କାର୍ଯ୍ୟ ଚାଲିଛି । ଅଧିକ ପଢନ୍ତୁ

BHUBANESWAR DRAIN WORK ISSUE
BHUBANESWAR DRAIN WORK ISSUE (ETV Bharat Odisha)
author img

By ETV Bharat Odisha Team

Published : Jun 8, 2024, 8:45 PM IST

ଭୁବନେଶ୍ୱର: ବର୍ତ୍ତମାନ ରାଜଧାନୀରେ ଅଧିକାଂଶ ନାଳ ଅପରିଷ୍କାର ଓ ଅସ୍ଵଚ୍ଛ ହୋଇ ପଡ଼ି ରହିଥିବାବେଳେ ପ୍ରାକ ମୌସୁମୀ ବର୍ଷାକୁ ନେଇ ଚିନ୍ତାରେ ସହରବାସୀ । ବର୍ଷା ହେଲେ ନାଳର ଅପରିଷ୍କାର ଯୋଗୁଁ ଜଳବନ୍ଦୀ ସମସ୍ୟା ଭୋଗିଥାନ୍ତି । ତେଣୁ ଜଳବନ୍ଦୀ ସମସ୍ୟାର ସମାଧାନକୁ ନେଇ ମୌସୁମୀ ଓଡ଼ିଶା ଛୁଇଁବା ପରେ ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛି ବିଏମସି । ଏନେଇ ବିଏମସି କମିଶନର ରାଜେଶ ପାଟିଲ କହିଛନ୍ତି ଯେ, ମୌସୁମୀ ବର୍ଷା ଓ ଏନେଇ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟାର ସମଧାନକୁ ନେଇ ବିଏମସି ପ୍ରସ୍ତୁତି ରହିଛି । ପୂର୍ବ ପ୍ରସ୍ତୁତି ସହ ସଫେଇ କାର୍ଯ୍ୟ ସହରରେ ଚାଲିଛି ।

BHUBANESWAR DRAIN WORK ISSUE (ETV Bharat Odisha)

ପ୍ରଥମ ପର୍ଯ୍ୟାୟରେ ୧୦ଜୁନ ଭିତରେ ଡ୍ରେନ ସଫେଇ କାର୍ଯ୍ୟ ସରିଯିବା ସହ ୨୦ଜୁନ ସୁଦ୍ଧା ଜଳବନ୍ଦୀ ଦିଗରେ ଥିବା ସମସ୍ତ କାର୍ଯ୍ୟ ଶେଷ ହୋଇଯିବ ବୋଲି କହିଛନ୍ତି କମିଶନର । ନିର୍ବାଚନ ଆଚରଣ ବିଧି ଲାଗୁ ପାଇଁ ଟେଣ୍ଡର ହୋଇପାରୁନଥିବାରୁ କାର୍ଯ୍ୟରେ ଟିକେ ବିଳମ୍ବ ହୋଇଛି । ହେଲେ ତୁରନ୍ତ ସମାଧାନ ପାଇଁ ବିଏମସି ସଜାଗ ହୋଇ ରହିଛି । ଡ୍ରେନେଜ ଓ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଛି । ଏନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ପିଡବ୍ଲୁଡି, ଏନଏଚ୍, ଇଡ୍କୋ ସଂସ୍ଥାକୁ ନେଇ ମଧ୍ୟ ବୈଠକ ହୋଇଛି । ଏମାନଙ୍କ ଅଧୀନରେ ଥିବା ଜଳବନ୍ଦୀର ସମସ୍ୟାର ସମାଧାନ ପାଇଁ ମୌଳିକ ଡ୍ରେନ ସଫାର ସାମଗ୍ରୀ ଓ ପମ୍ପ ସେଟ୍ ସହ ବିଏମସିର ଏକ ତୁରିତ ସମାଧାନ ଟିମ୍ ପ୍ରସ୍ତୁତ ହୋଇ ରହିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ,ପ୍ରତି ଜୋନରେ ଏହି ଟିମ୍ ପ୍ରସ୍ତୁତ ହୋଇ ରହିବେ । ବିଏମସିର ସହାୟତା ଲୋଡ଼ିବା କ୍ଷଣି ଲୋକମାନେ ଟିମ୍ ଯାଇ ସେବା ଯୋଗାଇବ । ଏହାସହ ମୁକୁଳା ଡ୍ରେନରକୁ ଢାଙ୍କିବା ବ୍ୟବସ୍ଥା ମଧ୍ୟ କରାଯାଇଛି । ୧୦ ଜୁନ ଭିତରେ ଜାତୀୟ ରାଜପଥ ପ୍ରାଧିକରଣ ଅଧିନସ୍ଥ ଡ୍ରେନର ସଫେଇ ହୋଇଯିବ ବୋଲି ବିଭାଗ ପ୍ରତିଶୃତି ଦେଇଥିବା ବେଳେ ଜଳ ନିଷ୍କାସନର ବ୍ୟବସ୍ଥା ମଧ୍ୟ ହୋଇଛି ।

ଏଠାରେ ସୂଚନା ଥାଉକି, ସହରରେ ୮୦୦ କିମି ପାଖାପାଖି ସେକେଣ୍ଡାରୀ ଓ ଟରସିଲାରି ବା ସବ୍ ଡ୍ରେନ ରହିଥିବା ବେଳେ ୭୭ କିମି ଯାଇ ମୁଖ୍ୟ ଡ୍ରେନ ରହିଛି । ସେକଣ୍ଡାରୀ ଓ ଟରସିଲାରି ଡ୍ରେନ କାର୍ଯ୍ୟ ସରିଯାଇଥିବା ବେଳେ ମୁଖ୍ୟ ଡ୍ରେନ ୨୦ ଜୁନ ସୁଦ୍ଧା ଶେଷ ହେବ ବୋଲି କହିଛନ୍ତି କମିଶନର । ତେବେ ଓଡ଼ିଶାକୁ ମୌସୁମୀ ଛୁଇଁଥିବା ବେଳେ ସହରରେ ଡ୍ରେନ୍‌ ସଫେଇ ସରିନାହିଁ । ଅସରାଏ ବର୍ଷା ହେଲେ ସହରରେ ଜଳବନ୍ଦୀ ସୃଷ୍ଟି ହେଉଥିବାରୁ ପ୍ରତିଥର ବିଏମ୍‌ସିକୁ ସମାଲୋଚନାର ଶୀକାର ହେବାକୁ ପଡୁଛି । ତେଣୁ ଜୁନ୍‌ ୨୦ ସୁଦ୍ଧା ଡ୍ରେନ୍‌ ସଫେଇ ସାରିବାକୁ ମେୟର ସୁଲୋଚନା ଦାସ ନିର୍ଦ୍ଦେଶ ଦେଇଛନ୍ତି । ଗତ ଶୁକ୍ରବାର ବିଏମ୍‌ସି କାର୍ଯ୍ୟାଳୟରେ ମେୟରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଡ୍ରେନ୍‌ ସଫେଇର ସମୀକ୍ଷା କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ ......ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ - MONSOON REACHES IN ODISHA

ଚଳିତ ବର୍ଷ ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଥିବା ସମସ୍ତ ଡ୍ରେନ୍‌ର ସଫେଇ କାର୍ଯ୍ୟ ବିଏମ୍‌ସିକୁ ଦିଆଯାଇଛି । ୭୭କି.ମି. ବିଶିଷ୍ଟ ୧୦ଟି ମୁଖ୍ୟ ଡ୍ରେନ ମଧ୍ୟରୁ ମାତ୍ର ୨୨କି.ମି. ସଫା ହୋଇଛି । ଆର୍‌ ଆଣ୍ଡ୍‌ ବି ଅଧିନରେ ଥିବା ୫ଟି ଡିଭିଜନ୍‌ ଅନ୍ତର୍ଗତ ୩୬୦କି.ମିରୁ ମାତ୍ର ୫୨କି.ମି. ସଫେଇ କରାଯାଇଛି । ସେହିପରି ୯୨୪.୨୭କି.ମି ଆଭ୍ୟନ୍ତରୀଣ ଡ୍ରେନ୍‌ ମଧ୍ୟରୁ ଏବେସୁଦ୍ଧା ୬୫% ଡ୍ରେନ୍‌ ସଫା ହୋଇଛି । ଡ୍ରେନ୍‌ ସଫେଇ ପାଇଁ ମୋଟ୍‌ ୩୪ଟି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଏହାବାଦ୍‌ ସଫେଇ କାମ ଅଧା ସରି ନ ଥିବାରୁ ମେୟର ଅସନ୍ତୋଷ ପ୍ରକାଶ କରିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ କାମ ସାରିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.