ETV Bharat / state

ପ୍ରଫେସର ମାନସ ରଞ୍ଜନ ସାହୁ ହେଲେ ଓଡ଼ିଶା ସ୍ୱାସ୍ଥ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି - NEW VC OF OUHS APPOINTED - NEW VC OF OUHS APPOINTED

New VC of OUHS: ଡ. ମାନସ ରଞ୍ଜନ ସାହୁଙ୍କୁ ଓଡ଼ିଶା ସ୍ବାସ୍ଥ୍ୟବିଜ୍ଞାନ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ମିଳିଛି । ରାଜ୍ୟପାଳ ରଘୁବର ଦାସ ପ୍ରଦାନ କରିଛନ୍ତି ନିଯୁକ୍ତି । ଅଧିକ ପଢନ୍ତୁ

New VC of OUHS
New VC of OUHS (ETV Bharat Odisha)
author img

By ETV Bharat Odisha Team

Published : May 13, 2024, 7:57 PM IST

ଭୁବନେଶ୍ବର: ଓଡ଼ିଶା ସ୍ବାସ୍ଥ୍ୟବିଜ୍ଞାନ ବିଶ୍ବବିଦ୍ୟାଳୟକୁ ମିଳିଛି ନୂତନ କୁଳପତି । ଡ. ମାନସ ରଞ୍ଜନ ସାହୁଙ୍କୁ ଓଡ଼ିଶା ସ୍ବାସ୍ଥ୍ୟବିଜ୍ଞାନ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ମିଳିଛି । ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସ ଓଡ଼ିଶା ସ୍ଵାସ୍ଥ୍ୟବିଜ୍ଞାନ ବିଶ୍ବବିଦ୍ୟାଳୟ ଆଇନ୍ ୨୦୨୧ର ଧାରା (୯) ଅନ୍ତର୍ଗତ ଉପଧାରା (୧)ରେ ପ୍ରଦତ୍ତ କ୍ଷମତା ଅନୁଯାୟୀ ପ୍ରଫେସର (ଡ଼.) ମାନସ ରଞ୍ଜନ ସାହୁଙ୍କୁ ଓଡ଼ିଶା ସ୍ଵାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟର କୁଳପତି ପଦରେ ନିଯୁକ୍ତି ପ୍ରଦାନ କରିଛନ୍ତି । ୫୬ ବର୍ଷୀୟ ପ୍ରଫେସର ଡ଼. ସାହୁ ବର୍ତ୍ତମାନ ଅଞ୍ଚଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ୍) ଭୁବନେଶ୍ଵରର ଜେନେରାଲ ସର୍ଜରୀ ବିଭାଗରେ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି ।

କୁଳପତି ପଦରେ ପ୍ରଫେସର (ଡ଼.) ସାହୁଙ୍କୁ କୁଳାଧିପତି ଯୋଗଦାନ ଦିନ ଠାରୁ ଚାରିବର୍ଷ ପର୍ଯ୍ୟନ୍ତ ଅଥବା ବିଶ୍ଵବିଦ୍ୟାଳୟ ଆଇନ୍ ୨୦୨୧ର ଧାରା (୯)ର ଉପଧାରା (୬) ଅଧୀନରେ ସତୁରୀ ବର୍ଷ ହେବା ପର୍ଯ୍ୟନ୍ତ ଅଥବା ଅନ୍ୟାଦେଶ ଯାହା ପ୍ରଥମେ ହେବ ସେ ପର୍ଯ୍ୟନ୍ତ ନିଯୁକ୍ତି ପ୍ରଦାନ କରିଛନ୍ତି । ସର୍ଜରୀରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତି ପରେ ସେ ଚେନ୍ନାଇସ୍ଥିତ SRCMCRI ପ୍ରତିଷ୍ଠାନରୁ ସର୍ଜିକାଲ ଗାଷ୍ଟ୍ରୋଏଣ୍ଟୋରେଲୋଜିରେ ଫେଲୋସିପ୍ କରିଛନ୍ତି । ପ୍ରଫେସର (ଡ଼.) ସାହୁଙ୍କର ଶିକ୍ଷାଦାନ କ୍ଷେତ୍ରରେ ୨୬ ବର୍ଷରୁ ଊର୍ଦ୍ଧ୍ବ ଦିନର ଅଭିଜ୍ଞତା ଥିବାବେଳେ ଏମ୍ସ ଭୁବନେଶ୍ବରର ଜେନେରାଲ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟ ସହିତ ଏମ୍ସ୍ ଭୁବନେଶ୍ଵର ମେଡ଼ିକାଲ ବୋର୍ଡର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାର ପ୍ରଶାସନିକ ଦକ୍ଷତା ରହିଛି । ପାଠ୍ୟଗତ ସଫଳତା ମଧ୍ୟରେ ତିନୋଟି ପୁସ୍ତକରେ ଅଧ୍ୟାୟ ପ୍ରକାଶନ, ତିନୋଟି ପୁସ୍ତକର ସଂପାଦନା ଓ ବିଭିନ୍ନ ସଂଗଠନରୁ ସେ ୧୫ଟି ପୁରସ୍କାର/ ସମ୍ମାନ ପ୍ରାପ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ପାଳନ

୬୫ଟି ଜର୍ଣ୍ଣାଲ୍‌ରେ ସନ୍ଦର୍ଭ ପ୍ରକାଶନ ସହିତ ବିଭିନ୍ନ ସମ୍ବାଦପତ୍ର ଓ ପତ୍ରିକାରେ ୧୨ଟି ଲେଖା ଓ ୩୬ଟି ଏସ୍‌ସିଆଇ ଇନ୍‌କ୍ସ ଜର୍ଣ୍ଣାଲରେ ତାଙ୍କର ପ୍ରକାଶନ ମଧ୍ୟ ରହିଛି । ପ୍ରଫେସର ସାହୁ ୧୮ଜଣ ସ୍ନାତକୋତ୍ତର ଛାତ୍ରଙ୍କୁ ସଫଳତାର ସହ ପି.ଏଚ୍.ଡି. ଡ଼ିଗ୍ରୀ ପାଇଁ ଗାଇଡ୍ କରିଛନ୍ତି । ତେବେ ବର୍ତ୍ତମାନ ଦତ୍ତେଶ୍ବର ହୋତା ଓଡ଼ିଶା ସ୍ବାସ୍ଥ୍ୟବିଜ୍ଞାନ ବିଶ୍ବବିଦ୍ୟାଳୟରେ କୁଳପତି ଭାବରେ କାର୍ଯ୍ୟରତ ରହିଛନ୍ତି । ବର୍ତ୍ତମାନ ଓଡ଼ିଶା ସ୍ବାସ୍ଥ୍ୟବିଜ୍ଞାନ ବିଶ୍ବବିଦ୍ୟାଳୟରରେ ୮୭ ଟି କୋର୍ସ ରହିଛି । ସୂଚନା ଅନୁଯାୟୀ, ଏହି ବିଶ୍ବ ବିଦ୍ୟାଳୟ ଦେଶରେ ୧୭ ତମ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ଭାବେ ୫ ମାର୍ଚ୍ଚ ୨୦୨୩ ରେ ପ୍ରତିଷ୍ଠା ହୋଇଥିଲା । ୨୦୨୩- ୨୪ ଶିକ୍ଷାବର୍ଷରୁ ମେଡିକାଲ, ଡେଣ୍ଟାଲ, ଆୟୁର୍ବେଦିକ, ହୋମିଓପାଥି, ନର୍ସିଂ, ଫାର୍ମାସି ଓ ଆନୁଷଙ୍ଗିକ ପାରାମେଡିକାଲ ପାଠ୍ୟକ୍ରମ ପ୍ରଦାନ କରୁଥିବା ରାଜ୍ୟର ପ୍ରାୟ ୩୦୦ ମହାବିଦ୍ୟାଳୟ /ଅନୁଷ୍ଠାନ ଏହି ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.