ETV Bharat / state

ବାହା ହେବାକୁ ରାଜି ହେଲେନି ମାଲିକଙ୍କ ଝିଅ ! ପ୍ରେମରେ ବିଫଳ ଡ୍ରାଇଭର କଲା ଡବଲ ମର୍ଡର - Sundargarh Double Murder

Sundargarh Double Murder: ଡ୍ରାଇଭର ପ୍ରେମିକର ଜଘନ୍ୟ କାଣ୍ଡ । ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁଙ୍କୁ ନିର୍ମମ ହତ୍ୟା । ସୁନ୍ଦରଗଡ ଜିଲ୍ଲା କୁତ୍ରା ଅଞ୍ଚଳରେ ଘଟିଥିବା ଏହି ଡବଲ ମର୍ଡର ତ୍ରିକୋଣୀୟ ପ୍ରେମକୁ ନେଇ ହୋଇଥିବା ସୂଚନା ରହିଛି । ପଢନ୍ତୁ ପୁରା ଖବର

author img

By ETV Bharat Odisha Team

Published : Jul 16, 2024, 9:08 AM IST

Updated : Jul 16, 2024, 10:49 AM IST

Sundargarh Double Murder
Sundargarh Double Murder (ETV Bharat Odisha)

ରାଉରକେଲା: ତ୍ରିକୋଣୀୟ ପ୍ରେମକୁ ନେଇ ଡବଲ ମର୍ଡର ! ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ତୁନମୁରା ପଞ୍ଚାୟତ କାଶୀପଡାରେ ନିର୍ମମ ହତ୍ୟାକାଣ୍ଡ ଘଟିଛି । ଡ୍ରାଇଭର ପ୍ରେମିକର ଛୁରାମାଡ଼ରେ ଯୁବକ ଓ ଯୁବତୀଙ୍କର ମୃତ୍ୟୁ ହୋଇଛି । ତ୍ରିକୋଣୀୟ ପ୍ରେମରୁ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ସୂଚନା ରହିଛି । ରବିବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ କୁତ୍ରା ପୋଲିସ ତଦନ୍ତ ଜାରି ରହିଛି ।

ମୃତ ଯୁବକ ଜଣକ ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣ ରୁମାବାହାଲ ଗ୍ରାମର ପ୍ରତାପ ଲାକ୍ରା (୨୬) ଏବଂ ଯୁବତୀ କୁତ୍ରା ଥାନା ତୁନମୁରା ପଞ୍ଚାୟତର କାଶୀପଡା ଗ୍ରାମର ଲିପ୍ସା କେର୍କେଟା (୨୪) । ଉଭୟେ ପ୍ରେମିକ-ପ୍ରେମିକା ବୋଲି ସୂଚନା ରହିଛି । ଅଭିଯୁକ୍ତ ଜଣକ ରାଜଗାଙ୍ଗପୁର ଜଅରୁମାଲ ଅଞ୍ଚଳର ରାଜୁ ନାଗ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି । ମୃତା ଲିପ୍ସାଙ୍କ ଘରର ଡ୍ରାଇଭର ଥିବା ରାଜୁ ନାଗ ମଧ୍ୟ ଲିପ୍ସାଙ୍କୁ ପ୍ରେମ କରୁଥିବା ନେଇ ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ..ଭାଇ ସାଜିଲା ଭଗାରୀ, ମୋବାଇଲ ପାଇଁ ନେଲା ସମ୍ପର୍କୀୟ ଭାଇର ଜୀବନ - Brother Killed Brother for Mobile

ମୃତ ଯୁବତୀଙ୍କ ମାଆଙ୍କ କହିବା ମୁତାବକ, ତାଙ୍କ ଘରର କାର ଚାଳକ ରାଜଗାଙ୍ଗପୁର ଜଅରୁମାଲର ଯୁବକ ରାଜୁ ନାଗ ଓ ତାଙ୍କ ଝିଅ ଲିପ୍ସାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । କିଛି ଦିନ ହେବ ପ୍ରେମିକ ରାଜୁ ଲିପ୍ସାଙ୍କୁ ମାନସିକ ଯନ୍ତ୍ରଣା ଦେଉଥିଲା । ଯାହାଫଳରେ ଏମବିଏ ପରୀକ୍ଷା ଦେଉଥିବା ଲିପ୍ସାଙ୍କ ପାଠପଢାରେ ବାଧା ଉପୁଜିଥିଲା । ରବିବାର ଅଭିଯୁକ୍ତ ରାଜୁ ସନ୍ଧ୍ୟାରେ ଲିପ୍ସାଙ୍କ ଘରଲୋକଙ୍କୁ ଫୋନ କରି ଆସୁଛି ବୋଲି କହିଥିଲା । ପ୍ରାୟ ରାତ୍ରି ପ୍ରାୟ ୧୦ଟା ସମୟରେ ରାଜୁ ଲିପ୍ସାଙ୍କ ଘରେ ପହଞ୍ଚିଥିଲେ । ସେଠାରେ ପରିବାର ଲୋକଙ୍କୁ ଲିପ୍ସାକୁ ମୁଁ ନେବାକୁ ଆସିଛି ବୋଲି କହିଥିଲେ । ଏଥିରେ ଲିପ୍ସାଙ୍କ ମାଆବାପା ଏତେ ରାତ୍ରିରେ ଝିଅକୁ ପଠାଇବା ପାଇଁ ମନା କରିଥିଲେ । ଏହାକୁ ନେଇ ରାଜୁ ଉତକ୍ଷିପ୍ତ ହୋଇ ଝିଅ ସଙ୍ଗେ ଏକୁଟିଆ କଥା ହେବ କହି ତାଙ୍କ ରୁମରେ ପଶିଥିଲେ । ସେଠାରେ ରାଜୁ ଲିପ୍ସାଙ୍କ ବଚସା ହୋଇଥିଲା । ଏହାପରେ ରାଜୁ ଲିପ୍ସାଙ୍କୁ ପ୍ରଥମେ ହାତରେ ଏବଂ ପରେ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା । ଏହା ଦେଖି ଲିପ୍ସାଙ୍କ ମାଆବାପା ବିରୋଧ କରିଥିଲେ । ରାଜୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଏକ କୋଠରୀରେ ବନ୍ଦ କରିଦେଇଥିଲା । ଏହି ସମୟରେ ଲିପ୍ସାଙ୍କୁ ବଞ୍ଚାଇବାକୁ ଆସିଥିବା ତାଙ୍କ ସହପାଠୀ ପ୍ରତାପ ଲାକ୍ରା ରାଜୁଙ୍କ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ରାଜୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା । ଘଟଣା ଘଟାଇବା ପରେ ଅଭିଯୁକ୍ତ ରାଜୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ଘଟଣା ପରେ ପଡ଼ୋଶୀ ପହଞ୍ଚି ଉଭୟ ଲିପ୍ସା ଏବଂ ପ୍ରତାପକୁ କାର୍ ଯୋଗେ କୁତ୍ରା ସିଏଚସିକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ଲିପ୍ସାଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ପ୍ରତାପଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରିବା ବେଳେ ରାସ୍ତାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏନେଇ ଅଭିଯୋଗ ପରେ କୁତ୍ରା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ରାଉରକେଲା

Last Updated : Jul 16, 2024, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.