ETV Bharat / state

ଶ୍ରୀମନ୍ଦିରରେ ଦୋଳ ଉତ୍ସବ ନେଇ ପ୍ରସ୍ତୁତି ଚୂଡ଼ାନ୍ତ, ଦୋଳବେଦୀକୁ ଶୁଦ୍ଧ କଲେ ସେବାୟତ - Puri Sri Mandir - PURI SRI MANDIR

Dola Utsav 2024: ଦୋଳ ଉତ୍ସବ ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ଦୋଳବେଦୀକୁ ଶୁଦ୍ଧ ଓ ସଂସ୍କାର କଲେ ସେବାୟତ । ଅଧିକ ପଢନ୍ତୁ

Dola Utsav 2024
Dola Utsav 2024
author img

By ETV Bharat Odisha Team

Published : Mar 23, 2024, 7:47 PM IST

Updated : Mar 23, 2024, 10:26 PM IST

ଶ୍ରୀମନ୍ଦିରରେ ଦୋଳ ଉତ୍ସବ ନେଇ ପ୍ରସ୍ତୁତି ଚୂଡ଼ାନ୍ତ, ଦୋଳବେଦୀକୁ ଶୁଦ୍ଧ କଲେ ସେବାୟତ

ପୁରୀ: ନୂଆ ରୂପରେ ଝଲସୁଛି ମହାପ୍ରଭୁଙ୍କର ଦୋଳବେଦୀ । ଖାଣ୍ଡେଲାଇଟ୍ ପଥର‌ କାରୁକାର୍ଯ୍ୟରେ ଅତ୍ୟନ୍ତ ଆକର୍ଷଣୀୟ ଦିଶୁଛି ମହାପ୍ରଭୁଙ୍କ ଦୋଳବେଦୀ । ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଆର୍ଥିକ ଅନୁଦାନରେ ପୁନରୁଦ୍ଧାର ହୋଇଛି ଐତିହ୍ୟ ଦୋଳବେଦୀ । ତେବେ ପୁନଃ ନିର୍ମାଣ ହୋଇଥିବା ଦୋଳବେଦୀକୁ ଶୁଦ୍ଧ ଏବଂ ସଂସ୍କାର କରାଯାଇଛି । ପୂଜାପଣ୍ଡା ସେବାୟତମାନେ ଦୋଳବେଦୀ ଉପରେ କଳସ ସ୍ଥାପନ ସହ ହୋମ ଏବଂ ପୂଜାର୍ଚ୍ଚନା କରି ପୁନରୁଦ୍ଧାର ହୋଇଥିବା ଦୋଳବେଦୀକୁ ସଂସ୍କାର ଏବଂ ଶୁଦ୍ଧ କରିଛନ୍ତି । ଆସନ୍ତା ସୋମାବାର ଦୋଳପୂର୍ଣ୍ଣିମା ଉତ୍ସବ ଥିବାବେଳେ ଦୋଳବେଦୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ବିଜେ କରି ଫଗୁ ଖେଳିବେ ।

ଏହା ବି ପଢନ୍ତୁ- ଫଗୁ ଦଶମୀରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି

ଏହା ପୂର୍ବରୁ ପରମ୍ପରା ଅନୁଯାୟୀ ପୂଜାପଣ୍ଡା ସେବାୟତ ମାନେ ଦୋଳବେଦୀକୁ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରି ସଂସ୍କାର ଏବଂ ଶୋଦ୍ଧ କରିଛନ୍ତି । ଆସନ୍ତା ସୋମବାର ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ପାଳନ ହେବ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ଦୋଳବେଦୀରେ ବିଜେ କରି ଭକ୍ତ ଓ ସେବାୟତଙ୍କ ସହ ଫଗୁ ଖେଳିବେ। ଦୋଳପୂର୍ଣ୍ଣିମା ଦିନ ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁ ବିମାନରେ ଶ୍ରୀମନ୍ଦିରରୁ ବାହାରି ଦୋଳବେଦୀକୁ ସାତଥର ପ୍ରଦକ୍ଷଣ କରିବେ । ପରେ ଦୋଳବେଦୀରେ ବିଜେ କରି ସ୍ବତନ୍ତ୍ର ଦୋଳିରେ ଅବସ୍ଥାନ କରି ଭକ୍ତଙ୍କୁ ଦର୍ଶନ ଦେବା ସହ ଫଗୁ ଖେଳିବେ ।

ଏହା ବି ପଢନ୍ତୁ- ପୁରାଣ ପ୍ରସିଦ୍ଧ ଓଳକଣା ମେଳଣ, ଭକ୍ତ ବିଦୁରଙ୍କୁ ଦର୍ଶନ ଦେଲେ ପ୍ରଭୁ ହରିହର

ତେବେ ଏହା ପୂର୍ବରୁ ଅର୍ଥାତ ଆସନ୍ତାକାଲି ହୋଲିକା ରାକ୍ଷସୀକୁ ବଦ୍ଧ ତଥା ମେଣ୍ଢା ପୋଡ଼ି ନୀତି ଦୋଳବେଦୀରେ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଦୋଳପୂର୍ଣ୍ଣିମା ଉତ୍ସବକୁ ନେଇ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇପଡିଥିବା ବେଳେ ମେଣ୍ଢା ପୋଡ଼ି ନୀତି ଓ ଦୋଳପୂର୍ଣ୍ଣିମା ନୀତି କିଭଳି ଶୃଙ୍ଖଳିତ ଭାବେ ହୋଇପାରିବ ସେ ନେଇ ସମସ୍ତ ପ୍ରସ୍ତୁତି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା କହିଛନ୍ତି ନୀତି ପ୍ରଶାସକ । ପ୍ରତିବର୍ଷ ଦୋଳପୂର୍ଣ୍ଣିମାରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଚତୁର୍ଦ୍ଧାବିଗ୍ରହ ସୁନାବେଶରେ ଭୂଷିତ ହୋଇଥାନ୍ତି । ଭକ୍ତମାନେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରୀମନ୍ଦିରରେ ଭିଡ଼ ଲଗାଇଥାନ୍ତି । ତେବେ ଦୋଳପୂର୍ଣ୍ଣିମା ଉତ୍ସବ ଆଉ ମାତ୍ର ଗୋଟିଏ ଦିନ ଥିବାବେଳେ ମହାପ୍ରଭୁଙ୍କ ସେହି ଅପୂର୍ବ ଉତ୍ସବରେ ନିଜକୁ ସାମିଲ କରିବା ପାଇଁ ପ୍ରତ୍ୟେକ ଭକ୍ତ ଏବେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Mar 23, 2024, 10:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.