ETV Bharat / state

ବର୍ଷା ଦିନରେ ଆଳୁ ଖାଉଥିଲେ ସାବଧାନ ! ରହିଛି ବିଷାକ୍ତ କେମିକାଲ - dont eat potato in rainy session

author img

By ETV Bharat Odisha Team

Published : Jul 27, 2024, 10:56 PM IST

DON'T EAT POTATO IN RAINY SESSION: ବର୍ଷା ଦିନରେ ଆଳୁ ଖାଉଥିଲେ ହୋଇଯାଅନ୍ତୁ ସାବଧାନ । ନଚେତ୍ ହେବେ ବିଭିନ୍ନ ରୋଗର ଶିକାର । ଏଭଳି ମତ ଦେଇଛନ୍ତି ପବ୍ଲିକ ହେଲଥ ଏକ୍ସପର୍ଟ ତଥା ରାଉରକେଲା ସରକାରୀ ହସ୍ପିଟାଲର ବରିଷ୍ଠ ଡାକ୍ତର ରଜତ ରଞ୍ଜନ ସଦୁଆଲ । ଅଧିକ ପଢନ୍ତୁ

DONT EAT POTATO IN RAINY SESSION
DONT EAT POTATO IN RAINY SESSION (ETV Bharat Odisha)

ରାଉରକେଲା: ବର୍ତ୍ତମାନ ସାରା ରାଜ୍ୟରେ ଆଳୁ ସଙ୍କଟକୁ ନେଇ ଚର୍ଚ୍ଚା ଜାରି । ଗୋଟିଏ ପଟେ ଆଳୁର ଅଭାବୀ ଯୋଗୁଁ ଆଳୁ ଦର ବଢୁଥିବାବେଳେ ଜନ ସାଧାରଣ ହନ୍ତସନ୍ତ ହେଉଛନ୍ତି । କିନ୍ତୁ ଅନ୍ୟ ପକ୍ଷରେ ଆଳୁକୁ ନେଇ ଆସିଛି କିଛି ସାଙ୍ଘାତିକ ତଥ୍ୟ । ଆଳୁରେ ରହିଛି ବିଷ । ବିଶେଷ କରି ବର୍ଷା ଋତୁରେ ଆଳୁରେ ରହିଥିବା ବିଷାକ୍ତ କେମିକାଲ ଯୋଗୁଁ ଶରୀର ହୋଇଥାଏ ବ୍ୟାପକ କ୍ଷତି । ପବ୍ଲିକ ହେଲଥ ମ୍ୟାନେଜମେଣ୍ଟ ଏକ୍ସପର୍ଟ ଦେଇଛନ୍ତି ଆଳୁକୁ ନେଇ ଏହି ମତ ।

'ବର୍ଷା ଦିନେ ଖାଆନ୍ତୁ ନାହିଁ ଆଳୁ'

ଖାସ କରି ବର୍ଷା ଦିନରେ ଆଳୁ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଏହା ପାଲଟିଥାଏ ବିଷ । ଏଭଳି ମତ ଦେଇଛନ୍ତି ପବ୍ଲିକ ହେଲଥ ମ୍ୟାନେଜମେଣ୍ଟ ଏକ୍ସପର୍ଟ ତଥା ରାଉରକେଲା ସରକାରୀ ହସ୍ପିଟାଲର ବରିଷ୍ଠ ଡାକ୍ତର ରଜତ ରଞ୍ଜନ ସଦୁଆଲ । ସେ କହିଛନ୍ତି, "ବର୍ଷା ଦିନରେ ଆଳୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଅସୁବିଧା ସହ ଆଭ୍ୟନ୍ତରୀଣ ସମସ୍ୟା ହୋଇଥାଏ । ଏହାର କାରଣ ହେଉଛି ଖାସ କରି ଶୀତ ଦିନରେ ସବୁଠାରୁ ଅଧିକ ଆଳୁ ଚାଷ ହେବା ପରେ ଅମଳ ହୁଏ । ତେବେ ଏହାକୁ ବର୍ଷ ତମାମ ମହଜୁଦ ରଖିବା ପାଇଁ ଶୀତଳ ଭଣ୍ଡାରର ବ୍ୟବହାର କରାଯାଏ । ଶୀତଳ ଭଣ୍ଡାରରୁ ବାହାରି ଯେତେବେଳେ ଆଳୁ ବଜାରକୁ ଆସିଥାଏ ଏହି ସମୟରେ ଖାସ କରି ବର୍ଷା ଋତୁରେ ଆଳୁ ଉପରେ ଏକ ସବୁଜ ରଙ୍ଗର ଆସ୍ତରଣ ହୋଇଯାଇଥାଏ । ଆଳୁକୁ କାଟିଲା ବେଳେ ଏହା ଚୋପା ସହ ଆଳୁ ଭିତରେ ମଧ୍ୟ ପରିଲକ୍ଷିତ ହୁଏ । ଏହି ସବୁଜ ରଙ୍ଗଟି ଆଉ କିଛି ନୁହେଁ ଏହା ହେଉଛି ଏକ ବିଷାକ୍ତ କେମିକାଲ ବା ଅଲଫା ସୋଲାନିନ ନାମକ କେମିକାଲ ।"

'ଆଲଫା ସୋଲାନିନ' ନର୍ଭ ସିଷ୍ଟମକୁ କ୍ଷତି କରେ:

ସେ କହିଛନ୍ତି ଯେ, ଏହାକୁ ଖାଇବା ଦ୍ୱାରା ମଣିଷର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୁଏ । ତେବେ ଆଲଫା ସୋଲାନିନ ହେଉଛି ପ୍ରାକୃତିକ କେମିକାଲ ଯାହା ଆଳୁକୁ ପୋକ ଦାଉରୁ ରକ୍ଷା କରେ । ଏହା ମଣିଷ ପାଇଁ ହାନିକାରକ ଖାସ କରି ପେଟ ରୋଗ ଏବଂ ନର୍ଭ ସିଷ୍ଟମକୁ ଏହା କ୍ଷତି କରିଥାଏ । ଖାସ କରି ଗର୍ଭବତୀ ମହିଳା ବର୍ଷା ଦିନେ ଆଳୁ ଖାଇବା କଥା ନୁହେଁ । ନଚେତ ପେଟରେ ଥିବା ଛୁଆ ସହ ମାଆ ପ୍ରତି ଏହା ବିପଦ ସୃଷ୍ଟି କରିପାରେ । ଆଲଫା ସୋଲାନିନ ଏବଂ ଆଲଫା ଚଳକୋସିନ ନାମକ କେମିକାଲ ଯାହା ଏକ ଗଲାଇକ୍ଲୋଇଡ ପଏଜନ ।

ଏହା ମଧ୍ୟ ପଢନ୍ତୁ...ପ୍ରତିଦିନ ଖାଆନ୍ତୁ ଏହି ପତ୍ର, ଅଳ୍ପ ଦିନରେ ଗାଏବ ହୋଇଯିବ ଖରାପ କୋଲେଷ୍ଟ୍ରଲ - Curry Leaf Benefits

ବର୍ଷା ଦିନେ ଗର୍ଭବତୀ ମହିଳାଙ୍କୁ ଆଳୁ ମନା :

ମେଡିକାଲ ରିସର୍ଚ୍ଚ ଅନୁଯାୟୀ ଏହି ଗଲାକଲୋଇଡ଼ ଜାତୀୟ ପଏଜନ ଯୋଗୁଁ ଖାସ କରି ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟ୍ରାଇନାଲ ଏବଂ ନ୍ୟୁରୋଲୋଜିକାଲ ଡିସଅର୍ଡର ହୋଇଥାଏ ଏବଂ ଡାଇରିଆ, ବାନ୍ତି, ପେଟ ଦରଜ, କିଡନୀ ଅସୁବିଧା, ମୁଣ୍ଡବିନ୍ଧା, କୁଣ୍ଡାଇ ହେବା ସହ ଥାଇରଏଡ, ଜଣ୍ଡିସ ସହ ହାଇପଥରମିଆ ରୋଗ ହୋଇଥାଏ । ଗର୍ଭବତୀ ମହିଳା ଏହାକୁ ଅଧିକ ଗ୍ରହଣ କଲେ ନବଜାତ ଶିଶୁଙ୍କୁ ନର୍ଭ ସିଷ୍ଟମ ଉପରେ ମଧ୍ୟ ଏହା ଖରାପ ପ୍ରଭାବ ପକାଇଥାଏ । ତେବେ ଡାକ୍ତର କହିଛନ୍ତି ଯେ, ବର୍ଷା ଦିନରେ ଖାସ କରି ଆଳୁ ଖାଇବା ବନ୍ଦ କରିଦିଅନ୍ତୁ । ଏହା ବଦଳରେ ବୁଟ ଚଣା ଯଥା ନାଲି ଏବଂ କଳା ବୁଟଚଣା କିଣି ଏହାକୁ ଖାଆନ୍ତୁ ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.