ETV Bharat / state

ଭସାଣିରେ DJ ବନ୍ଦକୁ ନେଇ ତେଜୁଛି ଅସନ୍ତୋଷ, ପୋଲିସ ସେବା ଭବନରେ ମାଲିକଙ୍କ ଧାରଣା - DJ owner association protest - DJ OWNER ASSOCIATION PROTEST

DJ MUSIC BAN DURING GANESH PUJA: ଭସାଣରେ ଡିଜେ ବନ୍ଦକୁ ବିରୋଧ । କମିଶନରେଟ ପୋଲିସ ଅଫିସ ସମ୍ମୁଖରେ ଡିଜେ ମାଲିକ ସଂଘର ଧାରଣା । ଅଧିକ ପଢନ୍ତୁ

DJ OWNER ASSOCIATION PROTEST
DJ OWNER ASSOCIATION PROTEST (ETV BHARAT)
author img

By ETV Bharat Odisha Team

Published : Aug 27, 2024, 1:15 PM IST

Updated : Aug 27, 2024, 2:33 PM IST

DJ OWNER ASSOCIATION PROTEST (ETV BHARAT)

ଭୁବନେଶ୍ବର: ଆସୁଛି ଗଣେଶ ପୂଜା । ଜମିବ ବାଜା-ବାଣର ଆସର । ହେଲେ ବିନା ଡିଜେ ସାଉଣ୍ଡରେ ଫିକା ପଡିବ ପୂଜାର ଆସର । କାରଣ ଏଥର ଭସାଣିରେ ଡିଜେ ନବଜାଇବାକୁ କଡା ନିର୍ଦ୍ଦେଶ ଦେଇଛି ପୋଲିସ । ଏହାକୁ ନେଇ ଡିଜେ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସିଜନ୍ ବେପାର ସମୟରେ ପୋଲିସ ଏହି ନିଷ୍ପତ୍ତିକୁ ବିରୋଧ କରି କମିଶନରେଟ ପୋଲିସ ମୁଖ୍ୟାଳୟ ଘେରାଉ କରିଛି ଭୁବନେଶ୍ବର ଡିଜେ ମାଲିକ ସଂଘ । ନିଷ୍ପତ୍ତି ସମ୍ପର୍କରେ ପୁନଃବିଚାର କରାନଗଲେ ପୂଜାରେ ପେଣ୍ଡାଲ ଓ ମେଲୋଡିରେ ବି ସାମିଲ ହେବେନାହିଁ ବୋଲି କହିଛନ୍ତି ବିରୋଧ ପ୍ରଦର୍ଶନକାରୀ ।

DJ OWNER ASSOCIATION PROTEST
DJ OWNER ASSOCIATION PROTEST (ETV BHARAT)

ଏନେଇ ‘ସାଉଣ୍ଡ ଆଣ୍ଡ ଲାଇଟ୍’ ମାଲିକ ଆସୋସିଏସନ ସମ୍ପାଦକ ଜଗଦୀଶ ଚନ୍ଦ୍ର ମହାରଣା କହିଛନ୍ତି,'' ଆମେ ଏଭଳି ବନ୍ଦ ନିଷ୍ପତ୍ତି ନେଇ ଡିସିପି ଅଫିସରେ ସକାଳ ୧୦ଟାରେ ଠିଆ ହୋଇଥିଲୁ । ଆମେ ଧାରଣା ଦେଇନଥିଲୁ କି ପ୍ରତିବାଦ କରିନଥିଲୁ । ଆମେ ଯାଇଥିଲୁ ସାରଙ୍କୁ ସହ ଆଲୋଚନା କରିବାକୁ । ଭସାଣ ସମୟରେ କାହିଁକି ଡିଜେ ବାଜିବ ନାହିଁ ତାହା ପଚାରିବାକୁ । ହେଲେ ସେ କହିଲେ ପେଣ୍ଡାଲରେ ବାଜିବ ମେଲୋଡିରେ ବାଜିବ, ମାତ୍ର ଭସାଣରେ ଡିଜେ ବାଜିବ ନାହିଁ । ଏହାପରେ ଆମେ କହିଥିଲୁ ସମସ୍ତଙ୍କ ଲାଇସେନ୍ସ ବାତିଲ କରନ୍ତୁ । ଡିଜେ ନବାଜିଲେ ଆମର ରୋଜଗାର କିପରି ହେବ । ''

ପୂର୍ବରୁ ମଧ୍ୟ ଦାବି ଜଣାଇଥିଲେ:

ଏନେଇ ପୂର୍ବରୁ ପୋଲିସ କମିଶନରଙ୍କୁ ଭେଟି ଦାବି ଜଣାଇଥିଲେ ଡିଜେ ମାଲିକମାନେ। ଆଗକୁ ଏ ବିଷୟରେ ଆଲୋଚନା ଓ ନିଷ୍ପତ୍ତି ନେବେ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ପାଳନ କଲେନାହିଁ । ତେଣୁ ନିଷ୍ପତ୍ତିକୁ ପୁନଃବିଚାର କରାଯାଉ ବୋଲି ଡିଜେ ମାଲିକ ସଂଘ ଦାବି କରିଛନ୍ତି ।

ପେଟ ପାଟଣାରେ ଆଘାତ:

ଭସାଣରେ ଡିଜେ ବନ୍ଦ ହେଲେ ଟେଣ୍ଟ ହାଉସରେ କାମ କରୁଥିବା କର୍ମଚାରୀ ଓ ମାଲିକ କ୍ଷତିରେ ପଡିବେ । ନିତିଦିନିଆ ଶ୍ରମିକ ଭଳି କାମ କରୁଥିବା ଲୋକେ ହଇରାଣ ହେବେ । ଏଇଟା ବେପାର ସିଜିନ, କିନ୍ତୁ ଏ ସମୟରେ ଡିଜେକୁ ଭସାଣରେ ବନ୍ଦ କରାଯିବା ନିଷ୍ପତ୍ତି ଦିନ ମଜୁଆରଙ୍କ ପେଟକୁ ସିଧା ଲାତ ମାରୁଛି । ପେଟପାଟଣା ପାଇଁ 20 ହଜାର ପରିବାର ପ୍ରଭାବିତ ହେବ ବୋଲି କହିଛନ୍ତି ‘ସାଉଣ୍ଡ ଆଣ୍ଡ ଲାଇଟ୍’ ଓନର ଆସୋସିଏସନ ସମ୍ପାଦକ ।

ଏହା ମଧ୍ୟ ପଢନ୍ତୁ-କଟକ ଗଣେଶ ପୂଜା; ମଦ ମୁକ୍ତ ହେବ ଭସାଣ, ଡିଜେ ମୁକ୍ତ ରୋଷଣୀ - Ganesh Puja preparation meeting

ଡିଜେ ସାଉଣ୍ଡ ଯୋଗୁଁ ବୃଦ୍ଧଙ୍କ ମୃତ୍ୟୁ ! ଗତବର୍ଷ ପାର୍ବଣ ସମୟରେ ଡିଜେ ବାଜିବା କାରଣରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ତେଣୁ ଚଳିତବର୍ଷ ଡିଜେ ଉପରେ ପ୍ରତିବନ୍ଧକ ଲଗାଇଛି ପୋଲିସ । ପ୍ରତିବର୍ଷ ପାର୍ବଣକୁ ଅପେକ୍ଷା କରିଥାନ୍ତି ଡିଜେ ବାଲା । ଏହି ସମୟରେ ଭଲ ରୋଜଗାର ହୋଇଥାଏ । ଭସାଣରେ ଡିଜେ ବଜାଇବାକୁ ମଧ୍ୟ ପୂଜା କମିଟିଗୁଡିକ ବେଶ ଇଚ୍ଛୁକ । କିନ୍ତୁ ଚଳିତବର୍ଷ ଡିଜେ ଉପରେ ପ୍ରତିବନ୍ଧକ ଡିଜେ ମାଲିକଙ୍କୁ ଶକ୍ତ ଝଟକା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 27, 2024, 2:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.