ETV Bharat / state

ଦୀପାବଳିକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡ଼ଲାଇନ, ଏହି ସମୟରେ ଫୁଟାଇ ପାରିବେନି ବାଣ - DIWALI 2024

ଦୀପାବଳିରେ ପ୍ରଦୂଷଣ ଚିନ୍ତା । ଗାଇଡଲାଇନ ଜାରି କଲା ‘ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ’ । ଏହି ସମୟରେ ବାଣ ଫୁଟାଇବାକୁ ବାରଣ ।

ଦୀପାବଳିକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡ଼ଲାଇନ, ଏହି ସମୟରେ ଫୁଟାଇ ପାରିବେନି ବାଣ
ଦୀପାବଳିକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡ଼ଲାଇନ, ଏହି ସମୟରେ ଫୁଟାଇ ପାରିବେନି ବାଣ (ETV Bharat Odisha)
author img

By ETV Bharat Odisha Team

Published : Oct 30, 2024, 7:50 AM IST

ଭୁବନେଶ୍ବର: ଦେଶରେ ବାୟୁ ପ୍ରଦୂଷଣ ଏବେ ଉଦବେଗଜନକ ସ୍ଥିତିରେ ରହିଛି । ଏପରିକି ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତା ଏବେ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ସେହିପରି ରାଜ୍ୟର ବିଭିନ୍ନ ପ୍ରମୁଖ ସହରରେ ମଧ୍ୟ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆସନ୍ତାକାଲି (31 ତାରିଖ)ରେ ଦୀପାବଳି ପାଳନ ହେବାକୁ ଯାଉଥିବାରୁ ପ୍ରଦୂଷଣ ବହୁମାତ୍ରାରେ ବଢିବା ସହ ନିୟନ୍ତ୍ରଣ ବାହାରକୁ ଚାଲିଯିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଲାଣି । ଚଳିତବର୍ଷ ଦୀପାବଳିକୁ ନେଇ ‘ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ’ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ୍‌ ଜାରି କରାଯାଇଛି ।

  • କଣ ରହିଛି ଗାଇଡଲାଇନ:-

୧ କେବଳ ଦୀପ ଜାଳି ଦୀପାବଳି ପାଳନ କରନ୍ତୁ । ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ କମ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାନ୍ତୁ ।

୨ ବିଶେଷ ଭାବରେ ୧୨୫ ଡେସିବେଲରୁ ଅଧିକ ମାତ୍ରାର ଶବ୍ଦ ସୃଷ୍ଟି କରୁଥିବା ବାଣ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ସିରିଜ୍ ଫାୟାର ବାଣ ଏବଂ ଏଗୁଡିକର ବିସ୍ଫୋରଣଠାରୁ ମଧ୍ୟ ଦୂରେଇ ରହିବାକୁ ପରାମର୍ଶ ଦେଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।

୩ ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକସ୍ଥଳର ୧୦୦ ମିଟର ବ୍ୟବଧାନରେ କୌଣସି ପ୍ରକାର ବାଣ ଫୁଟାଇବାକୁ ଗାଇଡଲାଇନରେ ବାରଣ କରାଯାଇଛି । କେବଳ ଖୋଲା ସ୍ଥାନଗୁଡିକରେ କେବଳ ସବୁଜ ବାଣ (ଗ୍ରୀନ୍‌ ଫାଏର କ୍ରାକର) ଫୁଟାଇବାକୁ ଅନୁମତି ଦିଆଯାଇଛି ।

୪ ଯାତାୟାତ ରାସ୍ତା କିମ୍ବା ବ୍ୟସ୍ତବହୁଳ ସ୍ଥାନରେ କୌଣସି ଶକ୍ତିଶାଳୀ ବିସ୍ଫୋରଣ ତଥା ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବାଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

୫.୧୦ ବର୍ଷରୁ କମ୍ ପିଲାମାନଙ୍କୁ ଅତ୍ୟଧିକ ବିସ୍ଫୋରକ କିମ୍ବା ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଣ ଦିଅନ୍ତୁ ନାହିଁ ।

୬. ବାଣ ଫୁଟାଇବା ସମୟରେ ସୂତା କପଡା ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ :-ଦୀପାବଳି ଅଘଟଣ ପାଇଁ ହସ୍ପିଟାଲରେ ପ୍ରସ୍ତୁତି, ହେଲେ ନାହିଁ ବର୍ଣ୍ଣ ୟୁନିଟ

ଏହା ମଧ୍ୟ ପଢନ୍ତୁ:- ବଢୁଛି ସବୁଜ ବାଣର ଚାହିଦା, ବ୍ରହ୍ମପୁରରେ ଜମୁଛି ବ୍ୟବସାୟ

ଏହା ମଧ୍ୟ ପଢନ୍ତୁ:- ଏହା ମଧ୍ୟ ପଢନ୍ତୁ ...ପୁରୀରେ ଦୀପାବଳି କଟକଣା, ଏହି ସମୟରେ ବାଣ ଫୁଟାଇବାକୁ ଅନୁମତି

୭. ସୁପ୍ରିମକୋର୍ଟ ସବୁଜ ବାଣ ବ୍ୟତୀତ କ୍ରାକର ଉତ୍ପାଦନ ଏବଂ ବିକ୍ରୟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି । ଫାୟାର କ୍ରାକରରେ ବାରିୟମ ଏବଂ ନିଷିଦ୍ଧ ରାସାୟନିକ ପଦାର୍ଥ ବ୍ୟବହାରକୁ ମଧ୍ୟ ନିଷେଧ କରିଛନ୍ତି ବୋଲି ସ୍ୱତନ୍ତ୍ର ଗାଇଡ଼ଲାଇନରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସ୍ପଷ୍ଟ କରିଛି । ତେବେ ଉପରୋକ୍ତ ଗାଇଡଲାଇନ ଖିଲାପ କଲେ ‘ଓଡ଼ିଶା ଆଇନ-୧୯୫୮’ ଏବଂ ‘ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ନିୟମ-୨୦୦୦’ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ ଉଲ୍ଲେଖ ରହିଛି ।

ଏହା ମଧ୍ୟ ପଢନ୍ତୁ ...ଆସିଲା ଗାଇଡଲାଇନ; ଖୁଚୁରା ବାଣ ବିକ୍ରି କରିପାରିବେନି ଦୋକାନୀ, ରାଜଧାନୀର ଏହି ୨୫ଟି ସ୍ଥାନରେ ଅନୁମତି

ଏହା ମଧ୍ୟ ପଢନ୍ତୁ ...କେରଳ ମନ୍ଦିରରେ ଚାଲିଥିଲା ଉତ୍ସବ, ବାଣ ଦେକାନରେ ନିଆଁ ଲାଗି ବଡ଼ ବିସ୍ଫୋରଣ, ୧୫୦ ଗୁରୁତର

‘ବାଣ ଧୂଆଁ ସ୍ୱାସ୍ଥ୍ୟ ପ୍ରତି ମାରାତ୍ମକ’

ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଭୁବନେଶ୍ବର AIIMSର ପୂର୍ବତନ ନିର୍ଦ୍ଦେଶକ ଡା. ଅଶୋକ ମହାପାତ୍ର କହିଛନ୍ତି, ‘‘ଆମ ସ୍ୱାସ୍ଥ୍ୟ ପାଇଁ ସାଧାରଣ ଧୂଆଁ ଅତ୍ୟଧିକ ଖରାପ । ଏହା ସହ ବାଣ ଧୂଆଁ ମଧ୍ୟ ଆହୁରି ଖରାପ । ଯେଉଁମାନଙ୍କର ଆସ୍ତାମା ସମସ୍ୟା ରହିଛି, ସେମାନଙ୍କ ପାଇଁ ଏହା ବହୁତ ଖରାପ । ବାଣ ଫୁଟାନ୍ତୁ ନାହିଁ ଏହା ବଦଳାରେ ଦୀପ ଲଗାନ୍ତୁ । ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରନ୍ତୁ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.