ETV Bharat / state

ଦୀପାବଳିରେ ଜଳିବ ପଞ୍ଚଗବ୍ୟ ଦୀପ: ପୋତି ଦେଲେ ଉଠିବ ଗଛ, ପରିବେଶକୁ ସୁରକ୍ଷା ଦେବ

ପରିବେଶକୁ ସୁହାଇଲା ଭଳି ଦୀପାବଳିରେ ଦୀପ ଜାଳିବେ ସଭିଏଁ । ଗୋବରରେ ଦୀପ ତିଆରି କରି ବଜାରରେ ବିକ୍ରି ପାଇଁ ପ୍ରସ୍ତୁତ ହେଉଛନ୍ତି ବସ୍ତିର ପିଲାଏ ।

PANCHAGAVYA DIYA
PANCHAGAVYA DIYA (ETV BHARAT ODISHA)
author img

By ETV Bharat Odisha Team

Published : 3 hours ago

ଭୁବନେଶ୍ବର: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଏହାକୁ ନେଇ ବଜାରରେ ମେଲିଲାଣି ଭଳିକି ଭଳି ଦୀପର ସମ୍ଭାର । ଏପଟେ ଦୀପ ପ୍ରସ୍ତୁତିରେ ଲାଗି ପଡିଛନ୍ତି ରାଜଧାନୀର ବସ୍ତିରେ ରହୁଥିବା କୁନି କୁନି ପିଲାଏ । ମାଟି ଦୀପ ନୁହଁ ବରଂ ବୈଦ୍ୟଶାସ୍ତ୍ରରେ ଥିବା ପଞ୍ଚଗବ୍ୟ ଆଧାରରେ ଗୋବରରେ ପ୍ରସ୍ତୁତ କରୁଛନ୍ତି ଦୀପ । ନିଜେ ସ୍ୱାବଲମ୍ବୀ ସହ ଭବିଷ୍ୟତକୁ ଆଲୋକିତ କରିବାକୁ ଦୀପ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ପରିବେଶକୁ ସୁରକ୍ଷା ଦେବାକୁ ପାଇଁ ଗୋବର ଦୀପ ତିଆରି କରୁଛନ୍ତି ।

କୁନି ହାତରେ ଦୀପ ତିଆରି:

PANCHAGAVYA DIYA (ETV BHARAT ODISHA)

ପରିବେଶ ଅନୁକୂଳ ଦୀପ ତିଆରି କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରୁଛନ୍ତି ରାଜଧାନୀର ବିଭିନ୍ନ ବସ୍ତିର କୁନି କୁନି ପିଲା । ଗୋବରରେ ଦୀପ ତିଆରି କରି ତା ଉପରେ ନାଲି, ନେଳି, ହଳଦିଆ, ଧଳା, ସବୁଜ ରଙ୍ଗ ଉପରେ ସୁନେଲୀ ରଙ୍ଗ ଦେଇ ଦୀପ ତିଆରି କରୁଛନ୍ତି ସଭିଏଁ । ହାତର ଆଉ ମାତ୍ର କମ ଦିନ ଥିବାରୁ କାହାରୁ ହାତରେ ଯେମିତି ତର ନାହିଁ । କେବଳ ଭୁବନେଶ୍ବରରେ ନୁହଁ ବରଂ ଏହି ଦୀପ ଦିଲ୍ଲୀରେ ମଧ୍ୟ ବିକ୍ରି ହେଉଛି । ସାମାଜିକ ଅନୁଷ୍ଠାନ ଆଶାଏଁ ପକ୍ଷରୁ ଏହି ଦୀପ ତିଆରି କରାଯାଉଛି ।

PANCHAGAVYA DIYA
PANCHAGAVYA DIYA (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଦୀପାବଳିରେ ଘରେ ଲଗାନ୍ତୁ ଏହି ୬ ଗଛ, ପରିବାର ଉପରେ ହେବ ମା' ଲକ୍ଷ୍ମୀଙ୍କ କୃପା

ଏହା ମଧ୍ୟ ପଢନ୍ତୁ-ପ୍ରଦୂଷଣ ଟେନସନ, ଦୀପାବଳିରେ ସତର୍କ ରହିବାକୁ ଏହି ଉପାୟ ଆପଣାନ୍ତୁ

ପଞ୍ଚଗବ୍ୟ ଦୀପ ବା ଗୋବର ଦୀପ କଣ ?

ଦୀପ ତିଆରି କରୁଥିବା ଜଣେ ବସ୍ତି ଝିଅଙ୍କ କହିବା ଅନୁଯାୟୀ, ଗୋମାତାଙ୍କ ୫ଟି ଦ୍ରବ୍ୟରୁ ପ୍ରସ୍ତୁତ ହେଉଛି ଏହି ଦୀପ । ପ୍ରଥମେ ଗୋବରକୁ ସୁଖାଇ ପାଉଡର କରାଯିବା ପରେ, ଏଥିରେ ଗୋଲାପ ଜଳ ମିଶାଯାଏ । ପରେ ଘିଅ, ଦହି, କ୍ଷୀର ଓ ଗୋମୁତ୍ର ମିଶାଇ ଯାଇ ଦୀପ ତିଆରି କରାଯାଏ ।

ଦୀପ ପୋତିଲେ ଗଛ ଉଠିବ:

PANCHAGAVYA DIYA
PANCHAGAVYA DIYA (ETV BHARAT ODISHA)

ଭାରତର ରାଜଧାନୀ ନୂଆଦିଲ୍ଲୀରେ ବିକ୍ରି ହେଉଛି ଗୋବର ଦୀପ । କାହିଁକିନା ଏହି ଦୀପ ପ୍ରକୃତି ସୁହାଇଲା ଭଳି । ଦିଲ୍ଲୀକୁ 2 ହଜାର ଦୀପ ପଠାଇଯାଇଛି । ଏହି ଦୀପକୁ ବ୍ୟବହାର କରିବା ପରେ ଏହାକୁ ମାଟିରେ ପୋତି ଦେଲେ ଗଛ ହେବ । ପାଠ ସହିତ ଏହାକୁ କଲେ ଆମକୁ ଖୁସି ଲାଗୁଛି ବୋଲି କହିଛନ୍ତି ବସ୍ତି ପିଲା ।

ପଞ୍ଚଗବ୍ୟ ଦୀପର ଦାମ କେତେ ?

PANCHAGAVYA DIYA
PANCHAGAVYA DIYA (ETV BHARAT ODISHA)

ପଞ୍ଚଗବ୍ୟ ଦୀପର ଦାମ୍ 25ଟଙ୍କା ରହିଥିବା ବେଳେ ମାଟି ଦୀପର ଦାମ 20ଟଙ୍କା ରହିଛି । ସେହିପରି ଦୀପାବଳି ଗିଫ୍ଟ ହାମ୍ପର ଦାମ୍ ରହିଛି 150ଟଙ୍କା । ଆଶାଏଁ ପକ୍ଷରୁ ପିଲାମାନଙ୍କୁ କ୍ରାଫ୍ଟ ଶିକ୍ଷା ଦିଆଯାଇଥିବା ବେଳେ ଆଗକୁ ବିଭିନ୍ନ କ୍ଷେତ୍ରରେ ପିଲାମାନଙ୍କୁ ସାମିଲ୍ କରାଯିବ ବୋଲି ଆଶାଏଁ ପକ୍ଷରୁ ଏହାର ପ୍ରତିଷ୍ଠାତା ରତ୍ନାକର ସାହୁ କହିଛନ୍ତି ।

ଆଶାଏଁ ପକ୍ଷରୁ ଗୋବର ଦୀପ ତିଆରି ଚାଲିଛି:

PANCHAGAVYA DIYA
PANCHAGAVYA DIYA (ETV BHARAT ODISHA)

ଦିନ ଥିଲା ଏହି କୁନି ହାତବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ୍‌ରେ ଜରି, ପ୍ଲାଷ୍ଟିଲ୍ ବୋତଲ ଗୋଟାଉଥିଲା, ଆଉ ଏବେ ସେହି ହାତରେ ଦୀପ ତିଆରି କରି ନିଜ ଜୀବନ ପଥକୁ ଆଲୋକିତ କରିବାକୁ ଲାଗି ପଡିଛନ୍ତି ସଭିଏଁ । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ବସ୍ତିର ପ୍ରାୟ 150 ପିଲା ଦୀପ ତିଆରିରେ ଲାଗି ପଡିଛନ୍ତି । 5 ହଜାର ଦୀପ ତିଆରି ଚାଲିଛି । ସାମାଜିକ ଅନୁଷ୍ଠାନ ଆଶାଏଁ ପକ୍ଷରୁ ପ୍ରାୟ 5ବର୍ଷ ହେବ ପିଲାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଏଭଳି ପ୍ରଶିକ୍ଷଣ ଦିଆଯାଉଛି। ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ଏହି ପିଲାମାନେ ସ୍କୁଲ ଛୁଟି ପରେ ସମୟ ନଷ୍ଟ ନ କରି ସହରର ବିଭିନ୍ନ ଆପାର୍ଟମେଣ୍ଟ ନିକଟରେ ଷ୍ଟଲ୍ ଖୋଲି ଏହି ସାମଗ୍ରୀଗୁ ଡ଼ିକ ବିକ୍ରି କରୁଥିବା ଦେଖୁବାକୁ ମିଳିଛି । କେବଳ ସେତିକି ନୁହେଁ, ପିଲାମାନଙ୍କ ଦ୍ବାରା ପ୍ରସ୍ତୁତ 2 ହଜାର ପଞ୍ଚଗବ୍ୟ ଦୀପ ଏବେ ନୂଆଦିଲ୍ଲୀର ଏମ୍୩ଏମ୍ ଫାଇଣ୍ଡେସନ୍ ସହଯୋଗରେ ବିକ୍ରି କରାଯାଉଛି ।

PANCHAGAVYA DIYA
PANCHAGAVYA DIYA (ETV BHARAT ODISHA)

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.