ETV Bharat / state

ଆରମ୍ଭ ହେଲା ମା' ଭଦ୍ରକାଳୀଙ୍କ ପୂଜା, ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା' - MAA BHADRAKALI TEMPLE PUJA

ଆଜିଠୁ ଆରମ୍ଭ ହୋଇଛି ଭଦ୍ରକର ପ୍ରସିଦ୍ଧ କାଳୀପୂଜା । ସାତ ଦିନ ପର୍ଯ୍ୟନ୍ତ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା' ଭଦ୍ରକାଳୀ ।

MAA BHADRAKALI TEMPLE PUJA
MAA BHADRAKALI TEMPLE PUJA (ETV Bharat Odisha)
author img

By ETV Bharat Odisha Team

Published : Oct 31, 2024, 10:08 PM IST

ଭଦ୍ରକ: ଆଜି ପବିତ୍ର କାଳୀପୂଜା । ମା' କଳୀଙ୍କ ଆଗମନକୁ ନେଇ ଉତ୍ସବମୁଖର ଧରାପୃଷ୍ଠ । ଆଜିଠାରୁ ମା'ଙ୍କ ଭଦ୍ରକାଳୀଙ୍କ ପୀଠ ଆରମ୍ଭ ହେଲା ସ୍ବତନ୍ତ୍ର ପୂଜା ପାଠ । ମା' ସାତ ଦିନ ପର୍ଯ୍ୟନ୍ତ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ପ୍ରଥମ ଦିନରେ ମାଆ ଭଦ୍ରକାଳୀ ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଭଦ୍ରକ ସହରଠାରୁ ମାତ୍ର 11 କିଲୋମିଟର ଦୂର, ପୁଣ୍ୟତୋୟା ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ମା' ଭଦ୍ରକାଳୀ ପୀଠ ।

MAA BHADRAKALI TEMPLE PUJA (ETV Bharat Odisha)

ଭଦ୍ରକ କାଳୀପୂଜା:

ପୁରାଣ ପ୍ରସିଦ୍ଧ ମା' ଭଦ୍ରକାଳୀଙ୍କ ପୀଠ । ମା' ଧରାବତରଣ କରିଥିବାରୁ ବେଶ ଚଳଚଞ୍ଚଳ ଭଦ୍ରକ । ପ୍ରତିବର୍ଷଭଳି ଚଳିତ ବର୍ଷ ଆଜିଠାରୁ (ଅକ୍ଟୋବର 31 ତାରିଖ) ନଭେମ୍ବର 6 ତାରିଖ ପର୍ଯ୍ୟନ୍ତ ଏଠାରେ ସ୍ବତନ୍ତ୍ର ପୂଜା ରୀତିନୀତି ଅନୁଷ୍ଠିତ ହେବ। ଆହାର ପଦା ଘାଟରୁ କଳସ ଯାତ୍ରା ପରେ ପୀଠରେ ଘଟ ସ୍ଥାପନ ସହ ଆରମ୍ଭ ହୋଇଛି ଶତଚଣ୍ଡୀ ପାଠ, ଦୀପ ଯଜ୍ଞ ସହ ବିଶ୍ବଶାନ୍ତି ମହାଯଜ୍ଞ । ଅନ୍ୟ ଶକ୍ତିପୀଠ ମଧ୍ୟରୁ ମାଆ ଭଦ୍ରକାଳୀଙ୍କ ପୀଠ ଅନ୍ୟତମ । ଏହି ପ୍ରସିଦ୍ଧ ଶକ୍ତି ପୀଠରେ କାଳୀ ପୂଜାର ପରମ୍ପରା ବେଶ ନିଆରା ।ପବିତ୍ର ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ଏହି ପୀଠରେ ମା' ସଦାସର୍ବଦା ବିଶ୍ବମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତିି ।ଜଗତ କଲ୍ୟାଣ ପାଇଁ ମା' ଭଦ୍ରକାଳୀ ଆଜି ଠାରୁ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଶୁଭ ଅଧିବାସ, କଳସ ଶୋଭାଯାତ୍ରା, ଘଟସ୍ଥାପନ, ସପ୍ତଚଣ୍ଡୀ ପାଠ, ବିଶ୍ବ ଶାନ୍ତି ମହାଯଜ୍ଞ ସହ ଆରମ୍ଭ ହୋଇଛି ମାଆଙ୍କ ବିଶେଷ ପୂଜା ରୀତିନୀତି ।

ଏହା ମଧ୍ୟ ପଢନ୍ତୁ...ଉତ୍ସବମୁଖର ସିଲଭର ସିଟି ; ପୂଜା ପାଉଛନ୍ତି ମା' କାଳୀ

ଏହା ମଧ୍ୟ ପଢନ୍ତୁ...କାହିଁକି ପାଳନ ହୁଏ ଦୀପାବଳି, କ’ଣ ରହିଛି ପୌରାଣିକ କିମ୍ବଦନ୍ତୀ ?

ଜାଣନ୍ତୁ ମା'ଙ୍କ ସପ୍ତମାତୃକା ବେଶ କ'ଣ କ'ଣ ?

ପ୍ରଥମ ଦିନରେ ଆଜି ମା' ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହି ବେଶ ଦର୍ଶନ କଲେ ଦିବ୍ୟ ଜ୍ଞାନ ଅର୍ଜନ ସହିତ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି । ଏହି ସାତ ଦିନର ସପ୍ତମାତୃକା ବେଶ ଯାହାକି ବେଦମାତା, ମହାକାଳୀ, ରାଜ ରାଜେଶ୍ବରୀ, ସିଂହ ବାହିନୀ, ଜଗଧାତ୍ରୀ, ମହା ସରସ୍ବତୀ ଏବଂ ଶେଷରେ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ ଭଦ୍ରକାଳୀ।ମା'ଙ୍କ ସାନିଧ୍ୟ ଲାଭ କରିବା ପାଇଁ ଏହି ଶକ୍ତି ପୀଠରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । ତେଣୁ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.