ETV Bharat / state

ବଢୁଛି ସବୁଜ ବାଣର ଚାହିଦା, ବ୍ରହ୍ମପୁରରେ ଜମୁଛି ବ୍ୟବସାୟ - DIWALI 2024

ସବୁଜ ଦୀପାବଳି ପାଳନର ବାର୍ତ୍ତା ନେଇ ବିକ୍ରି ହେଉଛି ଭଳିକି ଭଳି ବାଣ । ଜାଣନ୍ତୁ ବ୍ରହ୍ମପୁର ସହରରେ କେଉଁଠାରେ ପଡ଼ିଛି ବାଣ ବଜାର ।

brahmapur cracker business
brahmapur cracker business (ETV Bharat Odisha)
author img

By ETV Bharat Odisha Team

Published : Oct 29, 2024, 5:19 PM IST

ବ୍ରହ୍ମପୁର: ଦିନକ ପରେ ଆଲୋକର ପର୍ବ ଦୀପାବଳି । ଏହାକୁ ନେଇ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ବାଣ ଦୋକାନରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ହେଲେ ବାଣ ଫୁଟାଇବା ଦ୍ୱାରା ଦେଖାଯାଉଥିବା ବାୟୁ ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ଏବେ ସବୁଠି ଚିନ୍ତା । ଏଭଳି ସମୟରେ ସବୁଜ ଦୀପାବଳି ପାଳନର ବାର୍ତ୍ତା ନେଇ ସବୁଠି ଚାଲିଛି ସଚେତନତା । ଗୋଟିଏ ପଟେ ନ୍ୟାୟାଳୟର ନିର୍ଦ୍ଦେଶନାମା ଏବଂ ଅନ୍ୟପଟେ ସରକାରଙ୍କ କଡ଼ା ଚେତାବନୀ ପରେ ବାଣ ବିକ୍ରିରେ ରହିଛି ଅନେକ କଟକଣା । ଦୀପାବଳି ପାଳନ ପୂର୍ବରୁ ବ୍ରହ୍ମପୁର ସହର ଉପକଣ୍ଠ ଡେଙ୍ଗାପଦର ଓ ଲାଠି ଭଳି ସ୍ଥାନରେ ସ୍ବତନ୍ତ୍ର ଭାବରେ ଖୋଲାଯାଇଛି ବାଣ ବଜାର ।

brahmapur cracker business (ETV Bharat Odisha)

ବ୍ରହ୍ମପୁରରେ କିଭଳି ଚାଲିଛି ବାଣ ବ୍ୟବସାୟ ?:

ଆଲୋକର ପର୍ବ ଦୀପାବଳୀ ପାଳନ କରିବା ପାଇଁ ଲୋକେ ବାଣ କ୍ରୟ କରିଥାନ୍ତି । ହେଲେ ସରକାରଙ୍କ କଟକଣା ଯୋଗୁଁ ବର୍ତ୍ତମାନ ଗତ କିଛି ବର୍ଷ ଧରି ବଜାରରେ ଅଧିକ ଶବ୍ଦ ବା ଅଧିକ ଧୂଆଁ ହେଉଥିବା ବାଣ ବିକ୍ରି ଉପରେ କଟକଣା ଲଗାଯାଇଛି । ସବୁଜ ଦୀପାବଳି ପାଇଁ ରହିଥିବା ଗାଇଡ ଲାଇନକୁ ଭିତ୍ତିକରି ବାଣ ପ୍ରସ୍ତୁତ କରୁଥିବା କମ୍ପାନୀମାନଙ୍କ ଷ୍ଟାଣ୍ଡାର୍ଡ ବାଣ ଗୁଡ଼ିକୁ ବଜାରରେ ବିକ୍ରି କରାଯାଉଥିବା କହିଛନ୍ତି ବ୍ୟବସାୟୀ ।

brahmapur cracker business
brahmapur cracker business (ETV Bharat Odisha)

କିଭଳି ରହିଛି ଦର:

ବ୍ରହ୍ମପୁର ସହର ଉପକଣ୍ଠ ଡେଙ୍ଗାପଦରଠାରେ ସ୍ବତନ୍ତ୍ର ଭାବରେ ଖୋଲାଯାଇଥିବା ବାଣ ବଜାରର ବ୍ୟବସାୟୀ ସୌରଭ ସାହୁ କହିଛନ୍ତି," କେନ୍ଦ୍ର ସରକାରଙ୍କର ରହିଥିବା ନିୟମ ମୁତାବକ ବ୍ରହ୍ମପୁର ସହରରୁ ୧୨ କିଲୋମିଟର ଦୂରରେ ବାଣ ବଜାର ଖୋଳାଯାଇଛି । ଏଠାରେ ୮ଟି ଷ୍ଟଲ ଖୋଲାଯାଇ ଥିବାବେଳେ ୭ଟି ଗୋଦାମରେ ବାଣ ମହଜୁଦ ରଖାଯାଇଛି । ଚଳିତ ବର୍ଷ ଦୀପାବଳି ପୂର୍ବରୁ ପାଗ ଅନୂକୁଳ ରହିଥିବା ଯୋଗୁଁ ଭଲ ବ୍ୟବସାୟ ହେଉଛି । ମୁଖ୍ୟତଃ ଏହି ସମସ୍ତ ବାଣ ଶିବକାଶି, ରାୟପୁର ,ଦିଲ୍ଲୀ ଓ ଅହମ୍ମଦାବାଦରୁ ଆସୁଛି । ସେପଟେ ବିଗତ ବର୍ଷ ମାନଙ୍କରେ ଯେଭଳି ବାଣର ଦର ରହିଥିଲା, ଚଳିତବର୍ଷ ମଧ୍ୟ ଅନୁରୂପ ଭାବରେ ଦର ରହିଛି ।‌"

BRAHMAPUR CRACKER BUSINESS
BRAHMAPUR CRACKER BUSINESS (ETV Bharat Odisha)

ବାଣ ବଜାରରେ ସୁରକ୍ଷା ବ୍ୟବସ୍ଥା :
ପେସୋ ନିୟମ ଅନୁସାରେ ଗୋଟିଏ କାଉଣ୍ଟରରୁ ଅନ୍ୟ କାଉଣ୍ଟରର ଦୂରତ୍ବ ୧୫ ମିଟର ରହିଛି । ଅଗ୍ନି ନିର୍ବାପକ ଯନ୍ତ୍ର, ବାଲି ଏବଂ ପାଣି ଭଳି ସମସ୍ତ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟେକ ବ୍ୟବସାୟୀ ରଖିଥିବା ଦେଖାଯାଇଛି । ପୂର୍ବରୁ ଲୋକେ ଅଧିକ ଦେଶୀ ବାଣ ଫୁଟାଇବାକୁ ପସନ୍ଦ ରହୁଥିବାବେଳେ ତାହା ପରିବେଶ ପ୍ରଦୂଷଣ ଚିନ୍ତା ବଢାଉଥିଲା । ବର୍ତ୍ତମାନ ସବୁଜ ବାଣ ବିକ୍ରିକୁ ଅଧିକ ଗୁରୁତ୍ଵ ଦିଆଯାଉଛି ।

ଏପରି କହିଲେ ବ୍ୟବସାୟୀ :

ବାଣ ବ୍ୟବସାୟୀ ସୁରେଶ ବେହେରା କହିଛନ୍ତି," ଲୋକଙ୍କ ଚାହିଦା ମୁତାବକ ବିଭିନ୍ନ ପ୍ରକାରର ସବୁଜ ବାଣ ଉପଲ୍ଲବ୍ଧ ରହିଛି । ଶିବାକାଶି, ରାୟପୁର ଏବଂ ପାରଳାଖେମୁଣ୍ଡି ଅଞ୍ଚଳରୁ ଭଳିକି ଭଳି ବାଣ ଆଣି ଏଠାରେ ବିକ୍ରି କରାଯାଉଛି । ସ୍ଥାନୀୟ ଅଞ୍ଚଳରେ ବିକ୍ରି ହେଉଥିବା ପ୍ରଦୂଷଣ ଯୁକ୍ତ ବାଣ ବିକ୍ରି କରାଯାଉନାହିଁ ।ପ୍ରଶାସନ ପକ୍ଷରୁ ବହୁ ବିଳମ୍ବରେ ଲାଠି ଅଞ୍ଚଳରେ ବାଣ ବିକ୍ରି ପାଇଁ ଅନୁମତି ମିଳିଛି । ଏହାକୁ ଆଗୁଆ ପ୍ରଦାନ କଲେ ଅନେକ ସୁବିଧା ହୋଇପାରନ୍ତା ।"

ଏହା ମଧ୍ୟ ପଢନ୍ତୁ ...ଆସିଲା ଗାଇଡଲାଇନ; ଖୁଚୁରା ବାଣ ବିକ୍ରି କରିପାରିବେନି ଦୋକାନୀ, ରାଜଧାନୀର ଏହି ୨୫ଟି ସ୍ଥାନରେ ଅନୁମତି

ଏହା ମଧ୍ୟ ପଢନ୍ତୁ ...କେରଳ ମନ୍ଦିରରେ ଚାଲିଥିଲା ଉତ୍ସବ, ବାଣ ଦେକାନରେ ନିଆଁ ଲାଗି ବଡ଼ ବିସ୍ଫୋରଣ, ୧୫୦ ଗୁରୁତର

ଏହା ମଧ୍ୟ ପଢନ୍ତୁ ...ପୁରୀରେ ଦୀପାବଳି କଟକଣା, ଏହି ସମୟରେ ବାଣ ଫୁଟାଇବାକୁ ଅନୁମତି

ସବୁଜ ବାଣକୁ ଅଧିକ ଗୁରୁତ୍ବ:

ବ୍ୟବସାୟୀ ଶିବା ଯାଦବ କହିଛନ୍ତି," ଲାଠି ଅଞ୍ଚଳରେ ମାତ୍ର 4 ଜଣଙ୍କୁ ବାଣ ବ୍ୟବସାୟ କରିବାକୁ ପ୍ରଶାସନ ଅନୁମତି ଦେଇଛି । ସମସ୍ତ କଟକଣାକୁ ମାନି ସବୁଜ ବାଣ ବିକ୍ରି ଆରମ୍ଭ ହୋଇଛି । ମୁଖ୍ୟତଃ ଲୋକଙ୍କୁ କ୍ଷତି ନପହଞ୍ଚାଇବା ଭଳି ବାଣ ବିକ୍ରି ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ଏଥର ନୂତନ ଭାବରେ ହୁଇସିଲରେ ଚକ୍ର ଠାରୁ ଆରମ୍ଭ କରି କଲରାକାଠୀ ଭଳି ଅନେକ ବାଣ ଉପଲ୍ଲବ୍ଧ‌ ରହିଛି । ଯାହା ଶିଶୁମାନଙ୍କ ଅଧିକା ପସନ୍ଦ ରହିବ । ବାଣ ପ୍ରସ୍ତୁତ କମ୍ପାନୀ ଆଇ.ଆଇ.ଏମ ଏବଂ କାଳେଶ୍ବରୀ ଭଳି କମ୍ପାନୀର ବାଣ ଅଧିକ ଚାହିଦା ରହିଛି ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.