ETV Bharat / state

ସିକ୍କିମର ଦିବ୍ୟାଙ୍ଗ ଯୁବକଙ୍କୁ ପୋଲିସର ଲାଠି ଚାର୍ଜ! ଗୁରୁତର ଅବସ୍ଥାରେ AIIMSରେ ଭର୍ତ୍ତି - ATTACK ON SIKKIM DIVYANG YOUTH

ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ସିକ୍କିମ ଯୁବକଙ୍କୁ ପୋଲିସର ମାତ୍ରାଧିକ ଲାଠିମାଡ଼ ଅଭିଯୋଗ । ଫଳରେ ଘଟଣାସ୍ଥଳରେ ଅଚେତ ହୋଇପଡିଥିଲେ ଯୁବକ । ଗୁରୁତର ଅବସ୍ଥାରେ AIIMSରେ ଚିକିତ୍ସାଧୀନ ।

ATTACK ON Sikkim DIVYANG YOUTH
ATTACK ON Sikkim DIVYANG YOUTH (ETV Bharat Odisha)
author img

By ETV Bharat Odisha Team

Published : Nov 4, 2024, 6:58 PM IST

Updated : Nov 4, 2024, 8:28 PM IST

ବ୍ରହ୍ମପୁର: ସିକ୍କିମର ଦିବ୍ୟାଙ୍ଗ ଯୁବକଙ୍କ ଉପରେ ପୋଲିସର ହାକିମଗିରି । ଗଞ୍ଜାମ ଜିଲ୍ଲା ଗୋପାଳପୁରକୁ ନିଜର ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଉଥିବାବେଳେ ପୋଲିସର ଲାଠି ମାଡ଼ କରିଥିବା ଅଭିଯୋଗ ହୋଇଛି । ଫଳରେ ଘଟଣାସ୍ଥଳରେ ଯୁବକ ଅଚେତ ହୋଇପଡ଼ିଥିଲେ । ଘଟଣାର ତଦନ୍ତ ଆରମ୍ଭ କଲା ପୋଲିସ । ଦୋଷ ପ୍ରମାଣିତ ହେଲେ ହେବ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣା ବିବେକ ଏମ ।

ATTACK ON SIKKIM DIVYANG YOUTH (ETV Bharat Odisha)

କ'ଣ ରହିଥିଲା ଘଟଣା:

ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋପାଳପୁର ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ନିୟମିତ ଏମ.ଭି ଚେକ୍ ଭଳି ଗତକାଲି (ରବିବାର) ସନ୍ଧ୍ୟା ସମୟରେ ଯାଞ୍ଚ ଚାଲିଥିଲା । ଏହି ସମୟରେ ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳରେ ରହି ଏକ ଦୋକାନରେ କାମ କରୁଥିବା ସିକିମର ଜଣେ ଦିବ୍ୟାଙ୍ଗ ଯୁବକ ୱେଗେସ୍ ସେର୍ପା (୩୪) ନିଜର ଅନ୍ୟ ସାଙ୍ଗସାଥୀମାନଙ୍କ ସହିତ ୨ଟି ମୋଟର ସାଇକେଲ ଯୋଗେ ଗୋପାଳପୁର ବୁଲିବାକୁ ଯାଇଥିଲେ । ଏତିକି ବେଳେ ପୋଲିସ ଗାଡି ଚେକିଂ କରୁଥିବା ଦେଖିବାକୁ ପାଇଥିଲେ । ପୋଲିସର ଯାଞ୍ଚ ସମୟରେ ହେଲମେଟ୍ ପିନ୍ଧି ନଥିବାରୁ ସେମାନେ ପୋଲିସକୁ ଦେଖି ଡରିଯାଇଥିଲେ । ଏଭଳି ସମୟରେ ପୋଲିସ ସେମାନଙ୍କ ଗୋଟିଏ ଗାଡିକୁ ଅଟକାଇବାରେ ସଫଳ ହୋଇଥିବାବେଳେ ଅନ୍ୟ ଏକ ଗାଡି ଦ୍ରୁତଗତିରେ ପଳାଇ ଯାଉଥିଲା । ଏହି ସମୟରେ ପୋଲିସ ପକ୍ଷରୁ ପଛପଟୁ ପ୍ଲାଷ୍ଟିକ୍ ପାଇପରେ ମାଡ ମାରିଥିବା ଅଭିଯୋଗ ହୋଇଛି । ତେବେ ପୋଲିସର ମାଡ଼ ଫଳରେ ସିକ୍କିମର ଦିବ୍ୟାଙ୍ଗ ଯୁବକ ୱେଗେନ୍ ସେର୍ପା ପଡିଯାଇ ଅଚେତ ହୋଇଥିଲେ । ପରେ ଅଚେତ ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଥିବା । ସେଠାରେ ଚିକିତ୍ସା ପରେ ଭୁବନେଶ୍ୱରର ଏମଏସ (AIIMS)କୁ ସ୍ଥାନାନ୍ତର କରାଯାଇଛି । ତେବେ ପୋଲିସ ଯୁବକଙ୍କ ମୁଣ୍ଡକୁ ମାଡ ମାରିଥିବା ନେଇ ତାଙ୍କ ସାଙ୍ଗମାନେ ଅଭିଯୋଗ କରିଛନ୍ତି । ଆହତ ୱେଗେନ୍ ସେର୍ପା ଦିବ୍ୟାଙ୍ଗ ହୋଇଥିବାବେଳେ ସେ କୃତ୍ରିମ ଅଙ୍ଗ(ଗୋଡ଼) ଲଗାଇଥିବା ଜଣାପଡିଛି ।

'ଯୁବକଙ୍କ ମୁଣ୍ଡକୁ ମାଡ ମାରିଲା ପୋଲିସ' :

ସେପଟେ ସିକ୍କିମ ଯୁବକଙ୍କ ସାଙ୍ଗ କହିଛନ୍ତି, "ଆମେ ୨ଟି ଗାଡ଼ିରେ ଗୋପାଳପୁର ବୁଲିବାକୁ ଆସିଥିଲୁ । ଆମେ ହେଲମେଟ ପିନ୍ଧିନଥିଲୁ । ବୁଲାବୁଲି କରି ଫେରିବା ବେଳେ ବାଟରେ ପୋଲିସ ଚେକିଂ ଚାଲିଥିଲା । ପୋଲିସ ଆମକୁ ଅଟକାଇଥିଲେ । ଆମେ ଅଟକିଯାଇଥିଲୁ । କିନ୍ତୁ ଅନ୍ୟ ଗାଡିଟି ୫୦-୬୦ ବେଗରେ ଚାଲୁଥିବା ବେଳେ ସେମାନେ ଗାଡ଼ି ଅଟକାଇବାକୁ ଚେଷ୍ଟା କରିବା ଭିତରେ ପୋଲିସ ପଛରେ ବସିଥିବା ସିକ୍କିମ ଯୁବକଙ୍କ ମୁଣ୍ଡକୁ ମାଡ଼ ମାରିଥିବା । ଫଳରେ ସେ ଗାଡ଼ିରୁ ପଡ଼ିଯିବା ପରେ ବେହୋସ ହୋଇଯାଇଥିଲା । ପୋଲିସ କହୁଛି ଆମେ ଧିରେ ବାଡେଇଥିଲୁ ।"

ଏହା ମଧ୍ୟ ପଢ଼ନ୍ତୁ...ନଳକୂପ ବ୍ୟବହାରକୁ କେନ୍ଦ୍ର କରି ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼, ମେଡିକାଲରେ ଭର୍ତ୍ତି

'ଅଭିଯୋଗର ଦୋଷ ପ୍ରମାଣିତ ହେଲେ ହେବ କାର୍ଯ୍ୟାନୁଷ୍ଠାନ':

ଏନେଇ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା. ଶ୍ରବଣା ବିବେକ ଏମ କହିଛନ୍ତି, "ଗୋପାଳପୁରରେ ଗାଡ଼ି ଚେକିଂ ଚାଲିଥିଲା । ଏତିକି ବେଳେ ୨ଟି ଗାଡ଼ିରେ କିଛି ପିଲା ଆସୁଥିଲେ । ସେମାନେ ଅଭିଯୋଗ କରିଛନ୍ତି ଯେ, ଚେକିଂ ବେଳେ ଗାଡ଼ି ପଛରେ ବସିଥିବା ସିକ୍କିମର ଜଣେ ଯୁବକଙ୍କୁ ପୋଲିସ ମାଡ ମାରିଥିଲା । ଫଳରେ ସେ ବେହୋସ ହୋଇଯାଇଥିଲା ବୋଲି ପୋଲିସ ଉପରେ ଅଭିଯୋଗ ଆଣିଛନ୍ତି । ଉକ୍ତ ଯୁବକଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର AIIMSକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କୁ ଚିକିତ୍ସା ପରେ ଏବେ ସେ ସୁସ୍ଥ ଅଛି । ଡାକ୍ତରଙ୍କ କହିବା ଅନୁସାରେ, ଯୁବକ ଜଣଙ୍କ ପ୍ରବଳ ମଦ ପିଇଥିବାରୁ ଏଭଳି ହୋଇଛି । ସେମାନେ ଯେଉଁ ଅଭିଯୋଗ ଆଣିଛନ୍ତି ଯେ, ସେମାନଙ୍କୁ ଦୁଃବ୍ୟବହାର କରାଯାଇଛି, ଏନେଇ ତଦନ୍ତ କରାଯାଉଛି । ଯେଉଁମାନେ ଘଟଣାସ୍ଥଳରେ ଥିଲେ ତାଙ୍କୁ ପଚରାଉଚରା କରାଯାଉଛି । ଏହାର ସଠିକ ତଦନ୍ତ ହେବ । ଯଦି କିଛି ଦୁର୍ବ୍ୟବହାର ଘଟଣା ବାହାରିବ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, ବ୍ରହ୍ମପୁର

Last Updated : Nov 4, 2024, 8:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.