ETV Bharat / state

ଦାୟିତ୍ବ ନେଲେ ଲୋକନାଥ ମହାରଥୀ, ରାଜନଗର ବ୍ଲକ ଛାତ୍ର ଓ ଯୁବ କଂଗ୍ରେସ ସଭାପତିଙ୍କ ଇସ୍ତଫା - କେନ୍ଦ୍ରାପଡ଼ା

Congress News: ବଳଦେବଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ଦଳୀୟ ନେତାଙ୍କୁ ଭେଟିଲେ ଜିଲ୍ଲା କଂଗ୍ରେସ ସଭାପତି ଲୋକନାଥ ମହାରଥୀ । ସେପଟେ ରାଜନଗର ବ୍ଲକ ଯୁବ ଏବଂ ଛାତ୍ର କଂଗ୍ରେସ ସଭାପତିଙ୍କ ଇସ୍ତଫ। । ଅଧିକ ପଢନ୍ତୁ

ନୂଆ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ କେନ୍ଦ୍ରାପଡ଼ରେ ଭବ୍ୟ ସ୍ବାଗତ

author img

By ETV Bharat Odisha Team

Published : Feb 15, 2024, 8:06 PM IST

ନୂଆ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ କେନ୍ଦ୍ରାପଡ଼ରେ ଭବ୍ୟ ସ୍ବାଗତ

କେନ୍ଦ୍ରାପଡ଼ା: ଜିଲ୍ଲା କଂଗ୍ରେସର ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଯୁବନେତା ଲୋକନାଥ ମହାରଥୀ । ଆଜି ତାଙ୍କୁ କେନ୍ଦ୍ରପଡ଼ାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ପରେ କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ଦଳୀୟ ନେତାଙ୍କୁ ଭେଟିଥିଛନ୍ତି ।

ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାରେ କଂଗ୍ରେସ ସଂଗଠନକୁ ମଜବୁତ୍ କରିବା ସହ ଯୁବନେତା ଓ ବରିଷ୍ଠ ନେତାମାନଙ୍କୁ ଏକଜୁଟ କରି ଦାୟିତ୍ୱ ବଣ୍ଟନ କରିବା ପାଇଁ ସେ ଯୋଜନା କରିଥିବା ସୂଚନା ଦେଇଛନ୍ତି । ଏହାସହ ଜିଲ୍ଲାରେ ଦିନକୁ ଦିନ ନୂଆ ସମୀକରଣ ଦେଖିବାରୁ ମିଳୁଛି । ସେପଟେ ଆଜି ରାଜନଗର ବ୍ଲକ ଯୁବ ଏବଂ ଛାତ୍ର କଂଗ୍ରେସ ସଭାପତି ଇସ୍ତଫା ଦେଇଥିବା ସୂଚନା ମିଳିଛି ।

ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଚିନ୍ମୟ ବେହୁରା, ରତିକାନ୍ତ କାନୁନଗୋ,ଚୌଧୁରୀ ସ୍ନେହଲତା ରାୟ, ଜିଲ୍ଲା କଂଗ୍ରେସ ମୁଖପାତ୍ର ପ୍ରଫୁଲ୍ଲ ଦାସ ପ୍ରମୁଖ ଉପସ୍ଥିତ ରହି ଲୋକନାଥ ମହାରଥୀଙ୍କୁ ସ୍ଵାଗତ କରିଥିଲେ । ତେବେ ଗତ କାଲି ଜିଲ୍ଲା କଂଗ୍ରେସର ସଭାପତି ଦାୟିତ୍ୱ ବହନ କରୁଥିବା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଦଳୀୟ ହାଇକମାଣ୍ଡଙ୍କୁ ନିଜ ପଦବୀରୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଏହାପରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଲୋକନାଥ ମହାରଥୀଙ୍କୁ ଜିଲ୍ଲା ସଭାପତି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ.......କୃଷକଙ୍କ ବିକାଶ ନାଁରେ ବିନାଶ କରୁଛନ୍ତି କେନ୍ଦ୍ର ସରକାର: କଂଗ୍ରେସ

ତେବେ ଲୋକନାଥ ମହାରଥୀ ପୂର୍ବରୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ଦାୟିତ୍ବ ତୁଲାଇ ଥିବାବେଳେ ଏବେ ସେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟ ପାଇଁ ଲବିରେ ଥିବା ସୂଚନା ମିଳିଛି । ଅନ୍ୟପଟେ ଦାୟିତ୍ବ ନେଉନେଉ ପୂର୍ବତନ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି ଲୋକନାଥ । ସେ କହିଛନ୍ତି," ଯେଉଁ ଦଳ ତାଙ୍କ ବାପାଙ୍କ ପାଇଁ ଟିକିଏ ସମ୍ମାନ ଦେଇନାହିଁ । ସେ ଦଳରେ ସେ ମିଶିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।"

ଯଦିଓ ଅଂଶୁମାନ ଏଯାବତ କେଉଁ ଦଳକୁ ଯିବେ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ତଥାପି ମହାରଥୀଙ୍କ ଏହି ବାକ୍ୟ ଅଂଶୁମାନଙ୍କ ବିଜେଡ଼ି଼ରେ ମିଶିବା ନେଇ ସଂକେତ ଦେଇଛି । ଅନ୍ୟପଟେ ଆଜି ରାଜନଗର ବ୍ଲକ ଯୁବ କଂଗ୍ରେସ ସଭାପତି ପ୍ରଭାତ କୁମାର ରାଉଳ ଓ ଛାତ୍ର କଂଗ୍ରେସ ସଭାପତି ସତ୍ୟବ୍ରତ ପାଣି ଦଳରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.