ETV Bharat / state

ଓଡ଼ିଶାରେ ସୃଷ୍ଟି ହୋଇଛି ପ୍ରତ୍ନତତ୍ତ୍ଵ ଅଧ୍ୟୟନର ନୂତନ ସମ୍ଭାବନା: ପ୍ରଫେସର କିଶୋର ବାସା

author img

By ETV Bharat Odisha Team

Published : Feb 4, 2024, 11:03 PM IST

Distinguished Historians comment on Archeological heritage of Odisha: ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଦ୍ବିତୀୟ ଦିନରେ ସୁପ୍ରସିଦ୍ଧ ପ୍ରକୃତତ୍ତ୍ଵବିଦ ପ୍ରଫେସର କିଶୋର କୁମାର ବାସା କହିଛନ୍ତି ଯେ ଓଡ଼ିଶାରେ ପ୍ରତ୍ନତତ୍ତ୍ଵ ଅଧ୍ୟୟନର ନୂତନ ସମ୍ଭାବନା ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

Odia Language Conference
Odia Language Conference

ଭୁବନେଶ୍ୱର: ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଦ୍ବିତୀୟ ଦିନରେ ‘ଓଡ଼ିଶାର ପ୍ରତ୍ନତତ୍ତ୍ଵ’ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏଥିରେ ଯୋଗ ଦେଇ ନ୍ୟାସନାଲ ମନୁମେଣ୍ଟ ଅଥରିଟିର ଅଧ୍ୟକ୍ଷ ତଥା ସୁପ୍ରସିଦ୍ଧ ପ୍ରକୃତତ୍ତ୍ଵବିଦ ପ୍ରଫେସର କିଶୋର କୁମାର ବାସା କହିଛନ୍ତି ଯେ ଶିଶୁପାଳଗଡ଼ ଓ ଜଉଗଡ଼ରେ ଉପଲବ୍ଧ ଶିଳାଲେଖଗୁଡ଼ିକର ଉତ୍‌ଖନନ ଓ ଅଧ୍ୟୟନ ପ୍ରତ୍ନତତ୍ତ୍ଵ କ୍ଷେତ୍ରରେ ସୃଷ୍ଟି କରିଥିବା ଦିଗନ୍ତ ଏବେ ପ୍ରସାରିତ ହେବାରେ ଲାଗିଛି । ଓଡ଼ିଶାରେ ପ୍ରତ୍ନତତ୍ତ୍ଵ ଅଧ୍ୟୟନର ନୂତନ ସମ୍ଭାବନା ସୃଷ୍ଟି ହୋଇଛି ।

ପ୍ରଫେସର କିଶୋର କୁମାର ବାସା କହିଛନ୍ତି ଯେ, ଉପନିବେଶବାଦରୁ ସୃଷ୍ଟି ପ୍ରତ୍ନତତ୍ତ୍ଵକୁ ଆମ ଦେଶରେ ବ୍ରିଟିଶ ଶାସକମାନେ ପ୍ରଥମେ ଉତ୍ସାହିତ କରିଥିଲେ । ଭାରତୀୟ ପ୍ରସ୍ତର ଗୁମ୍ଫାମାନଙ୍କୁ ନେଇ ଗବେଷଣା କରିବାରେ ଜେମସ ଫର୍ଗୁସନ ଅଗ୍ରଣୀ ଥିଲେ । ଫର୍ଗୁସନଙ୍କ ଉପନିବେଶବାଦୀ ଦୃଷ୍ଟିକୋଣ ଓ ରାଜେନ୍ଦ୍ର ଲାଲ ମିତ୍ରଙ୍କ ରାଷ୍ଟ୍ରବାଦୀ ବିଚାରଭଙ୍ଗୀ ଭାରତୀୟ ପ୍ରତ୍ନତତ୍ତ୍ଵ ଅଧ୍ୟୟନ କ୍ଷେତ୍ରରେ ବିବାଦ ସୃଷ୍ଟି କରିଥିଲା । ବିଶିଷ୍ଟ ଐତିହାସିକ ଓ ପ୍ରତ୍ନତତ୍ତ୍ଵବିଦ ପ୍ରଫେସର ସଦାଶିବ ପ୍ରଧାନ କହିଛନ୍ତି ଯେ, ପ୍ରସ୍ତର ଗୁମ୍ଫା ନିକଟରେ ଚିରସ୍ରୋତ ନଦୀ ଓ ଜଙ୍ଗଲ ରହିବା ଫଳରେ ଖାଦ୍ୟ ଓ ଜଳର ସହଜ ଉପଲବ୍ଧି ଯୋଗୁଁ ଲୋକମାନେ ପ୍ରସ୍ତର ଗୁମ୍ଫାରେ ବାସ କରୁଥିଲେ । ଚିତ୍ରଣ ଓ ଖୋଦଣ କଳା ଓଡ଼ିଶାରେ ପ୍ରସ୍ତର ଯୁଗର ସ୍ଵତନ୍ତ୍ର ବୈଶିଷ୍ଟ୍ୟ ।

ଏହା ମଧ୍ୟ ପଢନ୍ତୁ .... ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ପ୍ରତ୍ନତତ୍ତ୍ଵବିଦ ତଥା ଭାରତୀୟ ପୁରାତତ୍ତ୍ଵ ସର୍ବେକ୍ଷଣ ସଂସ୍ଥାର ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ସୀମାଦ୍ରି ଭୂଷଣ ଓତା କହିଛନ୍ତି ଯେ, ପ୍ରସ୍ତର କଳାର ସଂରକ୍ଷଣ ପାଇଁ ବିଶେଷ ଉଦ୍ୟମ ଆବଶ୍ୟକ । ସାଧାରଣ ଲୋକଙ୍କ ଦାୟିତ୍ବହୀନତା, ମେଳା ମହୋତ୍ସବ, ଜଙ୍ଗଲକ୍ଷୟ ଓ ପ୍ଲାଷ୍ଟିକର ବହୁଳ ବ୍ୟବହାର ପ୍ରସ୍ତର କଳାର କ୍ଷୟର କାରଣ । ଓଡ଼ିଶାର ୧୨୦ରୁ ଉର୍ଦ୍ଧ୍ବ ସ୍ଥାନରେ ପ୍ରସ୍ତରକଳାକୁ ନେଇ ପ୍ରତ୍ନତତ୍ତ୍ଵିକ ଅଧ୍ୟୟନ ଅବ୍ୟାହତ ରହିଛି । ପ୍ରତ୍ନତତ୍ତ୍ଵବିଦ ଡ. ଦିବିଶାଦ ବି. ଗଡ଼ନାୟକ କହିଛନ୍ତି ଯେ, ଓଡ଼ିଶାରେ ଲୌହ ପ୍ରଯୁକ୍ତିବିଦ୍ୟାର ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ହୋଇଛି । ଓଡ଼ିଶାରେ ଖଣିଜ ସଂପଦର ପ୍ରାଚୁର୍ଯ୍ୟ ହେତୁ ଉନ୍ନତ ଲୌହ କୌଶଳ ଅଭିବୃଦ୍ଧି ଲାଭ କରିଛି । ଏହାର ଫଳ ସ୍ବରୂପ ସହରୀକରଣର ବିକାଶ ଘଟିଛି । ତୃତୀୟ ଏବଂ ଚତୁର୍ଥ ଶତାବ୍ଦୀରେ ଉନ୍ନତ ଲୌହ କୌଶଳର ପ୍ରୟୋଗ ସହରୀକରଣକୁ ଉତ୍ସାହିତ କରିଛି । ପ୍ରତ୍ନତତ୍ତ୍ଵବିଦ ପ୍ରଫେସର ରବୀନ୍ଦ୍ର କୁମାର ମହାନ୍ତି କହିଛନ୍ତି ଯେ, ଗଞ୍ଜାମରେ ଅଧିକ ପ୍ରତ୍ନତାତ୍ତ୍ବିକ ଅନୁସନ୍ଧାନର ଆବଶ୍ୟକତା ରହିଛି ।

ବିଭିନ୍ନ ପ୍ରକାର ସ୍ଥାପତ୍ୟ କଳା ଓ ପୁରାତନ ଘରମାନଙ୍କର ଘରମାନଙ୍କର ଗଠନ ପ୍ରକ୍ରିୟାରୁ ପ୍ରତ୍ନତାତ୍ତ୍ବିକ ଅଧ୍ୟୟନ ସମ୍ଭବ ହୋଇପାରୁଛି । ବିଶିଷ୍ଟ ଧାତୁ ବିଜ୍ଞାନୀ ତଥା ସୁଲେଖକ ପ୍ରଫେସର ଓଁକାରନାଥ ମହାନ୍ତି କହିଛନ୍ତି ଯେ ବିଶ୍ବ ପ୍ରସିଦ୍ଧ କୋଣାର୍କ ନିର୍ମାଣରେ ଲୁହା ବୀମର ବ୍ୟବହାର କଳିଙ୍ଗ କଳାର ପ୍ରକୃଷ୍ଟ ନିଦର୍ଶନ । ରେଖାମନ୍ଦିରର ପ୍ରତିଷ୍ଠା ଶୈଳୀ ଏହାକୁ ଐତିହ୍ୟରେ ପରିଣତ କରିଛି । ପ୍ରତ୍ନତାତ୍ତ୍ବିକ ବୈଭବରେ ଧାତୁ ବିଜ୍ଞାନର ଗୁରୁତ୍ଵ ରହିଛି । ଆମର ପୁରାତନ ପ୍ରନୂତାତ୍ତ୍ଵିକ ଗବେଷଣାରୁ ବିଭିନ୍ନ ଧାତୁର ବହୁଳ ବ୍ୟବହାର ହୋଇଥିବାରୁ ଜାଣିପାରୁଛେ । ଓଡ଼ିଶାରେ ପ୍ରାୟ ୩୦୦ ଗ୍ରାମରେ କଂସା ଓ ପିତ୍ତଳ ଶିଳ୍ପର ପ୍ରାଧାନ୍ୟ ପରିଲକ୍ଷିତ ହୁଏ । ତେବେ ବୈଜ୍ଞାନିକ ଭାଷା ଉପରେ ଗୁରୁତ୍ଵ ଦେଲେ ଆମେ ବିଶ୍ଵ ଦରବାରରେ ପରିଚିତ ହୋଇପାରିବା । ଆମର ପ୍ରତ୍ନତାତ୍ତ୍ବିକ ଅଧ୍ୟୟନର ସୁଫଳ ବିଶ୍ଵବାସୀ ପାଇପାରିବେ । ଐତିହାସିକ ଡ. ସୁଶାନ୍ତ କୁମାର ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଛନ୍ତି । ବିଜେବି ହାଇସ୍କୁଲର ଛାତ୍ର ଓମ ରଣବୀର ସିଂହ ଓ ଛାତ୍ରୀ ଆବୃତି ଦାଶ ମଧ୍ୟ ପ୍ରତ୍ନତାତ୍ତ୍ବିକ ଐତିହ୍ୟ ନେଇ ସ୍ଵମତ ଉପସ୍ଥାପନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.