ETV Bharat / state

ଦୃଷ୍ଟିବାଧିତଙ୍କ ଶିକ୍ଷାକୁ ଗୁରୁତ୍ୱ;ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଆଇଆଇଟି ମଧ୍ୟରେ ବୁଝାମଣା

author img

By ETV Bharat Odisha Team

Published : Mar 5, 2024, 6:49 AM IST

MOU between SSEPD and IIT : ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଓ ଅନ୍ତର୍ଭୁକ୍ତି ଶିକ୍ଷାକୁ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଆଇଆଇଟି ଭୁବନେଶ୍ଵର ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ । ଅଧିକ ପଢନ୍ତୁ

MOU between SSEPD and IIT
MOU between SSEPD and IIT

ଭୁବନେଶ୍ବର: ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଓ ଅନ୍ତର୍ଭୁକ୍ତି ଶିକ୍ଷାକୁ ବ୍ୟାପକ କରିବାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଏହି ଉଦ୍ଦେଶ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଆଇଆଇଟି ଭୁବନେଶ୍ଵର ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି । ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି ।

ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, "ବୈଷୟିକ ଜ୍ଞାନକୌଶଳର ଉପଯୋଗ କ୍ରମେ କମ୍ପ୍ୟୁଟର, ଟାବଲେଟ ଓ ସ୍ମାର୍ଟଫୋନ ଇତ୍ୟାଦି ସାହାଯ୍ୟରେ ଦୃଷ୍ଟିବାଧିତମାନେ ସାଧାରଣ ଲୋକଙ୍କ ଭଳି ଲେଖାପଢ଼ା କରିପାରିଲେଣି । ପରଦାରେ ପଢ଼ିବା ପାଇଁ ଉପଯୁକ୍ତ ସଫ୍ଟୱେୟାର ଏବଂ କମ୍ପ୍ୟୁଟରରେ କେତେକ ସଫ୍ଟୱେୟାର ଉପଯୋଗ କରି ଦୃଷ୍ଟିବାଧିତ ବିଦ୍ୟାର୍ଥୀମାନେ ଡିଜିଟାଲ ପୁସ୍ତକ ଏବଂ ଅନଲାଇନ ପାଠ୍ୟବସ୍ତୁ ନିଜ ପସନ୍ଦ ମୁତାବକ ଭାଷାରେ ପଢ଼ିଲେଖି ପାରିବେ । ଏପରି ବୁଝାମଣା ଫଳରେ ରାଜ୍ୟରେ ଦୃଷ୍ଟିବାଧ୍ୟତ ଛାତ୍ରଛାତ୍ରୀଙ୍କ ପାଇଁ ଆଧୁନିକ ଉପାୟରେ ବୈଷୟିକ ଜ୍ଞାନକୌଶଳ ସହିତ ଗୁଣାତ୍ମକ ତଥା ଅନ୍ତର୍ଭୁକ୍ତ ଶିକ୍ଷା ସଶକ୍ତ ହୋଇପାରିବ ।"

ବୁଝାମଣା ପତ୍ରରେ ଛାତ୍ରଛାତ୍ରୀମାନଙ୍କୁ କୋଡିଂ, କୃତ୍ରିମ ବୁଦ୍ଧିମତ୍ତା, ମାଇକ୍ରୋବିଟ, ଥ୍ରୀ-ଡି ପେଣ୍ଟିଂ, ଗେମସ ଓ ଆନିମେସନ, ମୋବାଇଲ ଆପ, ଯାନ୍ତ୍ରିକ ଶିକ୍ଷଣ ଓ ରୋବୋ ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା ପାଇଁ ଉଲ୍ଲେଖ ରହିଛି । ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଟ୍ୟାବ ଓ ସ୍ମାର୍ଟଫୋନ ସାଙ୍ଗକୁ ଅନଲାଇନ ଶ୍ରେଣୀର ବନ୍ଦୋବସ୍ତ ରହିବ । ଏହା ବ୍ୟତୀତ ବୃତ୍ତି ନିମନ୍ତେ ସଫ୍ଟ ସ୍କିଲ, କର୍ମଶାଳା, ବ୍ୟକ୍ତିତ୍ଵ ବିକାଶ, ଡିଜିଟାଲ ପାଠାଗାର, ଅଡ଼ିଓ ବ୍ଲକ ବିତରଣ ଇତ୍ୟାଦି ଅନ୍ତର୍ଭୁକ୍ତ ହେବ । ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ କିବୋର୍ଡ ଡିଭାଇସ ଉପଯୋଗ କରାଯିବ । ଏହି ବୁଝାମଣାପତ୍ର ୫ ବର୍ଷ ନିମନ୍ତେ ବଳବତ୍ତର ରହିବ ବୋଲି ଉଲ୍ଲେଖ ରହିଛି ।

ଏହା ମଧ୍ୟ ପଢନ୍ତୁ- ଦେଢ ମାସ ଧରି ଆମରଣ ଅନଶନରେ ଦୃଷ୍ଟିବାଧିତ: ଶୁଣୁନି ବିଏମସି, ଭେଟିଲେ ସୁର

ଅନ୍ୟପଟେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି, "ବୁଝାମଣାପତ୍ରରେ ଉଲ୍ଲିଖିତ ପ୍ରକଳ୍ପର ରୂପାୟନ ପାଇଁ ନିୟମିତ ତଦାରଖ କରାଯିବ । ଆଇଆଇଟି ଭୁବନେଶ୍ଵର ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଚିହ୍ନଟ ହୋଇଥିବା ଆବଶ୍ୟକତା ଅନୁସାରେ ବିଭିନ୍ନ ସହାୟତା ଯୋଗାଇବାରେ ବୈଷୟିକ ପରାମର୍ଶ ଦେବେ । ଅନ୍ତର୍ଭୁକ୍ତ ଶିକ୍ଷା ପାଇଁ ବୃତ୍ତିଗତ ବିକାଶର ବିଭିନ୍ନ ଦିଗଗୁଡ଼ିକୁ ବ୍ୟାପକ କରିବାରେ ଆଇଆଇଟି ଭୁବନେଶ୍ଵର ସାହାଯ୍ୟ କରିବ । ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କ ତାଲିମ ସମେତ ରେକର୍ଡିଂ ଲାବ ଓ ଆସେସିବୁଲ ଆର୍ଟ ସେଣ୍ଟର ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯିବ ।" ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶକ ନିୟତି ପଟ୍ଟନାୟକ ଓ ଆଇଆଇଟି ଭୁବନେଶ୍ଵର ପକ୍ଷରୁ ସ୍ପୋନ୍‌ସର୍ଡ ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍‌ନୋଲୋଜିର ଡିନ ପ୍ରଫେସର ଦିନକର ପାସଲା ବୁଝାମଣାପତ୍ରରେ ସ୍ଵାକ୍ଷର କରିଛନ୍ତି । କାର୍ଯ୍ୟକ୍ରମରେ ଆଇଆଇଟି ଭୁବନେଶ୍ଵରର ପ୍ରତିନିଧି ଏବଂ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.