ETV Bharat / state

ଏମିତି ଏକ କ୍ୟାଫେ: ଦିବ୍ୟାଙ୍ଗ କରୁଛନ୍ତି ପରିଚାଳିତ, ଗ୍ରାହକଙ୍କୁ ଟାଣି ଆଣୁଛି ସ୍ବାଦିଷ୍ଟ ଖାଦ୍ୟ-ମନୋମୁଗ୍ଧ ବାର୍ତ୍ତା - Mini Flying Star Cafe

author img

By ETV Bharat Odisha Team

Published : Jul 4, 2024, 8:37 PM IST

Cafe Run by Differently Abled: ଗ୍ରାହକଙ୍କୁ ଆକୃଷ୍ଟ କରୁଛି ବରଗଡ଼ର ମିନି ଫ୍ଲାଇଙ୍ଗ ଷ୍ଟାର କ୍ୟାଫେ । ଏହି କ୍ୟାଫେକୁ ଦିବ୍ୟାଙ୍ଗ ମାନେ ପରିଚାଳନା କରୁଛନ୍ତି । ଆସନ୍ତୁ ଜାଣିବା ଏହି କ୍ୟାଫେ ବିଷୟରେ,

Cafe Run by Differently Abled
Cafe Run by Differently Abled (ETV Bharat Odisha)

ବରଗଡ଼: ଦିବ୍ୟାଙ୍ଗ ଚଳାଉଛନ୍ତି କ୍ୟାଫେ । ବରଗଡ଼ର ଗୋବିନ୍ଦପାଲି ଛକରେ ଥିବା ମିନି ଫ୍ଲାଇଙ୍ଗ ଷ୍ଟାର କ୍ୟାଫେ ଦିବ୍ୟାଙ୍ଗ ମାନଙ୍କ ଦ୍ୱାରା ପରିଚାଳିତ ହେଉଛି । ଯାହା ଏବେ ସହରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କହି ଶୁଣି ପାରୁ ନଥିଲେ ମଧ୍ୟ ସେମାନ ସବୁ କାର୍ଯ୍ୟରେ ସିଦ୍ଧହସ୍ତ । ଚା, କଫି ଠାରୁ ଆରମ୍ଭ କରି ବିଭିନ୍ନ ସ୍ନାକ୍ସ ଆଇଟମକୁ ନିଜ ହାତରେ ତିଆରି କରି ଗ୍ରାହକଙ୍କୁ ପରସି ଦେଉଛନ୍ତି ଏହି ଦିବ୍ୟାଙ୍ଗ ମାନେ । ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜ କାମ ନିଜେ କରି ରୋଜଗାରର ବାଟ ଖୋଜିଛନ୍ତି ଏହି ଯୁବକ ମାନେ ।

ବରଗଡର ଏହି ମିନି ଫ୍ଲାଇଙ୍ଗ ଷ୍ଟାର କ୍ୟାଫେର ପରିଚାଳନା ଦାୟିତ୍ୱରେ ତିନି ଜଣ ଦିବ୍ୟାଙ୍ଗ (ମୁକ ବଧିର) ଯୁବକ ରହିଛନ୍ତି । ସେମାନେ ଚା, କଫି ଠାରୁ ଆରମ୍ଭ କରି ଝାଲମୁଢି, ଗୁପଚୁପ ସହ ବିଭିନ୍ନ ପ୍ରକାର ସେକ୍ ନିଜ ହାତରେ ତିଆରି କରି ଗ୍ରାହକଙ୍କୁ ପରସି ଦେଉଛନ୍ତି । ସେମାନେ ଚା’ରେ ବିଭିନ୍ନ ଭେରାଇଟି ଯେପରିକି ପାନ ଟି, ରୋଜ ଟି, ତନ୍ଦୁରି ଟି, ଚକୋଲେଟ ଟି ଲୋକଙ୍କୁ ପରସୁଛନ୍ତି । ସେହିପରି ସାହି ଗୁପଚୁପ, ଦହି ଗୁପଚୁପ, ଚକୋଲେଟ ଗୁପଚୁପ ପରି ଗୁପଚୁପର ରହିଥିବା ବେଳେ ଝାଲମୁଢ଼ି ସହ ଆହୁରି ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ସେମାନେ ତିଆରି କରିବାରେ ସିଦ୍ଧହସ୍ତ ।

ମିନି ଫ୍ଲାଇଙ୍ଗ ଷ୍ଟାର ସତ୍ତ୍ବାଧିକାରୀ ମିନି ନାୟକ ଶିକ୍ଷକତା ଛାଡି ଏହି କ୍ୟାଫେ ଆରମ୍ଭ କରିଥିଲେ । ସେପଟେ ଦିବ୍ୟାଙ୍ଗ ଯୁବକମାନଙ୍କର ପଢ଼ା ସମାପ୍ତ ପରେ ସେମାନଙ୍କୁ କେହି ରୋଜଗାର ଦେଉନଥିଲେ । ହେଲେ ତାଙ୍କୁ କର୍ମସଂସ୍ଥାନ ଯୋଗାଇବା ଏହାର ମୂଳ ଲକ୍ଷ୍ୟ ଭାବି ଏହି କ୍ୟାଫେ ଆରମ୍ଭ କରିଥିଲେ ମିନି । ତେବେ ଏଠାରେ କାମ କରୁଥିବା ଯୁବକମାନେ କହି ଶୁଣି ପାରୁ ନଥିବାରୁ ଏଠାରେ କ୍ୟାଫେର ମେନୁ ଠାରୁ ଆରମ୍ଭ କରି କାନ୍ଥରେ ସାଙ୍କେତିକ ଭାଷା ତଥା ସର୍ଟ ଫର୍ମ ବ୍ୟବହାର କରାଯାଉଛି । ଅପରପକ୍ଷେ ଏମାନଙ୍କୁ ଦୁଇ ମାସ ହେବ ସମସ୍ତ କାର୍ଯ୍ୟର ଟ୍ରେନିଂ ମଧ୍ୟ ଦିଆଯାଇଛି । ତାଙ୍କ ପ୍ରଶିକ୍ଷିକା ଦିପମାଲା ଶ୍ୟାମ ଛତିଶଗଡର ଅଧିବାସୀ ଅଟନ୍ତି । ସେ ଦିବ୍ୟାଙ୍ଗ ଯୁବକମାନଙ୍କୁ ବିଭିନ୍ନ ଖାଦ୍ୟ ତିଆରି ଠାରୁ ଆରମ୍ଭ କରି ଗ୍ରାହକଙ୍କୁ ପାଖରୁ କିପରି ଅର୍ଡର ନିଆଯାଏ, ଗ୍ରାହକଙ୍କୁ କିପିର ବିଭିନ୍ନ ଖାଦ୍ୟ ପରିବେଷଣ କରିବେ ତାର ଟ୍ରେନିଂ ଦେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଦେବ୍ରିଗଡ଼ ଆଇଲାଣ୍ଡ କାଫେ, ସ୍ଥାନୀୟବାସୀଙ୍କୁ ଦେଇଛି ରୋଜଗାର - Debrigarh Sanctuary Island Cafe

ଦିବ୍ୟାଙ୍ଗ ଯୁବକମାନଙ୍କୁ କର୍ମସଂସ୍ଥାନ ଯୋଗାଇ ମିନି ନାୟକଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି କ୍ୟାଫେ ଧିରେ ଧିରେ ବରଗଡରେ ଲୋକଙ୍କୁ ଆକୃଷ୍ଟ କରୁଛି । ଏହି ପ୍ରୟାସ ପାଇଁ ସେମାନଙ୍କୁ ସାଧାରଣରେ ମଧ୍ୟ ବେଶ ପ୍ରଶଂସା କରାଯାଉଛି । ତେବେ ଏପରି ଏକ ନିଆରା କ୍ୟାଫେ ପ୍ରଥମ ଥର ପାଇଁ ବରଗଡ଼ ସହରରେ ପ୍ରତିଷ୍ଠାନ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ଅନେକ ବ୍ୟବସାୟିକ ପ୍ରତିଷ୍ଠାନ କରାଯାଇ ସାରା ରାଜ୍ୟରେ ଥିବା ଦିବ୍ୟାଙ୍ଗ ମାନଙ୍କୁ ମଧ୍ୟ ନିୟୋଜିତ କରାଯାଇ ସ୍ୱାବଲମ୍ବୀ କରାଯାଇପାରିବ l ସରକାର ଯେପରି ମହିଳା ମାନଙ୍କ ପାଇଁ ମିଶାନଶକ୍ତି ଜରିଆରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ସଫଳ ହେଲେ ସେହିପରି ଦିବ୍ୟାଙ୍ଗ ମାନଙ୍କ ପାଇଁ ମଧ୍ୟ ସରକାରୀ ସ୍ତରରେ ଏପରି ଯୋଜନା କରାଯାଇ ତାଙ୍କୁ ସ୍ୱାବଲମ୍ବୀ କରାଯାଇହେବ ବୋଲି ସାଧାରଣରେ ଆଶା ପ୍ରକାଶ କରାଯାଇଛି l

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.