ETV Bharat / state

ଖୋର୍ଦ୍ଧାରେ ନ୍ୟୁ ଖୋର୍ଦ୍ଧା ଫୁଡ ପାର୍କ ଶିଳାନ୍ୟାସ, ୧୦ ଶିଳ୍ପ ସଂସ୍ଥାରୁ ମିଳିବ ଲକ୍ଷ ଲକ୍ଷ ନିଯୁକ୍ତି - Khordha

Different Industrial Projects Inaugurated By CM Naveen Patnaik: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ନ୍ୟୁ ଖୋର୍ଦ୍ଧା ଫୁଡ ପାର୍କରେ ନେସଲେ ଇଣ୍ଡିଆ ଲିମିଟେଡ ଆଦି ଫୁଡ ପ୍ରୋସେସିଂ ୟୁନିଟ ସହିତ ଶ୍ରୀଜୟ ଫଏଲ ଲିମିଟେଡ ଭଳି ଅନ୍ୟାନ୍ୟ 10ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଖୋର୍ଦ୍ଧାରେ ନ୍ୟୁ ଖୋର୍ଦ୍ଧା ଫୁଡ ପାର୍କ ଶିଳାନ୍ୟାସ , ୧୦ ଶିଳ୍ପ ସଂସ୍ଥାରୁ ମିଳିବ ଲକ୍ଷ ଲକ୍ଷ ନିଯୁକ୍ତି

author img

By ETV Bharat Odisha Team

Published : Feb 15, 2024, 7:45 PM IST

ଖୋର୍ଦ୍ଧାରେ ନ୍ୟୁ ଖୋର୍ଦ୍ଧା ଫୁଡ ପାର୍କ ଶିଳାନ୍ୟାସ , ୧୦ ଶିଳ୍ପ ସଂସ୍ଥାରୁ ମିଳିବ ଲକ୍ଷ ଲକ୍ଷ ନିଯୁକ୍ତି

ଖୋର୍ଦ୍ଧା: ଓଡିଶାର ଦୃତ ଶିଳ୍ପାୟନରେ ଯୋଡି ହୋଇଛି ଆଉ ଏକ ନୂଆ ଅଧ୍ୟାୟ । ଆହୁରି ଶିଳ୍ପ ସମୃଦ୍ଧ ହେବାକୁ ଯାଉଛି ଖୋର୍ଦ୍ଧା ଶିଳ୍ପାଞ୍ଚଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜଙ୍କିଆ ପଞ୍ଚାୟତ କଳାବତୀ ମୁଣ୍ଡାଆମ୍ବ ମୌଜାରେ ଇଡକୋ ପକ୍ଷରୁ ବିଭିନ୍ନ କମ୍ପାନୀକୁ ଜମି ଆବଣ୍ଟନ କରାଯାଇଥିବାବେଳେ ବରୁଣ ବେଭେରେଜ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଅନ୍ତର୍ଜାତୀୟ ମୃଦୁ ପାନୀୟ ପେପସି କମ୍ପାନୀର ନିର୍ମାଣ କରାଯାଇଛି । ଆଜି ନ୍ୟୁ ଖୋର୍ଦ୍ଧା ଫୁଡ ପାର୍କକୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ଫୁଡ ପାର୍କରେ ନେସଲେ ଇଣ୍ଡିଆ ଲିମିଟେଡ, କିଶଲୟ ଫୁଡ ପ୍ରାଇଭେଟ ଲିମିଟେଡ ଆଦି ଫୁଡ ପ୍ରୋସେସିଂ ୟୁନିଟ ସହିତ ଶ୍ରୀଜୟ ଫଏଲ ଲିମିଟେଡ, ରାଜଶ୍ରୀ ପଲି ପ୍ୟାକ ଲିମିଟେଡ ଭଳି ଅନ୍ୟାନ୍ୟ 10ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ ... ରାଜ୍ୟର ୧୩ ଜିଲ୍ଲାର ୨୦ ନବନିର୍ମିତ ବସଷ୍ଟାଣ୍ଡ ଲୋକାର୍ପିତ, ଯୋଗାଯୋଗ ବିକାଶର ଆଧାର କହିଲେ ମୁଖ୍ୟମନ୍ତ୍ରୀ

ସେହିପରି ଦେଶର ସର୍ବ ବୃହତ ପେଣ୍ଟର ଶିଳ୍ପ ସଂସ୍ଥା ବର୍ଜର ପେଣ୍ଟସ, ଫୁଡ ପ୍ରୋସେସିଂ ପାର୍କ ଭଳି ଅନ୍ୟାନ୍ୟ ୟୁନିଟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଶିଳ୍ପର ବିକାଶ ସହିତ ବେକାର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଖୋର୍ଦ୍ଧା ଜିଲା ଜଙ୍କିଆ ନିକଟ କଳାବତୀ ମୁଣ୍ଡାଆମ୍ବ ଶିଳ୍ପାଞ୍ଚଳ । ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସହ ରାଜ୍ୟ ରାଜ କୋଷକୁ ମଧ୍ୟ ଏହି ଶିଳ୍ପାଞ୍ଚଳ ସମୃଦ୍ଧ କରିବ ବୋଲି କହିଛନ୍ତି ବିଭିନ୍ନ ଶିଳ୍ପ ସଂସ୍ଥାର ମୁଖ୍ୟ । ଏହା ସହ ରାଜ୍ୟ ସରକାରଙ୍କ ଶିଳ୍ପାୟନକୁ ନେଇ ରହିଥିବା ସକରାତ୍ମକ ଆଭିମୁଖ୍ୟକୁ ବେଶ ପ୍ରଶଂସା କରିଛନ୍ତି ବିଭିନ୍ନ ଶିଳ୍ପ ସଂସ୍ଥାର ପଦାଧିକାରୀ ମାନେ ।

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶିଳ୍ପାଞ୍ଚଳର 40 ଏକର ଜାଗା ଉପରେ ନିର୍ମିତ ଏକ ଅନ୍ତର୍ଜାତୀୟ ମୃଦୁ ପାନୀୟ କମ୍ପାନୀର ଉଦଘାଟନ କରିବା ସହ ଦେଶର ସର୍ବ ବୃହତ ରଙ୍ଗ ପ୍ରସ୍ତୁତ କାରୀ ବର୍ଜର ଶିଳ୍ପ ସଂସ୍ଥାର ଶିଳାନ୍ୟାସ କରିଛନ୍ତି । ଏହି ରଙ୍ଗ ପ୍ରସ୍ତୁତ ଶିଳ୍ପ ସଂସ୍ଥାଟି 80 ଏକର ଜାଗା ଉପରେ ନିର୍ମାଣ ହେବ । ଏହି ଅବସରରେ ରାଜ୍ୟ ସରକାର ଶିଳ୍ପକୁ ପ୍ରୋତ୍ସାହନ ଦେଇଥିବାରୁ ଖୁବ କମ ଦିନ ମଧ୍ୟରେ ଶିଳ୍ପସଂସ୍ଥା ଗୁଡିକ କାର୍ଯ୍ୟକ୍ଷମ ହେବ ବୋଲି ଶିଳ୍ପସଂସ୍ଥାର ମୁଖ୍ୟ ପ୍ରତିକ୍ରିୟା ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.