ETV Bharat / state

ଫିଟୁଛି ରଙ୍ଗିଲା ବାବାର ଗୁମର, 2 ଆଧାରକାର୍ଡରେ ଭିନ୍ନ ନାଁ

ଖୋଲିବାରେ ଲାଗିଛି ରଙ୍ଗିଲା ବାବାର ଗୁମର । 2 ଆଧାରକାର୍ଡ ଜବତ ହୋଇଥିବାବେଳେ ଭିନ୍ନ ଭିନ୍ନ ନାଁ ଥିବା ଦେଖିବାକୁ ମିଳିଛି ।

author img

By ETV Bharat Odisha Team

Published : 18 hours ago

Updated : 18 hours ago

Fraud Baba Arrested
Fraud Baba Arrested (ETV Bharat Odisha)

ଢେଙ୍କାନାଳ: ପଦାରେ ପଡିଲା ‘ରଙ୍ଗିଲା ବାବା’ଙ୍କ କଳାକାରନାମା । ଖୋଲିବାରେ ଲାଗିଛି ବାବା କୈବଲ୍ୟ ଯାନୀର କଳା କାରନାମାର ଗୋଟିଏ ପରେ ଗୋଟିଏ ଗୁମର । ଯୁବତୀ ଅପହରଣ ମାମଲାରେ ଢେଙ୍କାନାଳ ପୋଲିସ ଗିରଫ କରିବା ପରେ ତଦନ୍ତବେଳେ କୈବଲ୍ୟର ଗାଡିରୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ଆଉ ଏବେ ବାବା ନାମରେ ଥିବା ଦୁଇ ଦୁଇଟି ଆଧାର କାର୍ଡ ଜବତ କରିଛି ପୋଲିସ ।

Fraud Baba Arrested (ETV Bharat Odisha)

ରଙ୍ଗିଲା ବାବାର କଳାକାରନାମା:

ସୂଚନା ଥାଉକି, କେତେବେଳେ ଜିନ୍ସ ପ୍ୟାଣ୍ଟ ତ ଆଉ କେତେବେଳେ ଯୁବତୀଙ୍କ ସହିତ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭାଇରାଲ ହେଉଛି ବାବାଙ୍କର । ଏହି ରଙ୍ଗିଲା ବାବାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପ୍ରଥମେ ସାଧୁ ସନ୍ଥବେଶରେ ଘରର ଶାନ୍ତି ପ୍ରତିଷ୍ଠା ଓ ପ୍ରେତ ଛଡ଼ାଇବା ଆଳରେ ସୁନ୍ଦରୀ ଯୁବତୀ ଥିବା ଘର ମାନଙ୍କରେ ଏଣ୍ଟ୍ରି ମାରିଥାନ୍ତି ଏହି ବାବା କୈବଲ୍ୟ ଯାନୀ । ତାଙ୍କ ଘରେ ପୂଜାର୍ଚ୍ଚନା କରି ବିଶ୍ୱାସ ଜନ୍ମାଇଥାନ୍ତି । ଆଉ ତା'ପରେ ନିଜର ଲକ୍ଷ୍ୟ ହାସଲ କରିଥାନ୍ତି ବୋଲି ଅଭିଯୋଗ ହୋଇଛି ।

ଦୁଇ ଦୁଇଟି ଆଧାରକାର୍ଡ:
କୈବଲ୍ୟ ଯାନୀକୁ ତିଗିରିଆ ଥାନା ସୋମପଡା ସ୍ଥିତ ଆଶ୍ରମରୁ ଢେଙ୍କାନାଳ ପୋଲିସ ଉଠାଇ ଆଣିଛି । ଆଉ ଆଶ୍ରମରୁ ବନ୍ୟପ୍ରାଣୀ ସୁରକ୍ଷା ଆଇନର ଖୋଲା ଉଲଂଘନ କରି ରଖିଥିବା କିଛି ଜଙ୍ଗଲୀ ଶୁଆଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଏ ସଂକ୍ରାନ୍ତରେ ଢେଙ୍କାନାଳ ସଦର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଏହି ବ୍ୟକ୍ତିଙ୍କ ଗୁରୁଦତ୍ତ ପଟ୍ଟନାୟକ ଓ କୈବଲ୍ୟ ଯାନୀ ନାମରେ ଦୁଇ ଦୁଇଟି ଆଧାର କାର୍ଡ ରଖିଥିଲେ ।

ଏହା ବି ପଢନ୍ତୁ...ଜେଲ ଗଲେ ଭଣ୍ଡ ବାବା, ଗୁଣିଗାରେଡ଼ି ନାଁରେ ଲଗାଉଥିଲେ ଚୂନା - Fraud Baba Arrested

ଏହା ମଧ୍ୟ ପଢନ୍ତୁ...ସିସିଟିଭି ଦେଖି ଭବିଷ୍ୟତ ଗଣନା କରୁଥିଲେ ବାବା, ବ୍ୟବସାୟୀଙ୍କୁ ଠକି ଧରାପଡ଼ିଲେ ଠକ ମହିଳା

ଏହା ବି ପଢନ୍ତୁ...ଫିଟୁଛି ନକଲି ବାବା ଗୁମର, ଘରୁ ଅତୃପ୍ତ ଆତ୍ମା କାଢ଼ିବା ନାଁରେ ଲୁଟିଛି ଲକ୍ଷ ଲକ୍ଷ ଟଙ୍କା

ଏହା ବି ପଢନ୍ତୁ- 'ଘରେ ଗୁପ୍ତଧନ ଅଛି ପୂଜା ପାଠ କଲେ ମିଳିବ', ଏପରି କହି ଠକି ନେଲେ 62 ଲକ୍ଷ

ଗୁରୁଦତ୍ତ ନା କୈବଲ୍ୟ?

ଖୋର୍ଦ୍ଧା ଥାନା ଅନ୍ତର୍ଗତ କେରଙ୍ଗର ଗୁରୁଦତ୍ତ ପଟ୍ଟନାୟକ ତାର ଅସଲି ନାଁ ବୋଲି ଜଣାପଡିଛି । ଗତ ୧୯୯୯ ମସିହାରୁ ତିଗିରିଆ ସୋମପଡା ଅଞ୍ଚଳର ବାବା କୈବଲ୍ୟ ଯାନୀ ନାଁରେ ଆଶ୍ରମ କରିଥିବା ଜଣାପଡିଛି । ତେବେ କାହିଁକି ଗୁରୁଦତ୍ତ ପଟ୍ଟନାୟକ ନାମ ପରିବର୍ତ୍ତନ କରି କୈବଲ୍ୟ ଯାନୀ କରିଛି ତାହାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ବାବା ଅପହରଣ କରିଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ପୀଡିତାଙ୍କ ଡାକ୍ତରୀ ମାଇନା ସହ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି। ହେଲେ ଯୁବତୀ ଜଣଙ୍କ ବାବା ବିରୁଦ୍ଧରେ ଆଦୌ ମୁହଁ ଖୋଲିନାହାନ୍ତି।

ସେପଟେ ଅଞ୍ଚଳବାସୀ କହିଛନ୍ତି, "ଏହିପରି ଅନେକ ଯୁବତୀଙ୍କୁ ସେ ନିଜ ଜାଲରେ ଫସାଇ ଥାଇପାରନ୍ତି। ତଦନ୍ତ କରାଯାଇ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : 18 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.