ETV Bharat / state

ଆଜିଠୁ ଭୁବନେଶ୍ୱରରେ ଧଉଳି-କଳିଙ୍ଗ ମହୋତ୍ସବ - Bhubaneswar

Dhauli Kalinga Mahotsav: ଆରମ୍ଭ ହେବାକୁ ଯାଉଛି ଐତିହାସିକ ଧଉଳି-କଳିଙ୍ଗ ମହୋତ୍ସବ । ରାଜଧାନୀରେ ଆଜିଠୁ ଆରମ୍ଭ ହୋଇ 11 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ଅଧିକ ପଢ଼ନ୍ତୁ

ଆସନ୍ତା 9 ତାରିଖରୁ ଆରମ୍ଭ ହେବ ଧଉଳି-କଳିଙ୍ଗ ମହୋତ୍ସବ

author img

By ETV Bharat Odisha Team

Published : Feb 9, 2024, 7:22 AM IST

ଆସନ୍ତା 9 ତାରିଖରୁ ଆରମ୍ଭ ହେବ ଧଉଳି-କଳିଙ୍ଗ ମହୋତ୍ସବ

ଭୁବନେଶ୍ୱର: ଆରମ୍ଭ ହେବାକୁ ଯାଉଛି ଐତିହାସିକ ଧଉଳି-କଳିଙ୍ଗ ମହୋତ୍ସବ । ରାଜଧାନୀରେ ଆଜିଠୁ(ଶୁକ୍ରବାର) ଆରମ୍ଭ ହୋଇ 11 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ଓଡ଼ିଆ ଭାଷା ଏବଂ ସାହିତ୍ୟର ଏକ ଝଲକ ଏହି ମହୋତ୍ସବରେ ଦେଖିବାକୁ ମିଳିବ । ଭାରତୀୟ ସଂସ୍କୃତିର ମହାନ ଗୌରବାନ୍ୱିତ ଐତିହ୍ୟ ଓ ପରମ୍ପରା ବିଷୟରେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସଚେତନ କରାଇବା ଏହି ମହୋତ୍ସବର ଲକ୍ଷ୍ୟ ।

ଭୁବନେଶ୍ୱରର ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆରମ୍ଭ ହେବାକୁ ଯାଉଛି ବିଂଶତମ ଧଉଳି-କଳିଙ୍ଗ ମହୋତ୍ସବ। ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ସମାନ୍ତରାଳ ଧାରାରେ ଏକାମ୍ର ଉତ୍ସବ ପାଳିତ ହେଉଛି । ଠିକ ସେହିପରି ପରିପୂରକ ଭାବରେ ଧଉଳି-କଳିଙ୍ଗ ମହୋତ୍ସବ ପାଳନ କରାଯିବ । ଆଜିଠୁ ଆରମ୍ଭ ହେବାକୁ ଥିବା ଏହି ମହୋତ୍ସବ 11 ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ଯେଉଁ ଓଡିଆ ଭାଷା ଆମ ଅସ୍ମିତାର ପରିଚୟ, ସେହି ଭାଷା ହିଁ ଆମ ଭବିଷ୍ୟତ । ତାହା ମଧ୍ୟ ଏହି ମହୋତ୍ସବରେ ପ୍ରତିଫଳିତ ହେବ । ପ୍ରତି ବର୍ଷ ଫେବୃୟାରୀ ମାସରେ ଏହି ମହୋତ୍ସବ ବିଶ୍ୱ ପ୍ରସିଦ୍ଧ ଧଉଳି ପାହାଡ଼ର ପାଦଦେଶରେ ଅନୁଷ୍ଠିତ ହୋଇଥାଏ । ଦେଶର ଯୁବକ ସମାଜ ବିଶେଷ କରି ଛାତ୍ରଛାତ୍ରୀଙ୍କୁ ଭାରତୀୟ ସଂସ୍କୃତିର ମହାନ ଗୌରବାନ୍ୱିତ ଐତିହ ଓ ପରମ୍ପରା ବିଷୟରେ ନୃତ୍ୟ ଓସଙ୍ଗୀତ ମାଧ୍ୟମରେ ସଚେତନ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ ।

ଏହା ମଧ୍ୟ ପଢ଼ନ୍ତୁ... ମା’ ବଗଳାମୁଖୀଙ୍କୁ ଲାଗି ହେଲା ୧୦୦୮ ପ୍ରକାର ଭୋଗ

ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାରମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଏହିଠାରେ ଅବସ୍ଥିତ ଶାନ୍ତି ସ୍ତୂପକୁ ସାକ୍ଷୀ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରିଥାନ୍ତି । ଧଉଳି-କଳିଙ୍ଗ ମହୋତ୍ସବରେ ନୃତ୍ୟ ଶିଳ୍ପୀମାନେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଲୋକନୃତ୍ୟ ଏବଂ ଦେଶ ବିଦେଶର ସମର କଳା ପ୍ରଦର୍ଶିତ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରେରଣ କରିଥାଏ । ସେପଟେ ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନର ବିଶ୍ୱବ୍ୟାପୀ ପ୍ରଚାର, ପ୍ରସାର ଓ ବିକାଶ ହେଉଛି । ଓଡିଶାକୁ ବିଶ୍ୱ ମାନଚିତ୍ରରେ ଏକ ପ୍ରମୁଖ ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ର ଭାବେ ଉପସ୍ଥାପିତ କରିବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟା କରିଆସୁଅଛନ୍ତି ।

ବିଶେଷ କରି ସାଂସ୍କୃତିକ ପର୍ଯ୍ୟଟନ ସ୍ଥଳୀର ବିକାଶ, ଜାତୀୟ ଐତିହ୍ୟର ସୁରକ୍ଷା, ପର୍ଯ୍ୟାବରଣ ପର୍ଯ୍ୟଟନର ପ୍ରସାର କରି ଦେଶ ବିଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଓଡ଼ିଶାମୁଖୀ କରିବା ସରକାରଙ୍କର ଲକ୍ଷ୍ୟ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଓ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଦ୍ୱାରା ଏହି ମହୋତ୍ସବ କରାଯାଉଛି । ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ଆର୍ଟ ଭିଜନ, ଭୁବନେଶ୍ୱରରେ ଏହି ମହୋତ୍ସବ ଆୟୋଜନରେ ସହଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.