ETV Bharat / state

ଡବଲ ଶଙ୍ଖ ଭାରି ଦୁଃଖ, ଡବଲ ଫୁଲ ଭାରି ଭଲ: ଧର୍ମେନ୍ଦ୍ର ପ୍ରଧାନ - Dharmendra Election Campaign - DHARMENDRA ELECTION CAMPAIGN

Dharmendra Pradhan Angul Visit: ଅନୁଗୋଳରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଓ୍ବାର ଶୋ ଦେଖିବାକୁ ମିଳିଛି । ରାଲି କରିବା ସହିତ ଏକ ମିଶ୍ରଣ ପର୍ବରେ ଯୋଗଦେଇ ଗର୍ଜିଛନ୍ତି ଧର୍ମେନ୍ଦ୍ର । ଅଧିକ ପଢନ୍ତୁ

Dharmendra Pradhan Angul Visit
Dharmendra Pradhan Angul Visit
author img

By ETV Bharat Odisha Team

Published : Apr 25, 2024, 2:10 PM IST

Dharmendra Pradhan Angul Visit

ଅନୁଗୋଳ: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ସରଗରମ ରହିଛି ନିର୍ବାଚନୀ ମଇଦାନ । ମାଳମାଳ ନେତାମନ୍ତ୍ରୀଙ୍କ ବିକାଶର ପେଢି ଖୋଲିବା ସହିତ ମିଳୁଛି ପ୍ରତିଶୃତି । ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଗସ୍ତରେ ଯାଇ ପ୍ରଚାର କରିବା ସହିତ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ । ତେବେ ଚଳିତ ନିର୍ବାଚନର ଲଢେଇ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଏବଂ ଓଡ଼ିଆ ସଂସ୍କୃତି ପାଇଁ ଲଢେଇ ହେବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜତି ମିଶ୍ରଣ ପର୍ବରେ ବିଜେଡି ଛାଡି ବିଜେପିରେ ଅନେକ ନେତା ଯୋଗ ଦେଇଥିଲେ । ଧର୍ମେନ୍ଦ୍ର ପ୍ରଧାନ ମିଶ୍ରଣ ପର୍ବରେ ଯୋଗଦେଇ ନେତାଙ୍କୁ ଦଳକୁ ସ୍ବାଗତ କରିବା ସହିତ କହିଥିଲେ, "ଓଡ଼ିଆ ଅସ୍ମିତା ଅର୍ଥ ସମସ୍ତଙ୍କୁ ସେମାନଙ୍କ ମୌଳିକ ଓ ନ୍ୟାୟଗତ ଅଧିକାର ପ୍ରଦାନ କରିବା । ଡବଲ ଶଙ୍ଖ ଭାରି ଦୁଃଖ । ଡବଲ ଫୁଲ ଭାରି ଭଲ ।" ଡବଲ ଫୁଲ ସରକାର ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ବିକାଶ ତ୍ୱରାନ୍ୱିତ ହେବ ବୋଲି ବୁଧବାର ଅନୁଗୋଳ ଓ ଛେଣ୍ଡିପଦା ନିର୍ବାଚନମଣ୍ଡଳୀରେ ଆୟୋଜିତ ପୃଥକ ପୃଥକ ମିଶ୍ରଣ ପର୍ବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହା ମଧ୍ୟ ପଢନ୍ତୁ: ଆଠମଲ୍ଲିକରେ ଧର୍ମେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନ, ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ - Dharmendra Election Campaign

ଅନୁଗୋଳର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବରିଷ୍ଠ ଶିକ୍ଷା ବ୍ୟବସାୟୀ ମହେଶ ଚନ୍ଦ୍ର ଧଳ, ପୂର୍ବତନ ମ୍ୟୁନିସିପାଲିଟି ଚେୟାରମ୍ୟାନ ଭକ୍ତି ପ୍ରସାଦ ଦାସ, ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡନାୟକଙ୍କ ସମେତ ବିଜେଡି ଶତାଧିକ ସମର୍ଥକମାନେ ଦଳରେ ଯୋଗଦେଇଥିଲେ । ସେହିପରି ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ତୁବେ ପଞ୍ଚାୟତ ଡେରେଜାଙ୍ଗ ଗାଁରେ ପୃଥକ ମିଶ୍ରଣ ପର୍ବରେ ମଧ୍ୟ ଅନେକ ସାମାଜିକ ସ୍ତରର କର୍ମୀମାନେ ଯୋଗଦେଇଥିଲେ । ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଓଡ଼ିଶାରେ ପରିବର୍ତ୍ତନ ପାଇଁ ସହଯୋଗୀର ଦାୟିତ୍ୱ ନେବା ପାଇଁ ଦଳରେ ମିଶିଥିବାରୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି, "ଚଳିତ ନିର୍ବାଚନର ଲଢେଇ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଏବଂ ଓଡ଼ିଆ ସଂସ୍କୃତି ପାଇଁ ହେବ । ଓଡ଼ିଆ ଅସ୍ମିତା ଅର୍ଥ ସମସ୍ତଙ୍କୁ ସେମାନଙ୍କ ମୌଳିକ ଓ ନ୍ୟାୟଗତ ଅଧିକାର ପ୍ରଦାନ କରିବା । ଓଡ଼ିଆ ଅସ୍ମିତା ଅର୍ଥ ସମସ୍ତଙ୍କୁ ସ୍ୱଚ୍ଛ ପାନୀୟ ଜଳ ସହ ଉତ୍ତମ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରିବାକୁ ହେବ ।" ଶେଷରେ ଓଡ଼ିଶା ଓ ଦେଶରେ ଡବଲ ପଦ୍ମ ଫୁଲ ଆଣିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ବାନ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.