ETV Bharat / state

ଆଜି ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ - ମାଘ ସପ୍ତମୀ

Magha Saptami: ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ଼ । ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବା ପରେ ସୂର୍ଯ୍ୟଙ୍କୁ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

ପବିତ୍ର ମାଘ ସପ୍ତମୀ
Magha Saptami
author img

By ETV Bharat Odisha Team

Published : Feb 16, 2024, 10:08 AM IST

ପବିତ୍ର ମାଘ ସପ୍ତମୀ

ନିମାପଡା: ଆଜି ପବିତ୍ର ମାଘ ସପ୍ତମୀ । ଚଳଚଞ୍ଚଳ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା । ଭୋର ସମୟରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ସ୍ନାନ ପରେ ଶ୍ରଦ୍ଧାଳୁମାନେ ସୂର୍ଯ୍ୟଙ୍କୁ ଦର୍ଶନ କରିଛନ୍ତି । ବିଶ୍ବାସ ରହିଛି ଆଜିର ଦିନରେ ଏଠାରେ ବୁଡ ପକାଇଲେ ବିଭିନ୍ନ ରୋଗରୁ ଉପଶମ ଓ ମାନସିକ ଶାନ୍ତି ମିଳିଥାଏ । ଆଜି ନିର୍ଦ୍ଧାରିତ ସମୟରେ ତ୍ରିବେଣୀଶ୍ଵର, ଇଶାନେଶ୍ଵର, ଦକ୍ଷିଣେଶ୍ବରଙ୍କ ସେବାୟତମାନେ ଶୋଭାଯାତ୍ରାରେ ବାହାରି ତୀର୍ଥ ପୁଷ୍କରିଣୀରେ ପହଞ୍ଚିବା ପରେ ପ୍ରଥମେ ଠାକୁର ସ୍ନାନ କରିଥିଲେ । ପରେ ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥ ସ୍ନାନ କରିବା ପରେ ଶ୍ରଦ୍ଧାଳୁମାନେ ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଥିଲେ ।

ପୌରାଣିକ କଥା ଅନୁସାରେ, କୃଷ୍ଣଙ୍କ ପୁଅ ଶାମ୍ଵ କୁଷ୍ଠରୋଗରେ ପୀଡିତ ଥିବାବେଳେ ଚନ୍ଦ୍ରଭାଗାରେ ସ୍ନାନ କରି ଉଦିତ ସୂର୍ଯ୍ୟ ଦର୍ଶନ କରିବା ପରେ ମୁକ୍ତି ପାଇଥିଲେ । ଏହି ବିଶ୍ଵାସ ଓ ପରମ୍ପରା ଅନୁସାରେ ଭୋର ସମୟରେ ଚନ୍ଦ୍ରଭାଗାରେ ହଜାର ହଜାର ଭକ୍ତ ବୁଡ଼ ପକାଇଛନ୍ତି । ଭୋର୍ ସମୟରେ ରୀତିନୀତି ଅନୁସାରେ ତିନି ଠାକୁରଙ୍କ ପୂଜା ସମାପନ ପରେ ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଥିଲେ ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-କୋଣାର୍କ ମାଘ ମେଳା: ତୀର୍ଥ ପୁଷ୍କରିଣୀରୁ ପଙ୍କ ଉଦ୍ଧାର

ନିମାଳ ମଠ ମହନ୍ତ ରାମ ଚରଣ ଦାସ କହିଛନ୍ତି, ''ଆଜି ପବିତ୍ର ମାଘ ମାସ ଶୁକ୍ଲପକ୍ଷ ସପ୍ତମୀ ତିଥି । ଆଜିର ଦିନରେ ଚନ୍ଦ୍ରଭାଗା ପୁଷ୍କରିଣୀରେ ଶ୍ରାଦ୍ଧାଳୁମାନେ ବୁଡ଼ ପକାଇ ସୂର୍ଯ୍ୟ ଦର୍ଶନ କରିଥାନ୍ତି । କୃଷ୍ଣଙ୍କ ପୁଅ ଶାମ୍ଵ କୁଷ୍ଠରୋଗରେ ପୀଡିତ ଥିବାବେଳେ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ସ୍ନାନ କରି ଉଦିତ ସୂର୍ଯ୍ୟ ଦର୍ଶନ କରିଥିଲେ । ଏହାପରେ ସେ ରୋଗରୁ ମୁକ୍ତ ହୋଇଥିଲେ । ଏହି ବିଶ୍ବାସ ଓ ପରମ୍ପରା ଆଜି ବି ରହିଛି । ଗଙ୍ଗା, ଯମୁନା, ସରସ୍ବତୀରେ ସ୍ନାନ କଲେ ଯେଉଁ ପୁଣ୍ୟ ମିଳେ ଆଜି ଚନ୍ଦ୍ରଭାଗା ପୁଷ୍କରିଣୀରେ ସ୍ନାନ କଲେ ସେହି ପୁଣ୍ୟ ପ୍ରାପ୍ତି ହୋଇଥାଏ ।''

ଜଣେ ଶ୍ରଦ୍ଧାଳୁ କହିଛନ୍ତି, ''ଚନ୍ଦ୍ରଭାଗାରେ ଆଜି ସକାଳୁ ବୁଡ଼ ପକାଇଛୁ । ଏହାପରେ ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କରିଛି । ଆଜିର ଦିନରେ ଚନ୍ଦ୍ରଭାଗାରେ ବୁଡ ପକାଇଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ । ଏଠାରେ ବାଲୁକା ପୂଜା ମଧ୍ୟ କରିଛୁ ।''

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.