ETV Bharat / state

ମହାଶିବରାତ୍ରୀ ପାଇଁ ଉତ୍ସବମୁଖର ସମ୍ବଲପୁର, ସୋମନାଥ ପୀଠରେ ପ୍ରବଳ ଭିଡ଼ - MahaShivratri 2024

MahaShivratri 2024: ସମ୍ବଲପୁର ସର୍ବପୁରାତନ ଶୈବପୀଠ ବାଲିବନ୍ଧାର ସୋମନାଥ ବାବା ସାମିଆଁ ବାବା ମନ୍ଦିରରେ ପ୍ରବଳ ଜନସମାଗମ । ଆସନ୍ତାକାଲି ଭୋର 4ଟାରେ ପହଡ଼ ପୂଜା ପରେ ଉଠିବ ମହାଦୀପ । ଅଧିକ ପଢନ୍ତୁ

ମହାଶିବରାତ୍ରୀ ପାଇଁ ଉତ୍ସବମୁଖର ସମ୍ବଲପୁର, ବାଲିବନ୍ଧାର ସୋମନାଥ ପୀଠରେ ପ୍ରବଳ ଭିଡ଼

author img

By ETV Bharat Odisha Team

Published : Mar 8, 2024, 5:27 PM IST

ମହାଶିବରାତ୍ରୀ ପାଇଁ ଉତ୍ସବମୁଖର ସମ୍ବଲପୁର, ବାଲିବନ୍ଧାର ସୋମନାଥ ପୀଠରେ ପ୍ରବଳ ଭିଡ଼

ସମ୍ବଲପୁର: ଆଜି ହେଉଛି ମହାଶିବରାତ୍ରୀ । ସେଥିପାଇଁ ଦେବ ଦେବ ମହାଦେବଙ୍କ ଦର୍ଶନ ପାଇଁ ସମ୍ବଲପୁରର ସମସ୍ତ ଶିବାଳୟ ଗୁଡିକରେ ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ହାତରେ ପୂଜାଥାଳି ଧରି ଶ୍ରଦ୍ଧାଳୁ ଲମ୍ବା ଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ଶିବଲିଙ୍ଗରେ ଦୁଗ୍ଧ, ଜଳର ଅଭିଷେକ କରି ମହାଦେବଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ । ଆଜିର ଦିନରେ ଶିବ ପାଖରେ ଜଳାଭିଷେକ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହାସହ ଆଜିର ଭଗବାନ ଶଙ୍କରଙ୍କୁ ପୂଜାର୍ଚ୍ଚନା କଲେ ମଣିଷ ସର୍ବ ପାପରୁ ମୁକ୍ତି ହୋଇ ଶିବଙ୍କୁ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ମହାଶିବରାତ୍ରୀ ଅବସରରେ ସମ୍ବଲପୁରର ପ୍ରମୁଖ ଶୈବପୀଠରେ ଭକ୍ତଙ୍କ ଗହଳି ଲାଗି ରହିଛି । ସମ୍ବଲପୁର ସର୍ବପୁରାତନ ଶୈବପୀଠ କୁହାଯାଉଥିବା ବାଲିବନ୍ଧାର ସୋମନାଥ ବାବା ସାମିଆଁ ବାବା ମନ୍ଦିରଙ୍କ ପୀଠରେ ସକାଳୁ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ତେବେ ଭୋର 3ଟାରେ ମନ୍ଦିର ମୁଖ୍ୟ ଦ୍ଵାର ଖୋଲିଥିଲା । ଏହା ପରେ 4 ଟାରେ ଆଳତୀ ହୋଇଥିଲା । ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଦ୍ୱାର ଖୋଲା ଯାଇଥିଲା ଯାହା ଦିନ ତମାମ ଜାରି ରହିବ । ଏହା ପରେ ଆଜି ସନ୍ଧ୍ୟାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ 4 ଗୋଟି ପହଡ଼ ପୂଜା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ସେହିପରି ଆଜି ସନ୍ଧ୍ୟା 6ଟା, 9ଟା, 12ଟା ଏବଂ ଆସନ୍ତାକାଲି ଭୋର 4 ଟାରେ ପହଡ଼ ପୂଜା ଏହା ପରେ ମହାଦୀପ ଉଠିବ । ସମ୍ବଲପୁରର ଏହି ପୀଠରେ ଉଭା ଲିଙ୍ଗ ଥିବାବେଳେ ସୋମନାଥ ବାବାଙ୍କ ଉପରେ ଲୋକଙ୍କ ଅଗାଢ଼ ବିଶ୍ୱାସ ରହିଛି l ବାବାଙ୍କୁ ପ୍ରାର୍ଥନା କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ମାନ୍ୟତା ରହିଛି l ତେଣୁ ପ୍ରତ୍ୟେକ ବର୍ଷ ଏଠାରେ ଶିବରାତ୍ରୀରେ ଉଜାଗର ରାତିରେ ହଜାର ହଜାର ଲୋକଙ୍କ ଗହଳି ହୋଇଥାଏ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଧାଡି ଦର୍ଶନର ବ୍ୟବସ୍ଥା ସହ ଭଜନ ସନ୍ଧ୍ୟାର ବ୍ୟବସ୍ଥା କରାଯାଇଛି । ଶିବରାତ୍ରୀ ଅବସରରେ ସୋମନାଥ ବାବା ମନ୍ଦିର, ବୁଢାରାଜା ମନ୍ଦିର, ମାନେଶ୍ଵର ମାନ୍ଧାତା ବାବା ଓ ହୁମାର ବକ୍ର ମନ୍ଦିରର ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ..... ପବିତ୍ର ମହାଶିବରାତ୍ରୀ; ଉତ୍ସବ ମୁଖର ଲୋକନାଥ ପୀଠ, ଭୋର୍ 4 ଟାରେ ଉଠିବ ମହାଦୀପ

ଆସନ୍ତୁ ଜାଣିବା ବାଲିବନ୍ଧାର ସୋମନାଥ ବାବା ବା ସାମିଆଁ ବାବା ମନ୍ଦିରର କିମ୍ବଦନ୍ତୀ କ'ଣ ରହିଛି ?

ସମ୍ବଲପୁର ସହରର ବାଲିବନ୍ଧା ସ୍ଥିତ ସୋମନାଥ ବାବା ବା ସାମିଆଁ ବାବା ମନ୍ଦିର, ମାନେଶ୍ଵରର ମାନ୍ଧାତା ବାବା ମନ୍ଦିର ତଥା ହୁମା ସ୍ଥିତ ବକ୍ର ମନ୍ଦିରର ବିମଳେଶ୍ୱର ବାବାଙ୍କ ମନ୍ଦିର ଅଷ୍ଟ ଶମ୍ଭୁ ମନ୍ଦିର ମଧ୍ୟରେ ରହିଛି l ସଂସ୍କୃତି ଗବେଷକଙ୍କ ମତରେ ସମ୍ବଲପୁରରେ ଚୌହାନ ବଂଶୀୟ ରାଜା ବଳରାମ ଦେବ ରାଜୁତୀ କରୁଥିବା ସମୟରେ, ସେ ପ୍ରତ୍ୟେକ ଦିନ ସମ୍ବଲପୁର ସହର ନିକଟରେ ଥିବା ମାନ୍ଧାତା ବାବା ମନ୍ଦିରକୁ ବାବାଙ୍କୁ ଦର୍ଶନ ପାଇଁ ଯାଉଥିଲେ l ତେବେ ଥରେ ଶ୍ରାବଣ ମାସରେ ସେ ମାନେଶ୍ଵର ଯାଉଥିବା ବେଳେ ବାଟରେ ପଡୁଥିବା ନଦୀରେ ବନ୍ୟା ହୋଇଥିଲା । ଫଳରେ ସେ ନଦୀ ପାର ହୋଇ ପାରି ନଥିଲେ ।

ତେଣୁ ସେ 2 ଦିନ ଯାଏ ବିନା ଅନ୍ନ ଜଳରେ ନଦୀ କୂଳରେ ବସି ରହିଥିଲେ । କାରଣ ସେ ମାନ୍ଧାତା ବାବାଙ୍କ ଦର୍ଶନ ନକରି ଅନ୍ନ ଗ୍ରହଣ କରୁନଥିଲେ ।ଏଭଳି ଭାବରେ 2 ଦିନ ବିତିଯିବା ପରେ ରାତିରେ ରାଜାଙ୍କୁ ସ୍ବପ୍ନଦେଶ ହେଲା ଯେ ସେ ମନ ଦୁଃଖ କରନ୍ତୁ ନାହିଁ । ନଦୀ ପାର ହୋଇ ଦର୍ଶନ ନ ହେଲେ କୌଣସି ଅସୁବିଧା ନାହିଁ ରାଜ ଉଆସ ପାଖରେ ବାଲିବନ୍ଧା ଠାରେ ମୁଁ ଉଭା ଲିଙ୍ଗ ରୂପେ ବିଦ୍ୟମାନ ବୋଲି । ଏହା ପରେ ରାଜା ବଳରାମ ଦେବ ସେଠାରେ ଲିଙ୍ଗ ଥିବାର ଜାଣି ସେଠାରେ ସୋମନାଥ ମନ୍ଦିର ତିଆରି କରିଥିଲେ । ସେହି ଦିନଠାରୁ ପ୍ରାୟ 350 ବର୍ଷ ହେବ ଏଠାରେ ସୋମନାଥ ବାବା ପୂଜା ପାଇ ଆସୁଛନ୍ତି ।

ଅନ୍ୟପଟେ ମାନେଶ୍ଵର ମାନ୍ଧାତା ବାବା ମନ୍ଦିର ମଧ୍ୟ ବହୁ ପୁରୁଣା ହୋଇଥିବାରୁ ଶିବରାତ୍ରୀ ଅବସରରେ ଏଠାରେ ପ୍ରବଳ ଗହଳି ହୋଇଥାଏ । ଏହା ସହ ସମ୍ବଲପୁର ହୁମା ଠାରେ ବକ୍ର ମନ୍ଦିରରେ ପୂଜା ପାଉଛନ୍ତି ବାବା ବିମଳେଶ୍ୱର l ଏହା ମଧ୍ୟ ଚୌହାନ ବଂଶୀୟ ରାଜାମାନେ ନିର୍ମାଣ କରିଥିଲେ l

ଇଟିଭି ଭାରତ ,ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.