ETV Bharat / state

ପୁଣି ଶ୍ରୀଜିଉଙ୍କୁ ଅପମାନ, ଅଳିଆ ଗଦାରେ ଜଗନ୍ନାଥ ଚିତ୍ରିତ ଶଙ୍ଖ - Devotees Dissatisfaction in Puri - DEVOTEES DISSATISFACTION IN PURI

Devotees Dissatisfaction in Puri: ଶ୍ରୀମାର୍ଗରେ ମହାପ୍ରଭୁଙ୍କୁ ଅପମାନ । ସରକାର ଭାଙ୍ଗିବା ପରେ ଶ୍ରୀମାର୍ଗରେ ନାଳ ନର୍ଦ୍ଦମା ଏବଂ ଆବର୍ଜନାରେ ପଡି ରହିଛି ମହାପ୍ରଭୁଙ୍କ ଚିତ୍ର ରହିଥିବା ଶଙ୍ଖ । ଅଧିକ ପଢନ୍ତୁ

Devotees Dissatisfaction in Puri
Devotees Dissatisfaction in Puri (ETV Bharat Odisha)
author img

By ETV Bharat Odisha Team

Published : Jun 10, 2024, 10:14 PM IST

ପୁରୀ: ଶ୍ରୀକ୍ଷେତ୍ରରେ ଅଭାବନୀୟ ଘଟଣା । ପୁଣି ମହାପ୍ରଭୁଙ୍କୁ ଅପମାନ । ସରକାର ଭାଙ୍ଗିବା ପରେ ଦଳର ସଙ୍କେତକୁ ଅଣଦେଖା । ଶ୍ରୀମାର୍ଗରେ ନାଳ ନର୍ଦ୍ଦମା ଏବଂ ଆବର୍ଜନାରେ ପଡି ରହିଛି ମହାପ୍ରଭୁଙ୍କ ଚିତ୍ର ରହିଥିବା ଶଙ୍ଖ । ଏହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କେବଳ ସେତିକି ନୁହେଁ ରାସ୍ତା କଡ଼ରେ ଅଳିଆ ଆବର୍ଜନାକୁ ଶଙ୍ଖ ପ୍ରତିକୃତିକୁ ଫିଙ୍ଗି ଦିଆଯାଇଛି । ତେବେ କେହି ଯେଭଳି ଦେଖିପାରିବେନି ସେଥିପାଇଁ ତାହା ଉପରେ ପଲିଥିନ ଘୋଡାଇ ଦେଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ହେଲେ ଜରି ଗୁଡିକ ଫାଟି ଯିବା ପରେ ଏହା ଦୃଶ୍ୟମାନ ହୋଇଛି ।

Devotees Dissatisfaction in Puri (ETV Bharat Odisha)

ମହାପ୍ରଭୁଙ୍କ ଧାମରେ ମହାପ୍ରଭୁଙ୍କୁ ଏଭଳି ଅପମାନ କିଏ କରିଛି ସେ ନେଇ ଭକ୍ତ ପ୍ରଶ୍ନ ଉଠାଇଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ଜଗନ୍ନାଥ୍ ବଲ୍ଲଭରୁ ଶ୍ରୀ ମନ୍ଦିରକୁ ହୋଇଥିବା ନବ ନିର୍ମିତ ଶ୍ରୀମାର୍ଗରେ । ତେବେ ଉକ୍ତ ରାସ୍ତାରେ ପ୍ରତିଦିନ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଯାତାୟତ କରୁଥିବା ବେଳେ ମହାପ୍ରଭୁଙ୍କ ପ୍ରତି ଏଭଳି ଅପମାନକୁ କିଭଳି ସହ୍ୟ କରୁଛନ୍ତି ସେନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।

ପ୍ରକାଶଥାଉକି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ପୂର୍ବରୁ ଶ୍ରୀମାର୍ଗକୁ ଅତି ଆକର୍ଷଣୀୟ ଢଙ୍ଗରେ ସଜାଯାଇଥିଲା । ଯାହାକି ଭକ୍ତଙ୍କୁ ବେଶ ଆନନ୍ଦିତ କରିଥିଲା । ହେଲେ ଦିନ କେଇଟା ହୋଇନି ଏଥିରେ ଅବ୍ୟବସ୍ଥା ଦେଖାଦେଇଛି । ଶ୍ରୀମାର୍ଗର ସୋନ୍ଦର୍ଯ୍ୟ ବୃଦ୍ଧି ପାଇଁ ଶଙ୍ଖ ଆକୃତିର ପ୍ରତିକୃତି ସହିତ ମହାପ୍ରଭୁଙ୍କ ଚିତ୍ର ରହିଥିଲା । କେବଳ ସେତିକି ନୁହେଁ ଅନେକ କଳା ଭାସ୍କର୍ଯ୍ୟ ମଧ୍ୟ ସ୍ଥାନ ପାଇଥିଲା । ଭକ୍ତଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖାଇବା ପାଇଁ ରାଜ୍ୟ ସରକାର୍ ସବୁ ନିର୍ବାଚନ ମଣ୍ଡଳୀରୁ ମାଗଣାରେ ଲୋକଙ୍କୁ ବସ ଯୋଗେ ଆଣି ପରିକ୍ରମା ପ୍ରକଳ୍ପ ଦେଖାଇ ଥିଲେ । ଲୋକମାନେ ଶ୍ରୀମାର୍ଗର ସୌନ୍ଦର୍ଯ୍ୟ ମୂଳକ କାର୍ଯ୍ୟକୁ ବେଶ୍ ପ୍ରଶଂସା କରିଥିଲେ । ହେଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଓ ନିର୍ବାଚନ ସରିବା ପରେ ଶ୍ରୀମାର୍ଗର ସୌନ୍ଦର୍ଯ୍ୟମୂଳକ କର୍ଯ୍ୟ କିଭଳି ରକ୍ଷଣାବେକ୍ଷଣ ହୋଇ ପାରିବ ତାହା ଗୁରୁତ୍ଵ ଦେଲେ ନାହିଁ । ଏବେ ଶଙ୍ଖ ଆକୃତିର ପ୍ରତିକୃତି ନାଳରେରେ ପଡ଼ି ରହିବାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

ଏହା ମଧ୍ୟ ହୋଇଛି: ପୁଣି ଝଲସିଲା ଶ୍ରୀମନ୍ଦିର, ଚାରିପାର୍ଶ୍ୱରେ ହେଲା ଆଲୋକୀକରଣ ବ୍ୟବସ୍ଥା - Srimandir Beautification Lights

ଏଭଳି ଅପମାନ ଜନକ ଦୃଶ୍ୟ ଦେଖି ଭକ୍ତ ପୁରୀ ଜିଲ୍ଲା ପ୍ରଶାସନର ମନୋବୃତ୍ତିକୁ କଡା ସମାଲୋଚନା କରିଛନ୍ତି । ଯଦି ମହାପ୍ରଭୁଙ୍କୁ ସମ୍ମାନ ପୁରୀ ଜିଲ୍ଲା ପ୍ରଶାସନ ଦେଇ ପାରୁନାହିଁ ତେବେ କାହିଁକି ମହାପ୍ରଭୁଙ୍କୁ ଅପମାନ କରାଯାଉଛି ବୋଲି ଭକ୍ତ ଓ ସେବାୟତ ପ୍ରଶ୍ନ କରିଛନ୍ତି । ପୁରୀ ବାସିନ୍ଦା ରମେଶ ପ୍ରସାଦ ସିହ୍ନା କହିଛନ୍ତି, "ଏହି ଦୃଶ୍ୟ ଅତି ଦୁଃଖ ଦାୟକ । ମହାପ୍ରଭୁଙ୍କ ଚିତ୍ର ଥିବା ଶଙ୍ଖ ନାଳରେ ପଡ଼ିଥିବା ବେଳେ ଜିଲ୍ଲା ପ୍ରଶାସନ ଏହା ଉପରେ ଅଣଦେଖା କରିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବାଧା ଦେଇଛି । ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି । " ଅନ୍ୟପଟେ ମହାପ୍ରଭୁଙ୍କ ପ୍ରିୟ ଶଙ୍ଖକୁ ଅପମାନ ମହାପ୍ରଭୁଙ୍କ ଅପମାନ ବୋଲି ବରିଷ୍ଠ ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି । ମହାପ୍ରଭୁଙ୍କୁ ନେଇ ରାଜନୀତି ଠିକ୍ ନୁହେଁ । ମହାପ୍ରଭୁଙ୍କୁ ନେଇ ଖେଳିଲେ ମହାପ୍ରଭୁ ଉଚିତ୍ ଜବାବ ଦେବେ । ତୁରନ୍ତ ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମାର୍ଗରେ ଥିବା ମହାପ୍ରଭୁଙ୍କ ଚିତ୍ରିତ ଶଙ୍ଖ ପ୍ରତିକୃତିକୁ ଯଥା ସ୍ଥାନରେ ରଖିବା ବ୍ୟବସ୍ଥା କରୁ । ନହେଲେ ସେବାୟତ ଏହାର ତୀବ୍ର ପ୍ରତିବାଦ କରିବେ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.