ETV Bharat / state

ଆଦିବାସୀ ଭୋଟ ବ୍ୟାଙ୍କ ହାତେଇବାକୁ ବିଜେପିର ଆକ୍ସନ ପ୍ଲାନ, ରାଜ୍ୟରେ ଲାଗୁ ହେବ ପେଶା ଆଇନ - PESA Act To Be Implement

author img

By ETV Bharat Odisha Team

Published : Aug 4, 2024, 8:54 PM IST

PESA Act To Be Implement: ଖୁବ ଶୀଘ୍ର ଲାଗୁ ହେବ ପେଶା ଆଇନ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ଆଦିବାସୀଙ୍କ ସୁରକ୍ଷା ପାଇଁ ଦଳ ପକ୍ଷରୁ କେଉଁ କେଉଁ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି ଜାଣନ୍ତୁ ।

PESA Act To Be Implement
PESA Act To Be Implement (ETV Bharat Odisha)

ଭୁବନେଶ୍ବର: ବିଜେପି ଏସଟି ମୋର୍ଚ୍ଚା ତରଫରୁ ଆଜି ନବ ନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଦିବାସୀଙ୍କ ହିତ ପାଇଁ ଦଳ ପକ୍ଷରୁ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।

ଆଦିବାସୀ ମୋର୍ଚ୍ଚାକୁ ମୁଖ୍ୟମନ୍ତ୍ରୀଙ୍କ ଟ୍ୟାସ୍କ:

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି," ସମାଜରେ ହରିଜନ ଓ ଆଦିବାସୀମାନେ ପଛୁଆ ବର୍ଗରେ ଅଛନ୍ତି । ଏଣୁ ବିଜେପି ଆଦିବାସୀ ମୋର୍ଚ୍ଚାକୁ ମିଶନ ମୋଡରେ କାମ କରିବାକୁ ପଡ଼ିବ । ରାଜ୍ୟରେ ଥିବା ୩୩ ଟି ST ବିଧାନସଭା ଆସନ ଏବଂ ୫ ଟି ସାଂସଦ ଆସନରେ ଜିତିବାକୁ ହେବ । ଆଦିବାସୀ ମୋର୍ଚ୍ଚାର ଦାବିରେ ମୋହନ ମାଝୀ ମଧ୍ୟ ଜଣେ ସଦସ୍ୟ ଥିବେ । ସେ ଦାବିକୁ ସରକାର ବିଚାର କରିବେ।"

ପେଶା ଆଇନ ଲାଗୁ ହେବ:
ବିଜେପି ଏସଟି ମୋର୍ଚ୍ଚା ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ମନ୍ତ୍ରୀ ରବି ନାଏକ ପେଶା ଆଇନ ଲାଗୁ ନେଇ ସୂଚନା ଦେଇଛନ୍ତି । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି, "ଖୁବଶୀଘ୍ର ପେଶା ଆଇନ ଲାଗୁ କରିବେ ବିଜେପି ସରକାର । ଆଦିବାସୀଙ୍କ ବିକାଶ ପାଇଁ ସମର୍ପିତ ବିଜେପି ସରକାର । ନିର୍ବାଚନ ମଣ୍ଡଳୀକୁ କ୍ଲଷ୍ଟର କରାଯିବ । ଯେଉଁଠି ବ୍ୟକ୍ତି ଏବଂ ପରିବାର ବିକାଶ ପାଇଁ ଯୋଜନା ହେବ ଯୋଜନାକୁ କ୍ଲଷ୍ଟର ଅନୁସାରେ କାର୍ଯ୍ୟକାରୀ କରାଯିବ ।"

ଏହା ବି ପଢନ୍ତୁ...୩୦ ଜିଲ୍ଲା ବୁଲିବେ ୧୫ ମନ୍ତ୍ରୀ, ବଜେଟର ବିଭିନ୍ନ ଦିଗ ଉପରେ କରିବେ ଆଲୋଚନା - Ministers To Visit 30 Districts

ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ଶିଳ୍ପ ପ୍ରକଳ୍ପର ସମୀକ୍ଷା; କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ସିଏସଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ - CM Reviews Industrial Projects

'ଆଦିବାସୀଙ୍କ ସଂଖ୍ୟା କମୁଛି'
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଆହୁରି କହିଛନ୍ତି, "ଦେଶରେ ଆଦିବାସୀଙ୍କ ସଂଖ୍ୟା କମୁଛି । ଏହା ଏକ ଗୁରୁତର ବିଷୟ । ଏ ଦିଗରେ ଆମକୁ ସଚେତନ ହେବାକୁ ପଡିବ । କୌଣସି ଆଦିବାସୀ ଯେମିତି ଅନ୍ୟ ଧର୍ମ ଗ୍ରହଣ କରିବେ ନାହିଁ । ଏଥିପାଇଁ ଆମକୁ ଜଗିବାକୁ ପଡିବ। ଆଦିବାସୀଙ୍କ ପାଇଁ ସନାତନ ଧର୍ମ ବଞ୍ଚିଛି । ଆଦିବାସୀ ସଂସ୍କୃତି ଓ ପରମ୍ପରାରେ ସନାତନର ଝଲକ ରହିଛି । ପ୍ରଧାନମନ୍ତ୍ରୀଙ୍କ ଫୋକସ ଏବଂ ଭରସା ସାଜିଛନ୍ତି ଆଦିବାସୀ । ବିଜେପିକୁ ଭରସା କରିଛନ୍ତି, ତେଣୁ ଆଦିବାସୀ ସମାଜ ସବୁଠୁ ଅଧିକ ରାଷ୍ଟ୍ରବାଦୀ। ଆଦିବାସୀଙ୍କ ପାଇଁ ସବୁ ଯୋଜନାକୁ ଲୋକଙ୍କ ପାଖକୁ ନେଇ ଯିବାକୁ ପଡିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.