ETV Bharat / state

ବାରିପଦାରେ ଶେଷ ହେଲା ଦେବସ୍ନାନ ନୀତି, ସ୍ନାନବେଦୀରେ ଦର୍ଶନ ଦେଉଛନ୍ତି ତିନିଠାକୁର - Deva snana purnima 2024

author img

By ETV Bharat Odisha Team

Published : Jun 22, 2024, 12:28 PM IST

Updated : Jun 22, 2024, 12:39 PM IST

Deva Snana Purnima in Baripada : ବାରିପଦାର ଶ୍ରୀଶ୍ରୀହରିବଳଦେବ ଜୀଉଙ୍କ ମନ୍ଦିରରେ ଅନୁଷ୍ଠିତ ହେଲା ଦେବସ୍ନାନ ନୀତି । ଦିବ୍ୟସ୍ନାନ ପରେ ସ୍ନାନବେଦୀରେ ସାହାଣମେଲା ଦର୍ଶନ ଦେଉଛନ୍ତି ତିନିଠାକୁର । ରାତିରେ ହାତୀ ବେଶ । ଅଧିକ ପଢନ୍ତୁ

ବାରିପଦାରେ ଶେଷ ହେଲା ଦେବସ୍ନାନ ନୀତି, ସ୍ନାନବେଦୀରେ ଦର୍ଶନ ଦେଲେ ତିନିଠାକୁର
ବାରିପଦାରେ ଶେଷ ହେଲା ଦେବସ୍ନାନ ନୀତି, ସ୍ନାନବେଦୀରେ ଦର୍ଶନ ଦେଲେ ତିନିଠାକୁର (ETV Bharat Odisha)

ରାଇରଙ୍ଗପୁର: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଚାଲିଛି ଶ୍ରୀଜଗନ୍ନାଥଙ୍କ ଦିବ୍ୟସ୍ନାନ ନୀତି । ଶ୍ରୀଜଗନ୍ନାଥ ସସ୍କୃତିର ମୂଳପୀଠ ଶ୍ରୀକ୍ଷେତ୍ର ପୁରୀ ସମେତ ରାଜ୍ୟ ତଥା ଦେଶ ଓ ବିଦେଶରେ ଥିବା ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ନୀତି ଜାରି ରହିଛି । ଏହିକ୍ରମରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଥିବା ଶ୍ରୀଶ୍ରୀହରିବଳଦେବ ଜୀଉଙ୍କ ମନ୍ଦିରରେ ମଧ୍ୟ ପବିତ୍ର ଦେବସ୍ନାନ ନୀତି ସମ୍ପନ୍ନ ହୋଇଛି । ହଜାର ହଜାର ଭକ୍ତଙ୍କ ଗହଣରେ ସ୍ନାନବେଦୀରେ ଦିବ୍ୟସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । କାଳିଆ ସାଆନ୍ତଙ୍କୁ ସ୍ନାନବେଦୀରେ ଦେଖି ଭକ୍ତିରେ ଅତ୍ମବିଭୋର ହୋଇଛନ୍ତି ଶ୍ରଦ୍ଧାଳୁ । ‘ଜୟ ଜଗନ୍ନାଥ’ ଧ୍ବନୀରେ ପ୍ରକମ୍ପିତ ହୋଇ ସମଗ୍ର ପରିବେଶ ।

ବାରିପଦାରେ ଶେଷ ହେଲା ଦେବସ୍ନାନ ନୀତି, ସ୍ନାନବେଦୀରେ ଦର୍ଶନ ଦେଉଛନ୍ତି ତିନିଠାକୁର (ETV Bharat Odisha)

ପୂର୍ବ ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁସାରେ, ଭୋର ପ୍ରାୟ ୪ଟା ସମୟରେ ମହାପ୍ରଭୁଙ୍କର ମଙ୍ଗଳ ଆଳତି ସରିବା ପରେ କ୍ରମାନ୍ବୟରେ ଗୋଟି ପହଣ୍ଡି ହୋଇ ପ୍ରଥମେ ଚକ୍ରରାଜ ସୁଦର୍ଶନ, ବଡଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦୀକୁ ବିଜେ କରିଥିଲେ । ପରମ୍ପରା ଅନୁସାରେ ସ୍ନାନବେଦୀରେ ଗଙ୍ଗାଦେବୀଙ୍କୁ ଆବାହନ ପୂର୍ବକ ତିନିଠାକୁରଙ୍କୁ ପୂଜାପଣ୍ଡାମାନଙ୍କ ଦ୍ବାରା ସଂକଳ୍ପ କରାଯାଇଥିଲା । ପରେ ପରେ ଆରମ୍ଭ ହୋଇଥିଲା ଶ୍ରୀଜୀଉଙ୍କ ସ୍ନାନ ନୀତି ।

ପ୍ରଥମେ ପଞ୍ଚାମୃତ, ତାପରେ ଗଙ୍ଗାଜଳ ଏବଂ ଶେଷରେ ପଇଡ଼ ପାଣିରେ ସ୍ନାନ କରାଯାଇଥିଲା । ଏହାପରେ ମହାପ୍ରଭୁଙ୍କ ସହିତ ଭାଇ ବଳଭଦ୍ର ଓ ଭଉଣୀ ଶୁଭଦ୍ରାଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ସ୍ନାନ ନୀତି ପରେ ମହାପ୍ରଭୁଙ୍କର ଅଙ୍ଗ ପୋଛା ନୀତି ଶେଷ କରି ନୂତନ ବସ୍ତ୍ର ପରିଧାନ କରାଇଥିଲେ ସେବାୟତ । ପରେ ଠାକୁରଙ୍କ ଦେହରେ ଚନ୍ଦନ ଲାଗି କରାଯାଇଥିଲା । ଦେବନୀତି ସମ୍ପନ୍ନ ହେବାପରେ ଦିନ ତମାମ ଭକ୍ତଙ୍କ ଦର୍ଶନ ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ସାହାଣମେଲା କରାଯାଇଛି । ରାତ୍ରି ପ୍ରାୟ ସାଢେ ୧୦ଟା ସମୟରେ ସ୍ନାନବେଦୀ ଉପରେ ଶ୍ରୀଜିଉ ଗଜବେଶ ଧାରଣ କରିବେ । ଏହା ପରେ ତିନିଠାକୁରଙ୍କୁ ପୁଣି ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ପହଣ୍ଡି କରାଯିବ ।

ଏହା ମଧ୍ୟ ପଢନ୍ତୁ :- ଆଜି ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି, ରତ୍ନବେଦୀରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ - jagannath temple

ସେପଟେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମୟୂରଭଞ୍ଜ ଏସପି ଏସ.ସୁଶ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳରୁ ରାତି ପର୍ଯ୍ୟନ୍ତ ମନ୍ଦିର ସମ୍ମୁଖ ଦେଇ ଯାଇଥିବା ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରଖାଯାଇଛି । ଶାନ୍ତିଶୃଙ୍ଖଳା ସହିତ କିପରି ଭକ୍ତମାନେ ଦର୍ଶନ କରି ପାରିବେ, ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେ ନେଇ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Jun 22, 2024, 12:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.