ETV Bharat / state

ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ; ଅଙ୍ଗନବାଡିର ଭିତ୍ତିଭୂମି ବିକାଶ, ସଦସ୍ୟଙ୍କୁ ଗୁଣବତ୍ତା ତାଲିମ ଓ ବୀମା ସୁବିଧା - DEPUTY CM PRAVATI PARIDA

author img

By ETV Bharat Odisha Team

Published : Jun 20, 2024, 4:13 PM IST

WOMEN AND CHILD DEVELOPMENT DEPARTMENT: ଆକ୍ସନ ମୋଡ଼ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟର କଲେ ତଦାରଖ । ଅଙ୍ଗନବାଡି କେନ୍ଦ୍ରର ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେବାକୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

WOMEN AND CHILD DEVELOPMENT DEPARTMENT
WOMEN AND CHILD DEVELOPMENT DEPARTMENT (ETV Bharat Odisha)

ଭୁବନେଶ୍ବର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳା ଓ ଶିଶୁ ବିକାଶ ବିଭାଗର ପରିଦର୍ଶନ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି । ତାଙ୍କ ଧ୍ୟକ୍ଷତାରେ ଲୋକସେବା ଭବନସ୍ଥ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ବିଭାଗୀୟ କାର୍ଯ୍ୟର ସଫଳତା, ଯୋଜନା ଓ ଆହ୍ୱାନ ସମ୍ପର୍କରେ ଉପସ୍ଥାପନ କରିଛନ୍ତି ।

ଉପମୁଖ୍ୟମନ୍ତ୍ରୀ ବିଭାଗର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ତୃଣମୂଳ ସ୍ତରର ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝିଛନ୍ତି । ଏହା ସହିତ ବିଭିନ୍ନ ବିଭାଗର ସହଭାଗିତାରେ ସମସ୍ୟାର ସମାଧାନ କରି କିପରି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇପାରିବ, ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯିବ । ଅଙ୍ଗନବାଡି ସଦସ୍ୟଙ୍କୁ ନିୟମିତ ତାଲିମ ଓ ବୀମା ସୁବିଧା ଯୋଗେଇଦେବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଅଙ୍ଗନବାଡିରେ ଦିଆଯାଉଥିବା ଛତୁଆ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତିକୁ ନିୟମିତ ଯାଞ୍ଚ ହେବ । ଏହା ସହ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ଅଙ୍ଗନବାଡି କେନ୍ଦ୍ର ଦ୍ୱାରା ‘ଯୋଗ’କୁ ମାଆଙ୍କ ପାଖରେ ପହଞ୍ଚାଇବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ମହିଳା ହେଲ୍ପଲାଇନର କାର୍ଯ୍ୟକାରିତାକୁ ସେ ଯାଞ୍ଚ କରିଛନ୍ତି । ବୈଠକରେ ବସି ମହିଳା ହେଲ୍ପଲାଇନ ନମ୍ବରକୁ ଟେଷ୍ଟ କଲ ମଧ୍ୟ କରିଥିଲେ । କର୍ମଜୀବୀ ମହିଳା ହଷ୍ଟେଲ ସଂଖ୍ୟା ବୃଦ୍ଧି କରାଯିବ । ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କ୍ରେଚର ସୁବିଧା ଯୋଗେଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ସୁଭଦ୍ରା ଯୋଜନାରେ ମାର୍ଗଦର୍ଶିକ ପ୍ରସ୍ତୁତ କରି ୧୦୦ ଦିନରେ ଏହାକୁ କାର୍ଯ୍ୟକାରୀ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ସୁରମା ପାଢ଼ୀ ବାଚସ୍ପତି ନିର୍ବାଚିତ, ଓଡ଼ିଶା ବିଧାନସଭାରେ ଦ୍ବିତୀୟ ମହିଳା ବାଚସ୍ପତି - SURAMA PADHY NEW SPEAKER

ମହିଳାଙ୍କ ପ୍ରତି ଅପରାଧକୁ ଅଗ୍ରାଧିକାର ଦେଇ ମହିଳା ଓ ଶିଶୁ ବିଭାଗ ଅନ୍ତର୍ଗତ ଓଡ଼ିଶା ରାଜ୍ୟ ମହିଳା ଆୟୋଗକୁ ଅପୋଷ ସମାଧାନ ଓ କ୍ୟାମ୍ପ କୋର୍ଟ ଦ୍ୱାରା ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପେଣ୍ଡିଂ କେସ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବିଶାଖା ଗାଇଡଲାଇନ କାର୍ଯ୍ୟକାରୀ କରିବା ବିଷୟରେ ତର୍ଜମା କରିବାକୁ ଉପମୁଖ୍ୟମନ୍ତ୍ରୀ ବିଭାଗକୁ ପ୍ରସ୍ତାବ ଦେଇଛନ୍ତି । ସମୀକ୍ଷା ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ମୋନିଶା ବାନାର୍ଜୀଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.