ETV Bharat / state

ବିକାଶ ଠାରୁ ଦୂରରେ ପାହାଡିଆ ଗାଁ, ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

author img

By ETV Bharat Odisha Team

Published : Mar 6, 2024, 5:09 PM IST

No Basic Facility in kansar panchayat: ଦେବଗଡ଼ ଜିଲ୍ଲା କଂସର ପଞ୍ଚାୟତର ଦୁର୍ଗମ ପାର୍ବତ୍ୟ ଅଞ୍ଚଳରେ ରହିଥିବା ଗ୍ରାମରେ ପାଖ ମାଡିନି ବିକାଶ । ଅଧିକ ପଢନ୍ତୁ

No Basic Facility in kansar panchayat
No Basic Facility in kansar panchayat
No Basic Facility in kansar panchayat

ଦେବଗଡ଼: ସ୍ୱାଧୀନତାର ଦୀର୍ଘ ଦଶନ୍ଧି ପରେ ବି ଗାଁ ପହଞ୍ଚି ପାରିନି ବିକାଶର ଆଲୁଅ । ଗ୍ରାମବାସୀଙ୍କୁ ମିଳୁନି ସର୍ବନିମ୍ନ ମୌଳିକ ସେବା । ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ, ବିଦ୍ୟୁତ, ପାନୀୟଜଳ ଠାରୁ ଆରମ୍ଭ କରି ମୋବାଇଲ ଓ ଇଣ୍ଟରନେଟ ସେବା ପର୍ଯ୍ୟନ୍ତ କୌଣସି ସୁବିଧା ଉପଲବ୍ଧ ନାହିଁ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା କଂସର ପଞ୍ଚାୟତର ଦୁର୍ଗମ ପାର୍ବତ୍ୟ ଅଞ୍ଚଳରେ ରହିଥିବା ନଅ ଖଣ୍ଡ ଗ୍ରାମରେ । ବର୍ଷ ପରେ ବର୍ଷ ବିତିଯାଉଥିଲେ ବି ଏଭଳି ସମସ୍ୟାରୁ ମୁକୁଳି ପାରୁନାହାନ୍ତି ଅଞ୍ଚଳବାସୀ । ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ଦୁର୍ଗମ ମୂଳକ ।

ରାସ୍ତା ସମସ୍ୟା: ସୂଚନାଅନୁସାରେ, ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ କଂସର ପଞ୍ଚାୟତର ଦୁର୍ଗମ ପାହାଡ଼ ଘେରା ଅଞ୍ଚଳରେ ରହିଛି ଖଜୁରିଖମଣ, ତେଲଭାଙ୍ଗୁଣି, ଭଙ୍ଗାମୁଣ୍ଡା, ଜଗଦଳା, ବିରିଆମ, ହିରଣ, ବେଲୁଆମ, ଖାଇରକାନି ଓ ଲଇଣ୍ଡା ଆଦି ନଅଟି ଗ୍ରାମ । ଏହି ସମସ୍ତ ଗ୍ରାମକୁ ଏଯାଏଁ ନୀତିଦିନିଆଁ ରାସ୍ତା ଖଣ୍ଡିଏ ହୋଇ ପାରିନାହିଁ । ଲୋକେ ପାହାଡିଆ ଦୁର୍ଗମ ରାସ୍ତା ଅତିକ୍ରମ କରି ପ୍ରତିଦିନ ପଞ୍ଚାୟତ କାର୍ଯ୍ୟାଳୟକୁ ଯାତାୟତ କରିଥାନ୍ତି । ଗତ 2022 ମସିହାରେ କଂସର ପଂଚାୟତ ଠାରୁ ଖଜୁରୀଖମଣ ପର୍ଯ୍ୟନ୍ତ 7 କିଲୋମିଟର ରାସ୍ତା ନିର୍ମାଣ ପାଇଁ ସରକାରଙ୍କ ପ୍ଲାନ ସ୍କିମରୁ ପ୍ରାୟ 6 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ପରିତାପର ବିଷୟ ଯେ ଉହି ରାସ୍ତାକାର୍ଯ୍ୟଟି ଦୁଇବର୍ଷ ହେଲା ଅଧାପନ୍ତରିଆ ଭାବେ ପଡିରହିଛି । ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁନାହିଁ ।

ବିଜୁଳି ସମସ୍ୟା: ଜରୁରୀକାଳୀନ ସ୍ଥିତିରେ ଲୋକେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ବିଦ୍ୟୁତ ସେବା ଗାଁକୁ ଏଯାଏ ପହଞ୍ଚି ପାରିନାହିଁ । ଗତ ପାଞ୍ଚବର୍ଷ ପୂର୍ବରୁ ସରକାର ଏହି ସମସ୍ତ ଗ୍ରାମରେ ସୋଲାର ଲାଇଟ ଖଣ୍ଡିଏ ଲେଖାଏଁ ଲଗାଇଥିଲେ । ମାତ୍ର ଏହି ଲାଇଟ କିଛିମାସ ଜଳିବା ପରେ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇ ପଡିରହିଛି । ଫଳରେ ଲୋକେ ଘନ ଅନ୍ଧକାରରେ ଦିନ କାଟୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସମସ୍ୟା ଘେରରେ ଝିରପାଣି ଗାଁ: ନା ଅଛି ରାସ୍ତା ନା ପାନୀୟ ଜଳ ସୁବିଧା

ପାନୀୟ ସମସ୍ୟା: ପାନୀୟ ଜଳ କଥା ନକହିବା ଭଲ । ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଗ୍ରାମବାସୀ ପାହାଡିଆ ଝରଣା ଓ ଚାଷଜମି ରେ ଚୁଆ ଖୋଳି ପାନୀୟ ଜଳ ସଂଗ୍ରହ କରୁଛନ୍ତି । ଗ୍ରୀଷ୍ମ କାଳରେ ପରିସ୍ଥିତି ଜଟିଳ ହୋଇ ପଡୁଛି । ଏଭଳି ସ୍ଥିତିରେ ମୋବାଇଲ ଓ ଇଣ୍ଟରନେଟ ସେବା ପଚାରେ କିଏ । ଆଜିର ଡିଜିଟାଲ ଦୁନିଆରେ ମୋବାଇଲ ଓ ଇଣ୍ଟରନେଟ ସେବା ଗ୍ରାମବାସୀଙ୍କ ପାଇଁ ସ୍ୱପ୍ନ ହୋଇ ରହିଛି । ଏଭଳି ଏକାଧିକ ସମସ୍ୟା ରେ ଦୀର୍ଘ ଦଶନ୍ଧି ହେଲା ପାହାଡିଆ ମୂଳକରେ କାଳ କାଟୁଛନ୍ତି ନଅ ଖଣ୍ଡ ଗ୍ରାମବାସୀ ।

ଉକ୍ତ ସମସ୍ୟା ସମ୍ପର୍କରେ ଅଞ୍ଚଳବାସୀ ଆଜକୁ ଦୀର୍ଘବର୍ଷ ହେଲା ବାରମ୍ବାର ସ୍ଥାନୀୟ ଲୋକ ପ୍ରତିନିଧି ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଅଞ୍ଚଳବାସୀ । ଏହି ମର୍ମରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.