ETV Bharat / state

କାୟା ମେଲାଉଛି ଡେଙ୍ଗୁ, ରାଉରକେଲାରେ ସ୍ଥିତି ଅଣାୟତ୍ତ ! - DENGUE CASES RISING

author img

By ETV Bharat Odisha Team

Published : Aug 11, 2024, 11:08 PM IST

Dengue Cases Increasing: ରାଉରକେଲାରେ ସଙ୍ଗୀନ ହେଉଛି ଡେଙ୍ଗୁ । ଦିନକୁ ଦିନ ଡେଙ୍ଗୁ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ବଢ଼ୁଛନ୍ତି ରୋଗୀ ସଂଖ୍ୟା । ଅଧିକ ପଢ଼ନ୍ତୁ

Dengue Cases Increasing
Dengue Cases Increasing (ETV Bharat Odisha)

ରାଉରକେଲା: କାୟା ବିସ୍ତାର କରୁଛି ଡେଙ୍ଗୁ । ରାଉରକେଲାରେ ବର୍ତ୍ତମାନ ଚିନ୍ତା ବଢ଼ାଉଛି ଡେଙ୍ଗୁ । ଦିନକୁ ଦିନ ବଢ଼ିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ରାଉରକେଲା ସେକ୍ଟର ଅଞ୍ଚଳରୁ ଚିହ୍ନଟ ହେଉଛନ୍ତି ଅଧିକାଂଶ ଲୋକ । ବର୍ତ୍ତମାନ ସୁଦ୍ଧା ସହରର ମହାନଗର ନିଗମ ଅଞ୍ଚଳ ଏବଂ ରାଉରକେଲା ଇସ୍ପାତ କାରଖାନା ଅଞ୍ଚଳରୁ ମିଶାଇ ମୋଟ 300ରୁ ଊର୍ଦ୍ଧ୍ବ ରୋଗୀ ଚିହ୍ନଟ ହେଲେଣି । ଯାହାକୁ ନେଇ ଭୟରେ ସହରବାସୀ ।

ଡରାଉଛି ଡେଙ୍ଗୁ:

ରାଉରକେଲାରେ ଡ଼ାରାଇଲାଣି ଡେଙ୍ଗୁ । ବର୍ତ୍ତମାନ ବର୍ଷା ବଢୁଥିବା ବେଳେ ଆହୁରି ଆକ୍ରାନ୍ତ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ରାଉରକେଲା ସହରର ସେକ୍ଟର ଅଞ୍ଚଳରୁ ହିଁ ବହୁ ରୋଗୀ ବାହାରୁ ଥିବାରୁ ଏହି ଅଞ୍ଚଳକୁ ହଟସ୍ପଟ ଅଞ୍ଚଳ ଘୋଷଣା କରାଯାଇଛି । ତେବେ ରାଉରକେଲାର ବିଭିନ୍ନ ହସ୍ପିଟାଲରେ ବର୍ତ୍ତମାନ ମଧ୍ୟ ୧୧୨ ରୋଗୀ ଚିହ୍ନଟ ହୋଇ ଚିକିତ୍ସା ହେଉଛନ୍ତି । ରୋଗୀଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ଡେଙ୍ଗୁ ନିରାକରଣ ପାଇଁ ପ୍ରସ୍ତୁତ ମହାନଗର ନିଗମ:

ରାଉରକେଲାରେ ଡେଙ୍ଗୁ ବଢ଼ୁଥିବା ବେଳେ ଏନେଇ ମହାନଗର ନିଗମ କମିଶନର ଆଶୁତୋଷ କୂଲକର୍ଣ୍ଣି କହିଛନ୍ତି, "ପୁରା ଘଟଣା ଉପରେ ରାଉରକେଲା ମହାନଗର ନିଗମ, ସ୍ୱାସ୍ଥ୍ୟ ବିଭାଗ ନଜର ରଖିବା ସହିତ ସମସ୍ତ ଔଷଧ ମେଡିକାଲରେ ମହଜୁଦ ରଖାଯାଇଛି । ଟେଷ୍ଟିଂକୁ ବୃଦ୍ଧି କରାଯାଇଛି । ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ସହ ହସ୍ପିଟାଲରେ ଡେଙ୍ଗୁକୁ ନେଇ ପ୍ରସ୍ତୁତ ରହିଛି । ବର୍ଷାଦିନେ ଡେଙ୍ଗୁ ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ଜାରି ରହିଛି । କୌଣସି ସ୍ଥାନରେ ପାଣି ଜମିବାକୁ ନଦେବା ସହ ଶୋଇବା ସମୟରେ ମଶାରୀ ବ୍ୟବହାର କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି । ରାଉରକେଲା ମହାନଗର ନିଗମର ଟିମ ରାଉରକେଲା ମହାନଗର ନିଗମ ଅଞ୍ଚଳ ସହ ସେକ୍ଟର ଅଞ୍ଚଳ ବୁଲି ଡେଙ୍ଗୁ ସଚେତନ କରିବା ସହ ମଶା ଅଣ୍ଡା ଦେଇଥିବା ସ୍ଥାନ, ପାଣି ଜମିଥିବା ସ୍ଥାନକୁ ସାନିଟାଇଜ କରିଛନ୍ତି ।"

କ'ଣ କହୁଛନ୍ତି ରୋଗୀ:

ସେପଟେ ରୋଗୀ କହିଛନ୍ତି ଯେ, ହଠାତ ଜ୍ୱର ହେଉଛି ଏବଂ ଦେହ ଅସୁସ୍ଥ ଲାଗୁଛି । ତେଣୁ ହସ୍ପିଟାଲ ଆସି ଚିକିତ୍ସା ହେଉଛୁ । ରାଉରକେଲା ସହରର ବସ୍ତି ଅଞ୍ଚଳ ଏବଂ ସେକ୍ଟର ଅଞ୍ଚଳରେ ପରିମଳ ସୁବିଧା ଭଲ ନଥିବାରୁ ଏଭଳି ମଶା କାମୁଡିବା ଦ୍ୱାରା ଡେଙ୍ଗୁ ରୋଗ ହେଉଛି । ତେବେ ବର୍ତ୍ତମାନ ସେକ୍ଟର ଅଞ୍ଚଳର ୯୦ ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ପୁଣି ଡରାଇଲାଣି ଡେଙ୍ଗୁ: ଖୋର୍ଦ୍ଧା ଓ ବୌଦ୍ଧରେ ସ୍ଥିତି ସଙ୍ଗୀନ, ଶତାଧିକ ଆକ୍ରାନ୍ତ, କଟକ SCBରେ ସ୍ବତନ୍ତ୍ର ୱାର୍ଡ - DENGUE CASES RISING

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.