ETV Bharat / state

Dengue-Malaria Outbreak; ରାଜ୍ୟରେ ବଢୁଛି ଡେଙ୍ଗୁ ମେଲେରିଆ ସଂକ୍ରମଣ, ଫୋକସରେ ଇଣ୍ଟି ଗ୍ରେଟେଡ୍ ସର୍ଭିଲାଂନ୍ସ, ୭ ଜିଲ୍ଲା ଉପରେ ନଜର - Integrated Disease Surveillance

author img

By ETV Bharat Odisha Team

Published : Sep 3, 2024, 6:34 PM IST

Dengue and Malaria Outbreak in Odisha: ପ୍ରାୟ ୪୮ ହଜାରୁ ଅଧିକ ଆଶାକର୍ମୀ ଘରକୁ ଘର ବୁଲି ସଚେତନ କରିବା ସହିତ ନିଧି ମଉସା ରଥ ମଧ୍ୟ ଏଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ସେହିପରି ଭାବରେ ଲୋକକଳା ମାଧ୍ୟମରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ସଚେତନତା ଜାରି ରହିଛି । ଅଧିକ ପଢନ୍ତୁ

Dengue-Malaria Outbreak
Dengue-Malaria Outbreak (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଯଦିଓ ଗତବର୍ଷଠାରୁ ଆକ୍ରାନ୍ତ ସଂଖ୍ୟା କମ ରହିଛି ତଥାପି ପରୀକ୍ଷଣ ସଂଖ୍ୟା ଢେର ବୃଦ୍ଧି ପାଇଛି। ଏବେ ୪୦ ଟି କେନ୍ଦ୍ରରେ ପରୀକ୍ଷା କରାଯାଉଥିବାବେଳେ ଆବଶ୍ୟକ ପଡିଲେ ଏହାକୁ ବୃଦ୍ଧି କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ଅନ୍ୟପକ୍ଷରେ ଗୋଟିଏ ଦିନରେ ମୋଟ ୧ ହଜାର ୫୩୦ ନମୁନା ସଂଗ୍ରହ କରାଯାଇଥିଲା। ଯେଉଁଥିରେ ୧୬୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏପଟେ ମେଲେରିଆ ମଧ୍ୟ ସେହି ତୁଳନା ରେ ବଢୁଛି । ମେଲେରିଆ ପାଇଁ ୭ ଟି ଜିଲ୍ଲା ଉପରେ ନେଇ ସ୍ବତନ୍ତ୍ର ଫୋକୋସରେ ରହିଛି।

ରାଜ୍ୟରୁ ଗୋଟିଏ ଦିନରେ ୧୬୬ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ସୁନ୍ଦରଗଡ ୪୫ ଓ ଖୋର୍ଦ୍ଧାରେ ୩୦ ରୋଗୀ ରହିଛନ୍ତି । ତେବେ ନୂଆ ରୋଗୀଙ୍କୁ ମିଶାଇ ମୋଟ ସଂଖ୍ୟା ୩ ହଜାର ୭୨୪ ରେ ପହଞ୍ଚିଛି । ସେହିପରି ପରୀକ୍ଷଣ ସଂଖ୍ୟା ରହିଛି ୮୨ ହଜାର ୯୪୩। ସେହିପରି ଗତବର୍ଷ ଏହି ସମୟ ସୁଦ୍ଧା ୫୩ ହଜାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ ୩ ହଜାର ୫୭୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ।

ଏହା ବି ପଢନ୍ତୁ- ଡେଙ୍ଗୁ-ମ୍ୟାଲେରିଆ ପରେ ଚିନ୍ତା ବଢାଇଲାଣି ଭାଇରାଲ ଜ୍ଵର: ଏମିତି ହୋଇପାରେ ଲକ୍ଷଣ, କଣ କରିବେ ଜାଣନ୍ତୁ - Stay safe from Viral fever

"ଅନ୍ୟପକ୍ଷରେ ଗତବର୍ଷ ଡେଙ୍ଗୁ ସ୍ଥିତିକୁ ନଜରରେ ରଖି ଚଳିତ ବର୍ଷ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହାସତ୍ତ୍ବେ ବି ସଂଖ୍ୟା ବୃଦ୍ଧି ପାଇଛି। ତେବେ ମୁକାବିଲା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବା ସହିତ ଅଧିକ ଚିହ୍ନଟ ଜିଲାଗୁଡିକରେ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି," ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । "ମଶା ପାଇଁ ଯେଉଁ ଔଷଧୀୟ ମଶାରୀ ଦିଆଯାଇଛି। କେନ୍ଦ୍ର କୁ ମଗାଯାଇଥିଲା ଔଷଧୀୟ ମଶାରୀ ସେତିକି ମାତ୍ରାରେ ନମିଲିଥିଲେ ମଧ୍ୟ ଯେତିକି ଔଷଧୀୟ ମଶାରୀ ମିଳିଛି ତାହା ବଣ୍ଟନ କରାଯିବ," ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ।

ଏହା ବି ପଢନ୍ତୁ- ରାଜ୍ୟରେ 24 ଶହ ଉପରେ ଡେଙ୍ଗୁ ରୋଗୀ; ଭୁବନେଶ୍ବର-ସୁନ୍ଦରଗଡ ପାଲଟିଛି ହଟସ୍ପଟ, ଏମିତି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ - Dengue cases raise concern

ମେଲେରିଆ ନିୟନ୍ତ୍ରଣ ପାଇଁ ପଦକ୍ଷେପ:
"ଗତ ୧୦ ବର୍ଷର ବିବରଣୀ ଅନୁସାରେ ରାଜ୍ୟରେ ଏବେ ମେଲେରିଆ ସ୍ଥିତିରେ ସୁଧାର ଆସିଛି। ୨୦୧୪ରୁ ୨୦୨୩ ମଧ୍ୟରେ ରାଜ୍ୟରେ ୭ କୋଟି ୧ ଲକ୍ଷ୍ୟ ୪ ହଜାର ୨୧୪ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ୧୮ ଲକ୍ଷ୍ୟ ୬୩ ହଜାର ୪୦୮ ଜଣ ମେଲେରିଆରେ ଆକ୍ରାନ୍ତ ହୋଇଛନ୍ତି। ଏହାଛଡା ମେଲେରିଆ ଜନିତ ମୃତ୍ୟୁ ୩୧୩ ରହିଛି। ସେହିପରି ୨୦୧୮ରୁ ମେଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଅଙ୍କୁଶ ଲାଗିପାରିଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୨୦୩୦ ସୁଦ୍ଧା ମେଲେରିଆ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ସେହି ଆଧାରରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ସେହିପରି ୨୦୨୭ ସୁଦ୍ଧା ମେଲେରିଆ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ରାଜ୍ୟକୁ ମେଲେରିଆ ମୁକ୍ତ କରିବା ପାଇଁ ଏବେ ଅଧିକ ପରୀକ୍ଷଣକୁ ଗୁରୁତ୍ବ ଦିଆଯାଉଛି। ଏହାଦ୍ବାରା ଅଧିକ ସଂଖ୍ୟାରେ ଚିହ୍ନଟ ହେଲେ ତାଙ୍କର ଚିକିତ୍ସା ହୋଇ ପାରିବ ଏବଂ ସମ୍ପୃକ୍ତ ଅଞ୍ଚଳ ମେଲେରିଆ ମୁକ୍ତ ହୋଇପାରିବ," ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ।

ଏହା ବି ପଢନ୍ତୁ- ଡେଙ୍ଗୁ ରୋଗୀଙ୍କୁ ଗୁରୁତର କରେ ପ୍ଲାଜମା ଲିକେଜ, ଏକ୍ସପର୍ଟ କରାଇଲେ ସତର୍କ - Plasma Leakage

ରାଜ୍ୟର ୭ ଜିଲ୍ଲା ଉପରେ ଫୋକୋସ୍:
"ରାଜ୍ୟରେ ୭ଟି ଜିଲା ରାୟଗଡ଼ା, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ଗଜପତି, ବୌଦ୍ଧ ଏବଂ ମାଲକାନଗିରି ସର୍ବାଧିକ ମେଲେରିଆପ୍ରବଣ ଭାବେ ଆଗରେ ରହିଛି। ସ୍ଥିତିରେ ସୁଧାର ଆଣିବା ପାଇଁ ତୃଣମୂଳସ୍ତରରୁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଶାକର୍ମୀ ସଚେତନତା କରିବା ସହିତ ଔଷଧ ପ୍ରଦାନ କରୁଛନ୍ତି। ପ୍ରାୟ ୪୮ ହଜାରୁ ଅଧିକ ଆଶାକର୍ମୀ ଘରକୁ ଘର ବୁଲି ସଚେତନ କରିବା ସହିତ ନିଧି ମଉସା ରଥ ମଧ୍ୟ ଏଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେହିପରି ଭାବରେ ଲୋକକଳା ମାଧ୍ୟମରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ସଚେତନତା ଜାରି ରହିଛି। ଦୁର୍ଗମ ଅଞ୍ଚଳରେ ଦମନ କାର୍ଯ୍ୟକ୍ରମ ଜାରି ରହିଛି" ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ।

ଏହା ବି ପଢନ୍ତୁ- ରାଜ୍ୟରେ ମାଡ଼ିଚାଲିଛି ଡେଙ୍ଗୁ; ସ୍କୁଲ ଓ ହଷ୍ଟେଲ ପାଇଁ ଆସିଲା ଆଡଭାଇଜରୀ, ରାଜ୍ୟ କହିଲା ମଶାରୀ ଦେଉନି କେନ୍ଦ୍ର - dengue cases rises in odisha

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.