ETV Bharat / state

ପୁରୀ ସମୁଦ୍ର ଉପକୂଳରେ ବଢୁଛି ପ୍ରଦୂଷଣ, ପ୍ରଶାସନକୁ ଦାୟୀ କଲେ ଅଞ୍ଚଳବାସୀ - Pollution In Sea Beach

author img

By ETV Bharat Odisha Team

Published : Apr 7, 2024, 10:21 PM IST

Pollution In Sea Beach: ପ୍ରଦୂଷିତ ହେବାରେ ଲାଗିଛି ପୁରୀ ସମୁଦ୍ର ଉପକୂଳ । ସମୁଦ୍ରକୁ ସହରର ବର୍ଯ୍ୟଜଳ ନ ଛାଡ଼ିବାକୁ ବୁଦ୍ଧିଜୀବୀଙ୍କ ମହଲରେ ଦାବି ହୋଇଛି । ଅଧିକ ପଢନ୍ତୁ

Pollution In Sea Beach
Pollution In Sea Beach
Pollution In Sea Beach

ପୁରୀ: ପ୍ରଦୂଷିତ ହେବାରେ ଲାଗିଛି ପୁରୀ ସମୁଦ୍ର ଉପକୂଳ । ଯାହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ପ୍ରଶାସନର ଦୂରଦୃଷ୍ଟି ଅଭାବକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ । ସମୁଦ୍ରକୁ ସହରର ବର୍ଜ୍ୟଜଳ ନ ଛାଡ଼ିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି । ଜିଲ୍ଲା ପ୍ରଶାସନର ଖାମଖିଆଲ ମନୋଭାବ ଯୋଗୁଁ ହଜାର ହଜାର ଲୋକ ନିର୍ଭର କରୁଥିବା ମଙ୍ଗଳା ନଦୀର ଜଳ ଏବେ ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇଥିବା ଅଭିଯୋଗ ହୋଇଛି ।‌ "ପୁରୀ ସହରର ବର୍ଜ୍ୟ ବସ୍ତୁ ଜଳ ସିଧାସଳଖ ମଙ୍ଗଳା ନଦୀରେ ପ୍ରବେଶ କରୁଛି । ଏହି ବର୍ଜ୍ୟ ଜଳ ମଙ୍ଗଳା ନଦୀ ଦେଇ ସମୁଦ୍ରରେ ମିଶୁଥିବାରୁ ସମୁଦ୍ର ଜଳ ମଧ୍ୟ ପ୍ରଦୂଷିତ ହେବାରେ ଲାଗିଛି । ମଙ୍ଗଳା ନଦୀ ମୁହାଣ ନିକଟ ବିଚରେ ପର୍ଯ୍ୟଟକମାନେ ଏବେ ଗାଧୋଇବା ପାଇଁ ନାପସନ୍ଦ କରୁଛନ୍ତି । ଦୁର୍ଗନ୍ଧ ଯୋଗୁ ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ମଙ୍ଗଳା ନଦୀ ଜଳ ପ୍ରଦୂଷିତ ହୋଇଯାଇଥିବାରୁ ଏହାର ନିକଟରେ ରହୁଥିବା ଲୋକମାନେ ଏହି ଜଳକୁ ବ୍ୟବହାର କରିପାରୁ ନାହାନ୍ତି" ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ସେହିପରି ପ୍ରଦୂଷିତ ଜଳ ଯୋଗୁ ଚାଷ କାର୍ଯ୍ୟରେ ଜଳ ବ୍ୟବହାର ହୋଇପାରୁନଥିବା ଅଭିଯୋଗ ହୋଇଛି । ଗାଈଗୋରୁମାନେ ଏହି ବିଷାକ୍ତ ଜଳକୁ ପିଇବା ଦ୍ବାରା ଅସୁସ୍ଥ ହୋଇପଡୁଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ବୁଦ୍ଧିଜୀବୀ । ତେବେ ପୁରୀ ଭଳି ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀରେ ସମୁଦ୍ର ଜଳ ଏଭଳି ପ୍ରଦୂଷିତ ହେବା ଦୁଃଖର ବିଷୟ ବୋଲି ନଗର କଂଗ୍ରେସ ଅଭିଯୋଗ କରିଛି ।‌ "ସମୁଦ୍ର ଏବଂ ନଦୀକୁ ସିଧାସଳଖ ବର୍ଜ୍ୟ ଜଳ ଛଡ଼ା ନଯାଇ ଅତ୍ୟାଧୁନିକ ଉପାୟରେ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଜରିଆରେ ଜଳ ବିଶୋଧନ କରି ନଦୀ ଓ ସମୁଦ୍ରକୁ ଛଡ଼ାଯାଉ" ବୋଲି ନଗର କଂଗ୍ରେସ୍ ସଭାପତି ଅମରେନ୍ଦ୍ର ପାଇକରାୟ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଉଦଘାଟନର 5 ମାସ ନପୂରୁଣୁ ତାଳଦଣ୍ଡା କେନାଲ ଅବସ୍ଥା ବେହାଲ, ପାଣିରେ ଭାସୁଛି କୁଢ଼କୁଢ଼ ଅଳିଆ

ସେପଟେ ପୁରୀ ବେଳାଭୂମିର ପେଣ୍ଠକଟା ସମୁଦ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ସହରର ବର୍ଜ୍ୟ ଜଳ ସିଧାସଳଖ ସମୁଦ୍ରରେ ଯାଇ ମିଶୁଛି । ଦୁର୍ଗନ୍ଧମୟ ପରିବେଶ ଯୋଗୁଁ ପେଣ୍ଠକଟା ବେଳାଭୂମିରେ ପର୍ଯ୍ୟଟକଙ୍କ ବୁଲିବା ଏକପ୍ରକାର ଅସମ୍ଭବ ହୋଇପଡିଛି । ସମୁଦ୍ର ଜଳ ପ୍ରଦୂଷିତ ଯୋଗୁ ସ୍ନାନ କରିବା ପାଇଁ ଡରୁଛନ୍ତି ପର୍ଯ୍ୟଟକ । ତେବେ ମଙ୍ଗଳା ନଦୀ ଏବଂ ପେଣ୍ଠକଟା ବିଚ୍ ଦେଇ ସମୁଦ୍ରରେ ମିଶୁଥିବା ବର୍ଜ୍ୟ ଜଳର ତୁରନ୍ତ ବିଶୋଧନ ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ସେପଟେ ଏ‌ ବିଷୟରେ ପ୍ରଶାସନ ଅବଗତ ଥିବାବେଳେ ଖୁବଶୀଘ୍ର ଏହି ସମସ୍ୟାର ନିରାକରଣ ନେଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.