ETV Bharat / state

କାମ ଦେଉନି ଅନଲାଇନ କ୍ଲାସ, ଅଫଲାଇନ କୋଚିଂ ପାଇଁ ଦାବି - Offline Coaching Demand

author img

By ETV Bharat Odisha Team

Published : May 6, 2024, 9:51 PM IST

Offline Coaching Demand: ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଦିଆଯାଉଛି JEE ଓ NEET କୋଚିଂ। ହେଲେ ଏହି ଅନଲାଇନ କୋଚିଂ ଫଳପ୍ରଦ ହେଉନଥିବାରୁ ଅଫଲାଇନରେ କ୍ଲାସ କରାଯିବା ନେଇ ଦାବି ହୋଇଛି । ଅଧିକ ପଢନ୍ତୁ

Offline Coaching Demand
Offline Coaching Demand (ETV Bharat Odisha)

ଭୁବନେଶ୍ବର: ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଦିଆଯାଉଛି JEE ଓ NEET କୋଚିଂ । ହେଲେ ଏହା ସେପରି ଫଳପ୍ରଦ ହେଉନଥିବା ଅଭିଯୋଗ ହୋଇଛି । ସରକାରୀ କଲେଜର ଛାତ୍ରଛାତ୍ରୀମାନେ ମେଡିକାଲ ଓ ଇଞ୍ଜିନିୟରିଂ ସମେତ ଅନ୍ୟାନ୍ୟ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳ ହୋଇପାରିବେ ସେହି ଲକ୍ଷ୍ୟ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ଅନଲାଇନ ଫ୍ରି କୋଚିଂ ବ୍ୟବସ୍ଥା । ହେଲେ କଲେଜ ଗୁଡିକରେ ସ୍ମାର୍ଟ୍ କ୍ଲାସର ଅଭାବ ଥିବାବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ଅନଲାଇନ କ୍ଲାସ ପ୍ରତି ଆଗ୍ରହ ଦେଖାଉନଥିବା ଜଣାପଡ଼ିଛି । ଅନଲାଇନ କ୍ଲାସରେ ହାତଗଣତି ପିଲା ଉପସ୍ଥିତ ରହିବା ମଧ୍ୟ ଚିନ୍ତାର କାରଣ ପାଲଟିଛି । ଗ୍ରାମାଞ୍ଚଳରେ କିଛିକାଂଶରେ ଅନଲାଇନ କ୍ଲାସ ସଫଳ ହେଉଥିବାବେଳେ ସହରାଞ୍ଚଳର ଛାତ୍ରଛାତ୍ରୀମାନେ ଅନଲାଇନ କୋଚିଂ କ୍ଲାସରୁ ମୁହଁ ଫେରାଇବା ଚିନ୍ତାର କାରଣ ସାଜିଛି ।

ସୂଚନା ଅନୁସାରେ, କୋରୋନା ମହାମାରୀ ଠାରୁ ଏହି ଅନଲାଇନ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ଏହା ଆଶାନୁରୂପ ଭାବେ ସଫଳ ହୋଇପାରୁନାହିଁ । ଅନେକ ସ୍ଥାନରେ ନେଟୱର୍କ ସମସ୍ୟା, ସ୍ମାର୍ଟ୍ କ୍ଲାସରୁମ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଅଭାବ ଏହାର ପ୍ରମୁଖ କାରଣ ପାଲଟିଛି । ଅଫଲାଇନ କ୍ଲାସରେ ଛାତ୍ରଛାତ୍ରୀମାନେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଠାରୁ ସମସ୍ୟା ନେଇ ଆଲୋଚନା କରିବା ସହିତ ସହଜରେ ଏଗୁଡ଼ିକୁ ବୁଝିପାରିଥାନ୍ତି, ଯାହା ଅନଲାଇନରେ ସମ୍ଭାବ ହୋଇପାରୁନାହିଁ । ପିଲାମାନେ ଅନଲାଇନରେ ପାଠ ପଢିବା ତ ଦୂରର କଥା, ଫେସବୁକ ଏବଂ ଅନ୍ୟାନ୍ୟ ସୋସିଆଲ ମିଡ଼ିଆ ପ୍ରତି ଆକୃଷ୍ଟ ହୋଇ ପାଠପଢ଼ାରୁ ଦୂରେଇ ଯାଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏହାସହ ସେମାନେ ଅଫଲାଇନ୍ କୋଚିଂ ପାଇଁ ଦାବି କରିଛନ୍ତି ।

ବିଜେବି କଲେଜ ଅଧ୍ୟକ୍ଷ ରଞ୍ଜନ ବଳ କହିଛନ୍ତି, "ଯଦି କ୍ଲାସ ରୁମରେ କ୍ଲାସ କରାଯାଏ ତେବେ ଅନେକ ପିଲାମାନେ ଯୋଗ ଦେବେ । ଯେହେତୁ ଅନଲାଇନ ମାଧ୍ୟମରେ କ୍ଲାସ କରାଯାଉଛି ତେଣୁ ଅନେକ ପିଲା ଏଥିରେ ଯୋଗ ଦେଉନାହାନ୍ତି । ବିଶେଷ କରି ସହରାଞ୍ଚଳର ପିଲାମାନେ ଏହି ମାଗଣା କୋଚିଂ କରିବାକୁ ମନ ବଳାଉନାହାନ୍ତି । ଏହାର କାରଣ ସହରରେ ଥିବା ଅନେକ ପିଲାମାନେ ଅନେକ ଘରୋଇ କୋଚିଂ ସେଣ୍ଟରରେ ପାଠ ପଢୁଛନ୍ତି । ଯାହା ମାଗଣା କୋଚିଂରେ ପାଠ ପଢ଼ାଯାଉଛି ସେହି ଅନୁସାରେ ଏହି ପିଲାମାନେ ଆଗୁଆ ପଢିଥାନ୍ତି । ଏହାସହ ଗ୍ରାମାଞ୍ଚଳର ପିଲାମାନେ ବିଶେଷ କରି ଭଲ ଭାବରେ କୋଚିଂ ପାଇବାରେ ବିଫଳ ହୋଇଥାନ୍ତି । ତେଣୁ ସେମାନେ ସରକାରଙ୍କ ମାଗଣା କୋଚିଂ ଉପରେ ଭରସା କରିଥାନ୍ତି ।"

ଏହା ବି ପଢନ୍ତୁ...ଆରମ୍ଭ ହେଲା ପ୍ରତିଯୋଗିତା ମୂଳକ କୋଚିଂ, ଉପକୃତ ହେବେ ଛାତ୍ରଛାତ୍ରୀ

ଏହାସହ ଅଭିଭାବକ ସଂଘର ଅଧ୍ୟକ୍ଷ କହିଛନ୍ତି, "ଯଦି କିଛି କଲେଜର ପିଲାମାନଙ୍କୁ ନେଇ ଗୋଟିଏ କଲେଜରେ ସେଣ୍ଟର କରି ମାଗଣାରେ କୋଚିଂ ଦିଆଯାଏ ତେବେ ଅନେକ ପିଲାମାନେ ଏଥିରେ ଯୋଗ ଦେବେ । ଯାହା ଫଳରେ ସେମାନେ JEE ଏବଂ NEETରେ ଭଲ ପ୍ରଦର୍ଶନ କରିପାରିବେ ।" ସୂଚନା ଅନୁଯାୟୀ, ଜାନୁଆରୀ ୮ରୁ ବିଧିବଦ୍ଧ ଭାବରେ କଲେଜ ସ୍ତରରେ ମାଗଣା JEE ଓ NEET କୋଚିଂ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଦିନ 2ଟି ପର୍ଯ୍ୟାୟରେ ଦିଆଯାଉଥିଲା କୋଚିଂ । କିଭଳି ଭାବରେ ପିଲାମାନେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅଧିକରୁ ଅଧିକ ସଫଳତା ପାଇବେ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା । ଏପରିକି କଲେଜ ଖରା ଛୁଟି ସମୟରେ ମଧ୍ୟ ଏଭଳି ମାଗଣାରେ କୋଚିଂ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ମାଗଣା କୋଚିଂ କେତେ ପିଲା ଯୋଗ ହେଉଛନ୍ତି । ଆଗକୁ ଏହା କେତେ ମାତ୍ରାରେ ସଫଳ ହେବ ତାହା ଦେଖିବାକୁ ବାକି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.