ETV Bharat / state

ନିର୍ବାଚନ ପୂର୍ବରୁ ସୁବର୍ଣ୍ଣପୁରରେ ମୁଣ୍ଡ ଟେକିଲା କୃଷି ସମସ୍ୟା - Subarnapur agriculture issue - SUBARNAPUR AGRICULTURE ISSUE

Subarnapur agriculture issue: ସୁବର୍ଣ୍ଣପୁର ଜିଲ୍ଲାରେ କୃଷି ଓ କୃଷକଙ୍କର ବିକାଶ କରିବା ସହ କୃଷି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ହୋଇଛି ଦାବି । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ସୁବର୍ଣ୍ଣପୁରରେ ମୁଣ୍ଡ ଟେକିଲା କୃଷି ସମସ୍ୟା

author img

By ETV Bharat Odisha Team

Published : Mar 31, 2024, 9:26 AM IST

ନିର୍ବାଚନ ପୂର୍ବରୁ ସୁବର୍ଣ୍ଣପୁରରେ ମୁଣ୍ଡ ଟେକିଲା କୃଷି ସମସ୍ୟା

ସୁବର୍ଣ୍ଣପୁର: ଆଗକୁ ସାଧାରଣ ନିର୍ବାଚନ । ଏବେଠୁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ବିଭିନ୍ନ ପ୍ରସଙ୍ଗ ନେଇ ନିଜ ସପକ୍ଷରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ବିଶେଷ କରି କୃଷି ବହୁଳ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ନିଜ ସପକ୍ଷରେ ମତଦାନ କରିବା ପାଇଁ ବିଭିନ୍ନ ପ୍ରତିଶୃତିର ବର୍ଷା କରୁଛନ୍ତି । ଜିଲ୍ଲାର ମାଳ ମାଳ ପ୍ରସଙ୍ଗ ଭିତରେ କିନ୍ତୁ କୃଷି ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଛି । କୃଷି ଜିଲ୍ଲାର ଅର୍ଥନୈତିକ ଆଧାର ହୋଇଥିବା ବେଳେ କୃଷି ଓ କୃଷକର ଉନ୍ନତି ତଥା ବିକାଶ ସ୍ଥାନୀୟ ନିର୍ବାଚନୀ ପ୍ରସଙ୍ଗ ହୋଇଛି ।

ଜଳସେଚନ,କୃଷି ଯନ୍ତ୍ରପାତିରେ ରିହାତି, ରାସାୟନିକ ସାର ଓ କୀଟନାଶକ ଔଷଧ ଠିକ ସମୟରେ ରିହାତି ଦରରେ ଯୋଗାଣ, ରିହାତି ଦରରେ ସାର୍ଟିଫାଏଡ଼ ଓ ଫାଉଣ୍ଡେସନ ବିହନ ଯୋଗାଣ, ଉତ୍ପାଦିତ କୃଷି ଦ୍ରବ୍ୟ ବିଶେଷକରି ଧାନର ବିକ୍ରିବଟାରେ ଲାଗି ରହିଥିବା ସମସ୍ୟାର ଦୂରୀକରଣ, କ୍ଷୁଦ୍ର ଜଳସେଚନ ବିଭାଗ,ଉଠା ଜଳସେଚନ ବିଭାଗ,ଜଳସେଚନ ବିଭାଗର ଅନୁମୋଦିତ ପ୍ରକଳ୍ପ ନିର୍ମାଣ ତଥା ପଡି ରହିଥିବା ପୁରୁଣା ପ୍ରକଳ୍ପ ଗୁଡିକର ଉନ୍ନତି କରଣ କରିବା । କୃଷି ବିଭାଗର ଖାଲି ପଡିଥିବା ପଦପଦବୀ ପୂରଣ, ଜିଲ୍ଲାରେ କୃଷି ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ତଥା ଉଦ୍ୟାନ ବିଭାଗ ପକ୍ଷରୁ ଅର୍ଥକାରୀ ଫସଲ ପନିପରିବା ଚାଷ ପାଇଁ ଆବଶ୍ୟକ କୃଷି ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଚାଷୀ ଦାବି କରିଛି ।

ସେହିପରି ଜିଲ୍ଲାରେ ହ୍ରାସ ପାଇଥିବା ମତ୍ସ୍ୟ ଉତ୍ପାଦନ,ଛେଳି ମେଣ୍ଢା ପାଳନ,ଗୋ ସମ୍ପଦର ସୁରକ୍ଷା ସହିତ ଜିଲ୍ଲାର ଗୋ ଚାରଣ ଭୂଇଁର ସୁରକ୍ଷା କରିବାକୁ ଚାଷୀ ଦାବି ରଖିଛି । ଚାଷୀ ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ରାଜ୍ୟ ସରକାର ଓ ସ୍ଥାନୀୟ ରାଜନୈତିକ ଲୋକ ପ୍ରତିନିଧି ମାନଙ୍କୁ କୃଷି ଓ କୃଷକର ଉନ୍ନତି ପାଇଁ ଦାବି କରାଯାଉଛି ।ହେଲେ ନିର୍ବାଚନୀ ବର୍ଷ ଆସିଲେ କୃଷି ବିକାଶ ନାଁରେ କେବଳ ରାଜନୈତିକ ପ୍ରାର୍ଥୀମାନେ ଭୋଟ ହାତଉ ଥିବା ଚାଷୀ କହିଛନ୍ତି । ତେବେ ଏଥର ଚାଷୀ ସଂଗଠନ ନିର୍ବାଚନ ପୂର୍ବରୁ ବେଶ ସକ୍ରିୟ ଥିବା ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢନ୍ତୁ......କନ୍ଧମାଳ ‘ଠୁରି ଆଳୁ’ର ଚାହିଦା ବେଶୀ, ମିଳୁନି ସରକାରୀ ପ୍ରୋତ୍ସାହନ - Potatos Cultivation Kandhamal

ସେପଟେ ରାଜ୍ୟ ବିଜୁ ଜନତା ଦଳ ପକ୍ଷରୁ ସଦର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ପୁଣି ଥରେ ଚାଷୀଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଦଳ ଓ ନେତା ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ଲଗାତର ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହେବା ପରେ ବିଜେଡି ପୁଣି ଥରେ ନିରଞ୍ଜନ ପୂଜାରୀଙ୍କୁ ସଦର ବିଧାନସଭା ମଣ୍ଡଳୀ ପାଇଁ ପ୍ରାର୍ଥୀ କରିଛି । ଦୁଇ ଥର ବିନିକା ଓ ତିନିଥର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିରଞ୍ଜନ ପୂଜାରୀ ବିଧାୟକ ଭାବେ ନିର୍ବାଚନ ଜିଣି ରାଜ୍ୟ କ୍ୟାବିନେଟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଛନ୍ତି ।

ସେହିପରି ଦୁଇ ଦୁଇ ଥର ରାଜ୍ୟ ବିଧାନସଭାରେ ବାଚସ୍ପତି ଭାବେ ବି କାର୍ଯ୍ୟ କରିଛନ୍ତି ।ଏଯାଏଁ ବିଜେପି ଓ କଂଗ୍ରସ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇ ନ ଥିବା ବେଳେ ନିର୍ବାଚନ ପ୍ରଚାରରେ ନିରଞ୍ଜନ ପୂଜାରୀ ଆଗୁଆ ରହିଛନ୍ତି । ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ନିରଞ୍ଜନ ପୂଜାରୀ କୃଷି ଓ କୃଷକର ସମସ୍ୟା ସହିତ ସାମଗ୍ରିକ ବିକାଶ ନାରା ଆଧାରରେ ନିର୍ବାଚନରେ ବିଜୟୀ ହେବେ ବୋଲି ଆଶା କରିଛନ୍ତି ।

ଇଟିଭି ଭାରତ,ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.