ETV Bharat / state

ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ମୃତ, ମୃତ୍ୟୁସଂଖ୍ୟା୧୧କୁ ବୃଦ୍ଧି - Puri Crackers blast

author img

By ETV Bharat Odisha Team

Published : Jun 2, 2024, 1:00 PM IST

Puri Crackers Explosion: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଜି ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି । ଏବେ ୧୯ ଆହତ କଟକ, ଭୁବନେଶ୍ୱର ଓ ପୁରୀର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ

Puri Crackers blast
Puri Crackers blastharat (ETV Bharat Odisha)

ପୁରୀ: ଭଉଁରୀ ଉତ୍ସବ ଦିନ ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି । ପୁଣି ଆଜି(ରବିବାର) ଆଉ ୨ ଆହତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏଥିସହ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଅନ୍ୟପଟେ ଏବେସୁଦ୍ଧା ୧୯ ଜଣ ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ.. ପୁରୀ ବାଣ ଦୁର୍ଘଟଣା; ପୀଡ଼ିତଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର - Puri Cracker Blast Mishap

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ଉଉଁରୀ ଉତ୍ସବ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ସମୟରେ ଏହି ଅଘଟଣ ଘଟିଥିଲା । ପୁଷ୍କରିଣୀ ଚାରିପଟେ ହଜାର ହଜାର ଲୋକେ ଉପସ୍ଥିତ ଥିବାବେଳେ ହଠାତ ବାଣ ବିସ୍ଫୋରଣ ହୋଇଥିଲା । ଏହି ଅଘଟଣରେ ପାଖାପାଖି ୩୦ ଜଣ ପୋଡି ହୋଇଯାଇଥିଲେ । ସେମାନଙ୍କୁ ତୁରନ୍ତ ପୁରୀ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ବର୍ଣ୍ଣ କେୟାର ନଥିବାରୁ ସେମାନଙ୍କୁ କଟକ ଓ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଏବେ ବିଭିନ୍ନ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।

ଏହାମଧ୍ୟ ପଢନ୍ତୁ.. ବାଣ ଟ୍ରାଜେଡି: ଘଟଣାସ୍ଥଳ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ମେଡ଼ିକାଲରେ ଆହତଙ୍କୁ ଭେଟିଲେ - Src Pradeep Jena Meets Injured

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ପୁରୀ ବିସ୍ଫୋରଣ ଘଟଣାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଆଜିକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି । ତେବେ ପୁରୀ ଜିଲ୍ଲାପାଳ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଦିଗରେ ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କା ପ୍ରଦାନ ପାଇଁ ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ଆହୁରି ୧୯ ଜଣ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ୱର, କଟକ, ପୁରୀର ବିଭିନ୍ନ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାର ସ୍ଥିତି ଉପରେ ରାଜ୍ୟ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି କୁହାଯାଇଛି । ଅନ୍ୟପଟେ ଏହି ଅଘଟଣର ତଦନ୍ତ ମଧ୍ୟ କରାଯାଇଛି । ତେବେ ବାଣ ଫୁଟାଇବା ପାଇଁ ଅନୁମତି ଦିଆଯାଇନଥିବା ବେଳେ ସେଠାକୁ କିଭଳି ବାଣ ଅଣାଗଲା ସେନେଇ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.