ETV Bharat / state

ମନେ ପଡ଼ନ୍ତି ବକ୍ସି ଜଗବନ୍ଧୁ; ତିରୋଧାନ ଦିବସ ପାଳନ ଅବସରରେ ପ୍ରତିମୂର୍ତ୍ତି ନିର୍ମାଣ ଦାବି - ବକ୍ସି ଜଗବନ୍ଧୁ ପ୍ରତିମୂର୍ତ୍ତି ଦାବି

Death Anniversary of Bakshi Jagabandhu : ଭାରତ ସ୍ବାଧୀନତା ସଂଗ୍ରାମର ପ୍ରଥମ ଯୋଦ୍ଧା ତଥା ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ଥିଲେ ବକ୍ସି ଜଗବନ୍ଧୁ । ଆଜି ହେଉଛି ସେହି ମହାପୁରୁଷଙ୍କ ତିରୋଧାନ ଦିବସ । ଅଧିକ ପଢ଼ନ୍ତୁ

ବକ୍ସି ଜଗବନ୍ଧୁ
ବକ୍ସି ଜଗବନ୍ଧୁ
author img

By ETV Bharat Odisha Team

Published : Jan 24, 2024, 7:31 PM IST

ବକ୍ସି ଜଗବନ୍ଧୁ

କଟକ: ଭାରତ ସ୍ବାଧୀନତା ସଂଗ୍ରାମର ପ୍ରଥମ ଯୋଦ୍ଧା ତଥା ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ଥିଲେ ବକ୍ସି ଜଗବନ୍ଧୁ । ଆଜି ହେଉଛି ସେହି ମହାପୁରୁଷଙ୍କ ତିରୋଧାନ ଦିବସ । ଆଜି ବି ମନେ ପଡେ ତାଙ୍କ ବିରତ୍ବର ଗାଥା । 1829 ମସିହା ଜାନୁଆରୀ 24 ତାରିଖରେ ଇହଲୀଳା ତ୍ୟାଗ କରିଥିଲେ ବକ୍ସି । ତେବେ ପାଇକ ବିଦ୍ରେହର ଏହି ମହାନାୟକ ବକ୍ସି ଜଗବନ୍ଧୁଙ୍କୁ ମନେ ପକାଇ କଟକରେ ବକ୍ସି ଜଗବନ୍ଧୁଙ୍କ ସ୍ମୃତି ରକ୍ଷା ପାଇଁ ଦଳ ମତ ନିର୍ଵିଶେଷରେ ଏକାଠି ହୋଇଛନ୍ତି ସଵୁ ଦଳର ନେତା ଓ ସାଧାରଣ ଲୋକେ । ଏହି ଅବସରରେ ବକ୍ସିଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଦାବି ହୋଇଛି ।

ତେବେ ଜଗଵନ୍ଧୁ ଵିଦ୍ୟାଧର ମହାପାତ୍ର ଭ୍ରମରଵର ରାଏ ଵା ଵକ୍ସି ଜଗଵନ୍ଧୁ ଇଂରେଜ ଶାସନ ଵିରୋଧରେ ୧୮୧୭ ମସିହାରେ ଖୋର୍ଦ୍ଧାରୁ ଆରମ୍ଭ ହୋଇଥିଵା ପାଇକ ଵିଦ୍ରୋହର କର୍ଣ୍ଣଧାର ସାଜିଥିଲେ । ୧୮୫୭ର ସିପାହୀ ବିଦ୍ରୋହର ବହୁ ପୂର୍ବରୁ ଵ୍ରିଟିଶ ଶାସନ ଵିରୋଧରେ ଆରମ୍ଭ ହୋଇଥିଵା ଖୋର୍ଦ୍ଧାର ଏହି ପାଇକ ଵିଦ୍ରୋହର ନାୟକ ଵକ୍ସି ଜଗଵନ୍ଧୁ ମାତ୍ର ୪ ଶହ କନ୍ଧ ସୈନିକଙ୍କ ସହାୟତାରେ ଵାଣପୁର ଓ ଘୁମୁସରରୁ ଵ୍ରିଟିଶ ସୈନ୍ୟଙ୍କୁ ତଡି ଦେଇଥିଲେ । ଏହି ମହାନ ଯୋଦ୍ଧାଙ୍କର ଜୀଵନର ଶେଷ ସମୟ କଟିଛି କଟକ ସହରରେ । କଟକର ଵକ୍ସି ଵଜାର ଛକ ନିକଟରେ ଥିବା ଅସ୍ଥାୟୀ ଜେଲରେ ୧୮୨୫ ମସିହାରେ ବ୍ରିଟିଶ ସେନା ଵକ୍ସି ଜଗଵନ୍ଧୁଙ୍କୁ ଗୃହ ଵନ୍ଦୀ କରି ରଖିଥିଲେ । ତେଣୁ ଏହି ଛକର ନାଁ ବକ୍ସି ଵଜାର ରହିଛି । ୧୮୨୯ ମସିହା ଆଜିର ଦିନରେ କଟକରେ ଜେଲରେ ଥିବା ସମୟରେ ସହୀଦ ହୋଇଥିଲେ ବକ୍ସି ଜଗଵନ୍ଧୁ ।

ଏହା ମଧ୍ୟ ପଢ଼ନ୍ତୁ....ମହାନ ବିପ୍ଳବୀ ଚାଖି ଖୁଣ୍ଟିଆଙ୍କ 202ତମ ଜୟନ୍ତୀ ପାଳନ, ଚାଖିଙ୍କ ସ୍ମୃତିରେ ମ୍ୟୁଜିୟମ ନିର୍ମାଣ ଦାବି

ଏହି ମହାନ୍ ସ୍ବାଧୀନତା ସଂଗ୍ରାମୀଙ୍କର କଟକ ସହିତ ଅନେକ ଗୁଡିଏ ସ୍ମୃତି ରହିଥିଵାରୁ ଆଜି ତାଙ୍କର ତିରୋଧାନ ଦିଵସରେ ସଵୁ ଦଳର ନେତା ଏକାଠି ହେଇ ତାଙ୍କର ସ୍ମୃତି ସାଇତି ରଖିବା ପାଇଁ ଅଣ୍ଟା ଭିଡିଛନ୍ତି । ହେଲେ ଦୀର୍ଘ ଦିନ ହେଲା ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ବକ୍ସି ଜଗବନ୍ଧୁଙ୍କୁ ତାଙ୍କ ତିରୋଧାନ ଦିବସରେ ଉଚିତ ସମ୍ମାନ ଦିଆଯାଇ ପାରୁନି । ତାଙ୍କ ପ୍ରତିମୂର୍ତ୍ତି ବଦଳରେ ବ୍ୟାନରରେ ଫୁଲ ମାଳ ଦେଇ ପାଳନ କରାଯାଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜନେତା ଠାରୁ ଆରମ୍ଭ କରି ସାଧାରଣ ଲୋକ । ସେପଟେ ବକ୍ସି ଜଗବନ୍ଧୁଙ୍କ ଏକ 12 ଫୁଟର ପ୍ରତିମୂର୍ତ୍ତି ବକ୍ସି ଵଜାରରେ ସ୍ଥାପନ କରିବା ପାଇଁ ନିର୍ମାଣ କାମ ଚାଲିଛି । ଆସନ୍ତା ଫେବୃଆରୀରେ ସମସ୍ତ ସମସ୍ୟା ସମାଧାନ ହେବ ବୋଲି କହିଛନ୍ତି କଟକ ଜିଲ୍ଲା ବିଜେଡି ସଭାପତି ଦେବଶିଷ ସାମନ୍ତରାୟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.