ETV Bharat / state

ଝିଅ ଅଜାତିରେ ବାହାହେବାରୁ ମାଆକୁ ମିଳିଲାନି ଚାରିକାନ୍ଧ, ଟ୍ରଲିରେ ବୁହାହେଲା ମୃତଦେହ - ଟ୍ରଲିରେ ବୁହା ହେଲା ମୃତଦେହ

Dead body carried on trolley: ମୃତ୍ୟୁ ପରେ ବି ଦାଉ ସାଝିଲା ଜାତିପ୍ରଥା । ଜାତିପ୍ରଥା ପାଇଁ ଜଣେ 70 ବର୍ଷୀୟା ବୃଦ୍ଧାଙ୍କ ମୃତଦେହ ଟ୍ରଲିରେ ବୁହାହେବାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଜାତିପ୍ରଥା
ଜାତିପ୍ରଥା
author img

By ETV Bharat Odisha Team

Published : Feb 20, 2024, 7:41 AM IST

ଜାତିପ୍ରଥା

ସମ୍ବଲପୁର: ଯୁଗ ବଦଳିଛି । ମଣିଷ ଯାଇ ମହାକାଶରେ ପହଞ୍ଚିଲାଣି । ବିଜ୍ଞାନ ଯୁଗରେ ଅସମ୍ଭବ କାମ ସମ୍ଭବ ମଧ୍ୟ କରିସାରିଲାଣି । ହେଲେ ଏବେ ବି ସମାଜର ଅନ୍ଧବିଶ୍ବାସ, ଜାତିପ୍ରଥା ତଥା ଛୁଆଁ ଅଛୁଆଁ ଭେଦଭାବ କବଳରୁ ମୁକୁଳିବା ମଣିଷ ପକ୍ଷେ ସମ୍ଭବ ହୋଇନି । ଏବେ ବି ଜାତି ଅଜାତି ଭେଦଭାବର ଶିକାର ହେଉଛି ମଣିଷ । ଜାତି ପାଇଁ ମୃତ୍ୟୁ ପରେ ବି ମୃତଦେହକୁ ମିଳିପାରୁନି ଚାରିକାନ୍ଧ । ମୃତ୍ୟୁ ପରେ ବି ଦାଉ ସାଧୁଛି ଜାତିପ୍ରଥା । ଝିଅମାନେ ଅଲଗା ଜାତିରେ ବିବାହ କରିଥିବାରୁ ମାଆର ମୃତଦେହ ନେବାକୁ ମିଳିଲେନି ଲୋକ । ଜାତିପ୍ରଥା ପାଇଁ ଜଣେ 70 ବର୍ଷୀୟା ବୃଦ୍ଧାଙ୍କ ମୃତଦେହ ଟ୍ରଲିରେ ବୁହାହେବାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହର ଭିତରେ ।

ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହର 5 ନମ୍ବର ୱାର୍ଡରେ ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ ଯୋଗୁଁ ଅସୁସ୍ଥ ଥିବା ଜଣେ 70 ବର୍ଷ ବୟସ୍କା ବୃଦ୍ଧାଙ୍କର ଗତକାଲି (ସୋମବାର) ମୃତ୍ୟୁ ହୋଇଥିଲା । ତେବେ ବୃଦ୍ଧାଙ୍କର 7ଟି ଝିଅ ଥିବାବେଳେ ସେମାନଙ୍କ ମଧ୍ୟରୁ କେତେକ ଝିଅ ଅନ୍ୟ ଜାତିରେ ବିବାହ କରିଛନ୍ତି । ଝିଅମାନେ ଅନ୍ୟ ଜାତିରେ ବିବାହ କରିଥିବାରୁ ମୃତ୍ୟୁ ପରେ ସାହିଭାଇ କେହି ମଧ୍ୟ ବୃଦ୍ଧାଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ଆସିଲେନି । କୁତ୍ସିତ ଜାତିପ୍ରଥା ପାଇଁ ମୃତ୍ୟୁ ପରେ ବୃଦ୍ଧାଙ୍କୁ ଚାରିକାନ୍ଧ ମିଳିପାରିଲାନି ।

ଏହା ମଧ୍ୟ ପଢ଼ନ୍ତୁ...ଅନ୍ୟ ଜାତିରେ ବିବାହ କରିଥିବାରୁ ଛୁଇଁଲେନି ମୃତଦେହ, ଅନ୍ତିମ ସଂସ୍କାର କଲା ସଂକଳ୍ପ ପରିବାର

ଏହା ମଧ୍ୟ ପଢ଼ନ୍ତୁ...ଅନ୍ୟ ଜାତିରେ ବାହା ହେବାରୁ ମୃତଦେହ ଛୁଇଁଲେନି ସାହିଭାଇ, ଅନ୍ତିମ ସତ୍କାର କଲେ ସ୍ବେଚ୍ଛାସେବୀ

ସେପଟେ ବୃଦ୍ଧାଙ୍କ ଅନ୍ତିମ ସଂସ୍କାର କରିବା ପାଇଁ କେହି ନଆସିବାରୁ ଶେଷରେ ସମ୍ପର୍କୀୟ ପୁତୁରା ଓ ଜ୍ୱାଇଁ ଏକ ଟ୍ରଲିରେ ବୃଦ୍ଧାଙ୍କ ମୃତଦେହକୁ ବୋହି ଶ୍ମଶାନକୁ ନେଇ ଶେଷକୃତ୍ୟ ସମ୍ପନ୍ନ କରିଥିବା ଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ଏଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ପାଲଟିଛି । ତେବେ ମଣିଷ ଭିତରେ ଥିବା କୁସଂସ୍କାର ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛି l ଆଜି ବି ଲୋକ କୁସଂସ୍କାର ଭଳି କୁତ୍ସିତ ପରମ୍ପରା ଭିତରୁ ମୁକୁଳି ପାରୁନାହାଁନ୍ତି l ଉପାନ୍ତ ଅଞ୍ଚଳରେ ଏହି ଜାତିପ୍ରଥା ଭେଦଭାବ ଅଧିକ ଦେଖିବାକୁ ମିଳୁଥିବା ବେଳେ ଏହାକୁ ଦୂର କରିବା ପାଇଁ ସଚେତନତାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.