ETV Bharat / state

ମମତା ମହାନ୍ତ ନବୀନଙ୍କ ହାତ ଛାଡିବା ପରେ ମୟୂରଭଞ୍ଜରେ ଥମୁନି ବିକ୍ଷୋଭ ନିଆଁ; ଜିଲ୍ଲାବ୍ୟାପି ଅସନ୍ତୋଷ, କୁଶପୁତ୍ତଳିକା ଜାଳିଲା ବିଜେଡି - BJD launch protest district wise

author img

By ETV Bharat Odisha Team

Published : Aug 3, 2024, 1:50 PM IST

Rairangpur bjd launch protest district wise burnt former mp effigy: ସେ ୨୦୧୭ ମସିହାରେ ତାଙ୍କ ନିଜ ପଂଚାୟତରୁ ସମିତି ସଭ୍ୟ ଭାବରେ ପ୍ରତିଦ୍ବନ୍ଦୀତା କରି ପରାସ୍ତ ହୋଇଥିବା ବେଳେ ଵିଜେଡି ଦଳ ତାଙ୍କୁ ଜିଲ୍ଲା ମହିଳା ଶାଖା ସଭାପତି ଭାବରେ ଦାୟିତ୍ୱ ଦେବା ସହିତ ୨୦୨୦ ଏପ୍ରିଲ ମାସରେ ରାଜ୍ୟସଭା ସଦସ୍ୟ ଭାବରେ ସୁଯୋଗ ଦେଇଥିଲା । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ରାଇରଙ୍ଗପୁର: ରାଜ୍ୟସଭା ସାଂସଦ ପଦ ଓ ବିଜେଡ଼ି ଦଳରୁ ମମତା ମହାନ୍ତ ଇସ୍ତଫା ଦେବା ପରେ ଜିଲ୍ଲାବ୍ୟାପି ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବିଜୁ ମହିଳା ଜନତା ଦଳ ପକ୍ଷରୁ ଶୁକ୍ରବାର ବାରିପଦା ସ୍ଥିତ ବିଜୁ ପଟ୍ଟନାୟକ ଗୋଳେଇ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ଭାବେ ମମତା ମହାନ୍ତଙ୍କୁ ପଦ ଦେଇଥିଲା ବେଳେ ସେ କିନ୍ତୁ ବିଜେଡି ତାଙ୍କୁ ଉପେକ୍ଷା କରିଥିବା କହିବାକୁ ବିଜେଡ଼ିର ସମର୍ଥକ ମାନେ ପ୍ରତିବାଦ କରିଥିଲେ । ଵିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନିଜର ସ୍ବାର୍ଥ ସାଧନ ପାଇଁ ବିଜେଡ଼ି ଦଳ, ମୟୂରଭଞ୍ଜ ଜିଲ୍ଲାର ଜନସାଧାରଣ ଏବଂ କୁଡୁମୀ ସମ୍ପ୍ରଦାୟ ପ୍ରତି ମମତା ମହାନ୍ତ ବିଶ୍ୱାସଘାତକତା କରିଛନ୍ତି ବୋଲି ମହିଳାମାନେ ସମ୍ମିଳିତ ଭାବରେ ପ୍ରତିବାଦ କରିଥିଲେ । ବିଜେଡ଼ି ଦଳରୁ ଇସ୍ତଫା ଦେବା ସହିତ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପି ଦଳରେ ମିଶିଛନ୍ତି ।

ବିକ୍ଷୋଭ ପ୍ରଦର୍ଶନ (ETV Bharat Odisha)

ଏହା ବି ପଢନ୍ତୁ- ନବୀନଙ୍କ ହାତ ଛାଡି ମୋହନଙ୍କ ହାତ ଧରିଲେ ମମତା; ବିଜେଡି କହିଲା ଦଳକୁ ଧୋକ୍କା ଦେଲେ, ରାଇରଙ୍ଗପୁରରେ ପୂର୍ବତନ ସାଂସଦଙ୍କ କୁଶପୁତ୍ତଳିକା ଦାହ - Political war over Mamata Mohanta

ସୋସିଆଲ ମିଡ଼ିଆ ଏକ୍ସ ମାଧ୍ୟମରେ ମମତା ମହାନ୍ତ କହିଥିଲେ ଯେ, ତାଙ୍କ ସେବାର ଆବଶ୍ୟକତା ବିଜୁ ଜନତା ଦଳ ଅନୁଭବ କରୁନାହିଁ। ଯେହେତୁ ସେ ଲୋକଙ୍କ ନେତା ଏବଂ ଲୋକଙ୍କ ସେବା ହିଁ ମୁଖ୍ୟ ଧ୍ୟେୟ, ସେଥିପାଇଁ ଯେଉଁ ଦଳ ତାଙ୍କୁ ସୁଯୋଗ ଦେଇଥିଲା ସେ ଦଳରେ ରହିବାର ଆବଶ୍ୟକତା ଅନୁଭବ ନ କରି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ଏବଂ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବୋଲି କହିଥିଲେ ।

ତେବେ ବିଜେଡ଼ି ଦଳ ତରଫରୁ ମମତାଙ୍କୁ କୌଣସି ପ୍ରକାର ଅଣଦେଖା କରାଯାଇନାହିଁ । ତେଣୁ ଏହି ଘଟଣାକୁ ନେଇ ବାରିପଦା ଠାରେ ବିଜେଡ଼ି ପକ୍ଷରୁ ନିନ୍ଦା ପ୍ରକାଶ ପାଇଛି। ମମତା ମହାନ୍ତଙ୍କ ବିରୋଧରେ ନାରାବାଜି କରିବା ସହିତ ମମତା ମହାନ୍ତଙ୍କ ଏ ପ୍ରକାରହୀନ ରାଜନିତି କେବଳ ନିଜର ସ୍ବାର୍ଥ ସାଧନ ପାଇଁ ବୋଲି ବିଜେଡ଼ିର କର୍ମକର୍ତ୍ତା ମାନେ ଅଭିଯୋଗ କରିଛନ୍ତି ।

କୌଣସି କାରଣ ନ ଥାଇ ବିଜେଡ଼ିରୁ ଇସ୍ତଫା ଦେବା ଘଟଣାକୁ ବିଜେଡି ତୀବ୍ର ନିନ୍ଦା କରିଛି । ମମତା ମହାନ୍ତ ବିଜେଡ଼ି ଟିକେଟରେ ଗତ ୨୦୧୨ ପଂଚାୟତ ନିର୍ବାଚନରେ ୩୪ ନମ୍ବର ଯୋନରେ ଜିଲ୍ଲା ପରିଷଦ ସଦସ୍ୟ ଭାବରେ ବିଜୟୀ ହୋଇ ସଭାପତି ନିର୍ବାଚନରେ ବିଜେଡ଼ିର ଦଳୀୟ ପ୍ରାର୍ଥୀ ବିରୋଧରେ ଷଡଯନ୍ତ୍ର କରି ବିଦ୍ରୋହୀ ପ୍ରାର୍ଥୀ ପ୍ରକାଶ ସୋରେନଙ୍କୁ ବିଜୟୀ କରିବାକୁ ସମର୍ଥନ ଦେଇଥିଲେ । ୨୦୧୨-୨୦୧୭ ପର୍ଯ୍ୟନ୍ତ ଥରେ ମାତ୍ର ଜିଲ୍ଲା ପରିଷଦ ସଦସ୍ୟ ହୋଇପାରିଥିଲେ । ଏହାପରେ ସେ ୨୦୧୭ ମସିହାରେ ତାଙ୍କ ନିଜ ପଂଚାୟତରୁ ସମିତି ସଭ୍ୟ ଭାବରେ ପ୍ରତିଦ୍ବନ୍ଦୀତା କରି ପରାସ୍ତ ହୋଇଥିବା ବେଳେ ଵିଜେଡି ଦଳ ତାଙ୍କୁ ଜିଲ୍ଲା ମହିଳା ଶାଖା ସଭାପତି ଭାବରେ ଦାୟିତ୍ୱ ଦେବା ସହିତ ୨୦୨୦ ଏପ୍ରିଲ ମାସରେ ରାଜ୍ୟସଭା ସଦସ୍ୟ ଭାବରେ ସୁଯୋଗ ଦେଇଥିଲା । ମୟୂରଭଞ୍ଜ ଜିଲ୍ଲା ଭଳି ଅନଗ୍ରସର ଜିଲ୍ଲାର ବିକାଶ ସହିତ କୁଡୁମୀ ସମ୍ପ୍ରଦାୟର ବିକାଶ ପାଇଁ କାର୍ଯ୍ୟ କରିବାକୁ ସୁଯୋଗ ଦେଇଥିଲା। ରାଜ୍ୟସଭା ସଦସ୍ୟ ଭାବରେ ଥିବା ସମୟରେ ଗତ ୨୦୨୨ ପଂଚାୟତ ନିର୍ବାଚନ ରେ ମମତା ମହାନ୍ତ ତାଙ୍କ ଯାଆ ଆରତୀ ମହାନ୍ତିଙ୍କୁ ତାଙ୍କ ଜିଲ୍ଲା ପରିଷଦ ଯୋନ ପାଇଁ ଟିକେଟ ନେଇ ପରାଜିତ ହୋଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ମୟୂରଭଞ୍ଜ ଜିଲ୍ଲାରେ ୫୬ ଟି ଜୋନ ମଧ୍ୟରୁ ୫୩ଟି ଯୋନରେ ବିଜେଡ଼ିର ପ୍ରାର୍ଥୀମାନେ ବିଜୟୀ ହୋଇଥିବା ବେଳେ ମମତା ମହାନ୍ତ ତାଙ୍କ ନିଜ ଯୋନ ରେ ନିଜ ଯାଆ ଙ୍କୁ ଜିତେଇ ନ ପାରିବା ତାଙ୍କ ରାଜନୈତିକ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ । ମମତା ମହାନ୍ତଙ୍କର ମୟୂରଭଞ୍ଜ ଜିଲ୍ଲାରେ ଏବଂ ବିଶେଷକରି କୁଡୁମି ସମ୍ପ୍ରଦାୟ ମଧ୍ୟରେ ଗ୍ରହଣୀୟତା ନ ଥାଇ ମଧ୍ୟ ବିଜେଡ଼ି ତାଙ୍କୁ ସଫଳତାର ଶୀର୍ଷରେ ସ୍ଥାନ ଦେଇଥିବା ସତ୍ତ୍ବେ ସେ ନିଜର ସ୍ବାର୍ଥ ସାଧନ ପାଇଁ ବିଜେଡ଼ି ଦଳ ପ୍ରତି ଯେଉଁ ଆକ୍ଷେପ କରିଛନ୍ତି ତାକୁ ନିନ୍ଦା କରିଛନ୍ତି ବିଜେଡ଼ିର କର୍ମୀମାନେ ।

ଏହି ଅବସରରେ ମହିଳା ମାନେ ମମତା ମହାନ୍ତଙ୍କ ଫଟୋଚିତ୍ର ରେ ଜୋତା ମାଳ ଓ ଟଙ୍କା ମାଳ ପିନ୍ଧାଇ ସହର ପରିକ୍ରମା କରି ବିଜେଡ଼ି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । କୌଣସି କାରଣ ନ ଥାଇ ବିଜେଡ଼ିରୁ ଇସ୍ତଫା ଦେବା ଘଟଣାକୁ ତୀବ୍ର ନିନ୍ଦା ବିଜେଡି କରିଛି । ବିଜେଡି ସରକାର କୁଡୁମୀ ସମାଜକୁ ସମ୍ମାନ ଦେଇ ଓଡ଼ିଶାରେ କୁଡୁମୀକୁ ବିଧାନସଭା ଓ ରାଜ୍ୟସଭା ପଠାଇବା ସହ କୁଡୁମୀ ସମାଜ ପାଇଁ କୁଡୁମୀ ଭବନ ପ୍ରତିଷ୍ଠା ପାଇଁ ଜମି ଓ ପାଣ୍ଠି ପ୍ରଦାନ କରିଥିଲେ। ନିଜ ସ୍ବାର୍ଥ ପାଇଁ ସାଢେ଼ ଚାରି ବର୍ଷ ପର୍ଯ୍ୟନ୍ତ ବିଜେଡ଼ି ଦଳରେ ରହି କୁଡୁମୀ ସମାଜ ପାଇଁ ବିଜେଡ଼ି କିଛି କରି ନ ଥିବା କହି ରାଜ୍ୟସଭା ସାଂସଦ ମମତା ମହାନ୍ତ ଦଳରୁ ଇସ୍ତଫା ଦେଇଛନ୍ତି। ଯେଉଁ କଥାକୁ ନିନ୍ଦା କରାଯାଇଛି ।

ବିଜେଡ଼ି ଜିଲ୍ଲା ମହିଳା ସଭାପତି, ଦିପ୍ତିଲତା ମିଶ୍ର କହିଛନ୍ତ, "ମମତା ମହାନ୍ତ ଆମ ମୟୂରଭଞ୍ଜବାସୀଙ୍କ ବିଶ୍ବାସରେ ବିଷ ଦେଇଛନ୍ତି । ତାଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ରାଜ୍ୟସଭା ପଠାଇଥିଲେ ଆମ ପ୍ରିୟ ନେତା ନବୀନ ପଟ୍ଟନାୟକ । ତେବେ ସେ ବିଜେଡି ଛାଡି ବିଜେପିରେ ମିଶିବା ଆମ ସମଜ ପାଇଁ ଦୁଃଖଦ ଖବର ।" ସେହିପରି ଵିଜୁ ମହିଳା ଜନତା ଦଳ ରାଜ୍ୟ ସମ୍ପାଦିକା ଶ୍ରାବଣୀ ଦାସ କହିଛନ୍ତି, " ସମସ୍ତ ମୟୂରଭଞ୍ଜବାସୀ ତାଙ୍କୁ ବିରୋଧ କରିଛନ୍ତି । ତାଙ୍କ କାର୍ଯ୍ୟକଳାପକୁ ଆମେ ସମସ୍ତେ ବିରୋଧ କରୁଛୁ । ନବୀନ ପଟ୍ଟନାୟକ ଦେଇଥିବା ସମ୍ନାନକୁ ସେ ରକ୍ଷା କରିପାରିଲେ ନାହିଁ ।" ଏପଟେ ମମତା ମହାନ୍ତଙ୍କ ଇସ୍ତଫା ପରେ ବିଜେଡି ଦଳରେ ମାନସମନ୍ଥନ ଆରମ୍ଭ ହୋଇଛି । ନିକଟରେ ଦଳ ସମସ୍ତ ମୟୂରଭଞ୍ଜ ନେତାଙ୍କୁ ଶଂଖ ଭବନକୁ ଡାକି ବୈଠକ କରିଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.