ETV Bharat / state

ରାଜ୍ୟରେ ଅଣାୟତ୍ତ ଡେଙ୍ଗୁ, ଗତ ବର୍ଷ ଅପେକ୍ଷା ଦ୍ୱିଗୁଣିତ ରୋଗୀ ଚିହ୍ନଟ - dengue cases rise in Odisha

author img

By ETV Bharat Odisha Team

Published : Jul 21, 2024, 7:35 PM IST

DENGUE SITUATION IN ODISHA: ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ମୁଣ୍ଡବଥା ପାଲଟିଛି ଡେଙ୍ଗୁ ସ୍ଥିତି । ଗତ 19 ତାରିଖ ସୁଦ୍ଧା ରାଜ୍ୟରେ 41181 ଜଣଙ୍କର ଟେଷ୍ଟ କରାଯାଇଥିବା ବେଳେ ସେଥିମଧ୍ୟରୁ 712 ରୋଗୀ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

DENGUE CASES RISE IN ODISHA
DENGUE CASES RISE IN ODISHA (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ଅଣାୟତ୍ତ । ହଜାର ନିକଟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଗତ ବର୍ଷ ଅପେକ୍ଷା ଦ୍ୱିଗୁଣିତ । ରାଜ୍ୟରେ ଅଣାୟତ୍ତ ହେଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଯାହା ଆଗାମୀ ଦିନରେ ରାଜ୍ୟରେ ଡେଙ୍ଗୁ ବିସ୍ପୋରଣର ରୂପ ନେଇପାରେ । ରାଜ୍ୟରେ କେବଳ ଡେଙ୍ଗୁ ନୁହେଁ ଏପରିକି ମ୍ୟାଲେରିଆ ହଇଜା ଭଳି ମାମଲା ବୃଦ୍ଧି ଘଟିବାରେ ଲାଗିଛି । ତେଣୁ ଏନେଇ ସମସ୍ତେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଡେଙ୍ଗୁ ମେଲେରିଆ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଘର ଘର ବୁଲି ଟେଷ୍ଟ କରିବା ସହ ପାଣି ଥିବା ସ୍ଥାନକୁ ସଫା କରାଯାଉଛି । ଏହାସହ ବିଭିନ୍ନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ବିଏମସି ମଧ୍ୟ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରିବା ସହ ସବୁଠି ନଜର ରହିବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । ବିଶେଷ ଭାବରେ ସ୍କୁଲ ଏବଂ ହଷ୍ଟେଲ ଗୁଡିକରେ ପିଲାଙ୍କୁ ଜ୍ଵର ହେଲେ ତୁରନ୍ତ ରକ୍ତ ପରୀକ୍ଷା କରିବା ଆବଶ୍ୟକ । ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ମଶାରି ମଧ୍ୟରେ ଶୋଇବା ସଚେତନତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଭଳି ଭାବରେ ପିଲାମାନେ ରୋଗଗ୍ରସ୍ତ ନହେବ ସେନେଇ ସ୍କୁଲ କର୍ତ୍ତୃପକ୍ଷ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ କୁହାଯାଉଛି ।

ରାଜ୍ୟରେ ଡେଙ୍ଗୁ ସ୍ଥିତି:

ଗତ 19 ତାରିଖ ସୁଦ୍ଧା ରାଜ୍ୟରେ 41181 ଜଣଙ୍କର ଟେଷ୍ଟ କରାଯାଇଥିବା ବେଳେ ସେଥିମଧ୍ୟରୁ 712 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ 191 ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଭାବରେ 19 ଜୁଲାଇ 2023 ମସିହାରେ ରାଜ୍ୟରେ 16592 ଟେଷ୍ଟ କରାଯାଇଥିବା ବେଳେ 426 ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ 247 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ରାଜ୍ୟରେ ଚଳିତ ବର୍ଷ ଖୋର୍ଦ୍ଧା ସମେତ ବୌଦ୍ଧରେ 86, ବାଲେଶ୍ଵରରେ 37, କଟକରେ 40, ପୁରୀରେ 34, ସୁନ୍ଦରଗଡ଼ରେ 90 ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାଗୁଡିକରେ କମ୍ କମ୍ ରୋଗୀ ଚିହ୍ନଟ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ....ଡେଙ୍ଗୁ ମୁକାବିଲା ପାଇଁ ପ୍ରସ୍ତୁତ CMC, ମେୟରଙ୍କୁ ଘେରିଲା କଂଗ୍ରେସ - Politics Over Dengue

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ଜନିତ ରୋଗୀଙ୍କର ମୃତ୍ୟୁ ଘଟିନାହିଁ । ଏପଟେ ରାଜ୍ୟ ସରକାରଙ୍କ ଏସଓପି ଅନୁସାରେ ବିଦ୍ୟାଳୟରେ ଗୁଡିକରେ ଶିକ୍ଷକ ପ୍ରଧାନଶିକ୍ଷକ ମାନେ ପିଲାମାନଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନତା କରିବା ଆବଶ୍ୟକ । ନିଜେ ସଚେତନ ରହିବା ସହ ଅନ୍ୟମାନେ କିଭଳି ସଚେତନତା ରହିବେ ସେନେଇ ପିଲାମାନଙ୍କୁ ଜଣାଇବା ଆବଶ୍ୟକ । ସ୍କୁଲ ଚାରିପାଖକୁ କିଭଳି ଭାବରେ ସଫା ସୁତାର ରଖିବା ସେନେଇ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ସ୍କୁଲର ପାଣି ଟାଙ୍କି ଆଦି ମଧ୍ୟ ସଫା ରଖିବା ଆବଶ୍ୟକ । ସ୍କୁଲ ଏବଂ କଲେଜ ଗୁଡିକରେ ବିଭିନ୍ନ ସମୟରେ ସଚେତନତା ଡ୍ରାଇଭ୍ କରିବା ଆବଶ୍ୟକ । ମଶା ପ୍ରଜନନ ଉତ୍ସ-ପ୍ଲାଷ୍ଟିକ୍ ବ୍ୟାଗ୍, କପ୍, ପାତ୍ର, ନଡ଼ିଆ ଖୋଳକୁ ସ୍କୁଲ ପରିସର ମଧ୍ୟରୁ ହଟାଇବା ପାଇଁ ବ୍ୟବସ୍ଥା କରିବା ଏବଂ ଆବାସିକ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ମଶାରି ଯୋଗାଇବା ଆବଶ୍ୟକ । ଆଶା କର୍ମୀ ଏବଂ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟକ୍ରମ ଜରୁରୀ ହୋଇପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.