ETV Bharat / state

ହାଣ୍ଡିଶାଳକୁ ମହଙ୍ଗା ମାଡ, ବଢୁଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର - Price Rise Of Essential Commodities - PRICE RISE OF ESSENTIAL COMMODITIES

Essential Commodities Are Becoming Costlier: ରାଜ୍ୟରେ ଦିନକୁ ଦିନ ବଢ଼ୁଛି ଅତ୍ୟାବଶ୍ୟକ ସାମଗ୍ରୀ ଦର । ଏହି ଦର ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରିଛନ୍ତି ବ୍ୟବସାୟୀ । ଅଧିକ ଫଢ଼ନ୍ତୁ

ବଢୁଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର
ବଢୁଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର (ETV Bharat Odisha)
author img

By ETV Bharat Odisha Team

Published : Jun 9, 2024, 5:51 PM IST

Updated : Jun 9, 2024, 10:12 PM IST

କଟକ: ନିର୍ବାଚନ ସରିଲା ସତ ମାତ୍ର ଦରଦାମ ବୃଦ୍ଧିକୁ ନେଇ ଏବେ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଏପରିକି ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ହେବା ନେଇ ଆକଳନ କଲେଣି ବ୍ୟବସାୟୀ । ସବୁଠାରୁ ବଡ଼ କଥା ହେଉଛି ଚାଉଳ, ବିଭିନ୍ନ ପ୍ରକାର ଡାଲି, ଅଟା ଓ ତେଲ ଭଳି ନିତ୍ୟ ବ୍ୟବହାର ଖାଇବା ସାମଗ୍ରୀ ବୃଦ୍ଧି ହେବାର ଲାଗିଛି । ଯଦିଓ ନିର୍ବାଚନ ସମୟରେ ଏହାର ଦର ଦାମ ବୃଦ୍ଧି ହେବାର ଲାଗିଛି ତଥାପି ଆହୁରି ବହୁ ମାତ୍ରାରେ ବୃଦ୍ଧି ପାଇବା ନେଇ ଆକଳନ କରିଛି ମାଲଗୋଦାମ ବ୍ୟବସାୟୀ ସଂଘ ।

ବଢୁଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର (ETV Bharat Odisha)

କଟକ ମାଲଗୋଦାମ ବ୍ୟବସାୟୀ ସଂଘର ସମ୍ପାଦକ ପ୍ରଫୁଲ୍ଲ ଛାଟୋଇଙ୍କ କହିବା ମୁତାବକ, ନିର୍ବାଚନ ସମୟରେ ଅର୍ଥାତ ଗତ ଏକ ମାସ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢିଛି । ବିଶେଷକରି ଚାଉଳ ଦର କିଲୋ ପିଛା 4ରୁ 5 ଟଙ୍କା ବଢିଛି । ବିଭିନ୍ନ ପ୍ରକାର ଡାଲି ଦର ମଧ୍ୟ ବଢିଛି । ହରଡ଼ ଡାଲି ଦର କିଲୋ ପିଛା ୧୦ ଟଙ୍କାରୁ ୧୨ ଟଙ୍କା ବଢିଛି । ହରଡ଼ ଡାଲି ସମେତ ବୁଟ ଡାଲି ଦର ମଧ୍ୟ ବୃଦ୍ଧି ପାଇଛି । ସେହି ତୁଳନାରେ ଖୁଚୁରା ଦର ବି ବଢିଛି । ଡାଲି କିଲୋ ୧୬୦ରେ ବିକ୍ରୟ ହେଉଥିଲା ମାତ୍ର ଏହା ଦର ବୃଦ୍ଧି ପାଇ ଖୁଚୁରାରେ ଏହା ୧୭୦ରୁ ୧୭୫ ଟଙ୍କାରେ ବିକ୍ରି ହେଉଛି । ଟିକେ ଉନ୍ନତମାନର ଡାଲି ମଧ୍ୟ ସେହି ତୁଳନାରେ ବଢିଛି । ବିରି ଡାଲିର ଦର ବଢିଛି । ବିରି ଏବେ କିଲୋପ୍ରତି ୧୨୦ରୁ ୧୨୫ ତାଙ୍କ ଖୁଚୁରାରେ ବିକ୍ରୟ ହେଉଛି । ସେହିପରି ବୁଟ ଡାଲି ଦର ମଧ୍ୟ ବୃଦ୍ଧି ପାଇଛି । ବୁଟ ଡାଲି କିଲୋ ୮୦ ଟଙ୍କାରୁ ବୃଦ୍ଧି ପାଇ ୯୦ ଟଙ୍କାରେ ପହଁଚିଛି । ଖୁଚୁରାରେ ଯଦିଓ କିଲୋ ପ୍ରତି ୯୫ ଟଙ୍କାରେ ବିକ୍ରୟ ହେଉଛି ।

ହାଣ୍ଡିଶାଳକୁ ମହଙ୍ଗା ମାଡ
ହାଣ୍ଡିଶାଳକୁ ମହଙ୍ଗା ମାଡ (ETV Bharat Odisha)

ବଡ଼ କଥା ହେଉଛି ଜଣେ ସାଧାରଣ ଲୋକଟିର ପ୍ରତ୍ୟକ ଦିନ ଆବଶ୍ୟକତା ଥିବା ଚାଉଳ ମଧ୍ୟ ବୃଦ୍ଧି ପାଇଛି । ବିଶେଷକରି ମଧ୍ୟମ ଧରଣ ବ୍ୟକ୍ତି ଜଣକ ମାସିକ ୩୦ ଟଙ୍କିଆ ଚାଉଳ ଉପରେ ନିର୍ଭର କରିଥାଏ । ମାତ୍ର ଏହା କିଲୋପ୍ରତି 4ରୁ 5 ଟଙ୍କା ବୃଦ୍ଧି ପାଇଛି । ସେହିପରି ବିଭିନ୍ନ ପ୍ରକାର ଚାଉଳର ଦର ବଢିଛି । ତେବେ ଏହି ଦର କିଛିଦିନ ପରେ ଆହୁରି ବୃଦ୍ଧି ପାଇବ ବୋଲି ଏବେଠାରୁ ବ୍ୟବସାୟୀମାନେ ଆକଳନ କରିବା ଆରମ୍ଭ କଲେଣି । କାରଣ ପ୍ରତ୍ୟେକ ନିର୍ବାଚନ ପରେ ଏହି ଦର ବୃଦ୍ଧି ପାଇଥାଏ । ମାତ୍ର ଏଥର ନିର୍ବାଚନ ସମୟରେ ଯେତିକି ବୃଦ୍ଧି ପାଇଛି ନିର୍ବାଚନ ପରେ ଆହୁରି ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଏହା ଏକ ସୁସ୍ଥ ବଜାରର ଲକ୍ଷଣ ନୁହେଁ ବୋଲି କହିଛନ୍ତି ବ୍ୟବସାୟୀ ସଂଘ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ ।

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ବେଳେ ଖୁସି ଖବର, ୭୦ ଟଙ୍କା କମିଲା ଗ୍ୟାସ ଦର- LPG Price Cut

କେବଳ ସେତିକି ନୁହେଁ, ଆଳୁ ପିଆଜ ଦର ମଧ୍ୟ ବୃଦ୍ଧି ପାଇଛି । ଯେଉଁ ଆଳୁ ଦର କିଛି ଦିନ ପୂର୍ବରୁ ସ୍ୱାଭାବିକ ରହିଥିଲା ତାହା ଏବେ ହଠାତ ବୃଦ୍ଧି ପାଇଛି । ଆଳୁ କିଲୋ ଏବେ ୩ କିଲୋ ପ୍ରତି ୯୫ ଟଙ୍କାରେ ବିକ୍ରୟ ହେଉଛି । ପୂର୍ବରୁ ଆଳୁ ଦର ୩ କିଲୋପ୍ରତି ୮୦ ଟଙ୍କାରେ ବିକ୍ରୟ ହେଉଥିଲା । ସେହିପରି ପିଆଜ ଦର ହଠାତ ବୃଦ୍ଧି ପାଇଛି । ପିଆଜ ପୂର୍ବରୁ ୩ କିଲୋପ୍ରତି ୭୫ ଟଙ୍କାରେ ବିକ୍ରୟ ହେଉଥିଲା । ମାତ୍ର ଏବେ ଏହାର ଦର ବୃଦ୍ଧି ପାଇ ୩ କିଲୋପ୍ରତି ୯୦ରୁ ୯୫ ଟଙ୍କାରେ ବିକ୍ରି ହେଉଛି । ଜଣେ ସାଧାରଣ ଲୋକ କିଛି ନହେଲେ ଆଳୁ ଆଉ ପିଆଜରେ ପରିବାର ଚଳାଇ ଦେଇଥାଏ । ମାତ୍ର ଅତ୍ୟାବଶ୍ୟକ ସାମଗ୍ରୀ ଦର ଯଦି ବୃଦ୍ଧି ପାଇବ ତେବେ ଏହା ହାଣ୍ଡିଶାଳ ଉପରେ ଭୟଙ୍କର ପ୍ରଭାବ ପଡିବ । ପ୍ରଫୁଲ୍ଲ ଛାଟୋଇ କହିଛନ୍ତି ଯେ, ଦରଦାମ ନିୟନ୍ତ୍ରଣ କରିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର । ସେମାନେ ଏହି ଦର ନିୟନ୍ତ୍ରଣ କରିବା ଦରକାର ନଚେତ ସବୁ ବର୍ଗର ଲୋକଙ୍କ ଉପରେ ଏହାର ପ୍ରଭାବ ପଡିବ ।

ଇଟିଭି ଭାରତ, କଟକ

Last Updated : Jun 9, 2024, 10:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.