ETV Bharat / state

ଗଣତି-ମଣତି ବେଳେ ପ୍ରଭାବିତ ହେବନି ନୀତିକାନ୍ତି ଓ ଦର୍ଶନ: ଜଷ୍ଟିସ୍‌ ରଥ - RATNA BHANDAR COUNTING

ନୀତିକାନ୍ତି ଓ ଦର୍ଶନରେ ବାଧା ସୃଷ୍ଟି ନକରି କରାଯିବ ମରାମତି ଓ ଗଣତି । ସେହି ଅନୁସାରେ ପ୍ରସ୍ତୁତ ହେବ ପ୍ରକ୍ରିୟାର ରୂପରେଖ । ‘ଇଟିଭି ଭାରତ’କୁ ଜଷ୍ଟିସ ରଥଙ୍କ ସ୍ବତନ୍ତ୍ର ସାକ୍ଷାତକାର ।

ଗଣତି-ମଣିତ ବେଳେ ପ୍ରଭାବିତ ହେବନି ନୀତିକାନ୍ତି ଓ ଦର୍ଶନ: ଜଷ୍ଟିସ୍‌ ରଥ
ଗଣତି-ମଣିତ ବେଳେ ପ୍ରଭାବିତ ହେବନି ନୀତିକାନ୍ତି ଓ ଦର୍ଶନ: ଜଷ୍ଟିସ୍‌ ରଥ (ETV Bharat Odisha)
author img

By ETV Bharat Odisha Team

Published : Nov 2, 2024, 8:15 AM IST

Updated : Nov 2, 2024, 9:13 AM IST

କଟକ: ଖୁବଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ହେବ । ଏନେଇ ଗତକାଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଥିଲେ । ତେବେ ରତ୍ନ ଅଳଙ୍କାରକୁ ଚିହ୍ନଟ କରିବା ପାଇଁ ଅଭିଜ୍ଞ ଲୋକଙ୍କୁ ଦାୟିତ୍ୱ ଦିଆଯିବ । ବିଶେଷକରି ଯେଉଁ ଅଳଙ୍କାର ରହିଛି ତାହା କେଉଁ ପ୍ରକାରର ତାହର ସଠିକ ଚିହ୍ନଟ ଏବେ ସବୁଠୁ ବଡ ଆହ୍ବାନ ହେବାକୁ ଯାଉଛି । ତେବେ ଗଣତି ମଣତି ପାଇଁ ସ୍ୱତନ୍ତ୍ର SOP ମଧ୍ୟ କରାଯାଇଛି । ଏହି ପ୍ରକ୍ରିୟା ବେଳେ ମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତି ଓ ଦର୍ଶନ ବ୍ୟବସ୍ଥାରେ କୌୋଣସି ବ୍ୟାଘାତ ସୃଷ୍ଟି ହେବ ନାହିଁ । ଏହାକୁ ପ୍ରାଥମିକତା ଦେଇ ଗଣତି ମଣତି କାର୍ଯ୍ୟ କରାଯିବ ବୋଲି କହିଛନ୍ତି, ରତ୍ନଭଣ୍ଡାର କମିଟିର ମୁଖ୍ୟ ଜଷ୍ଟିସ ବିଶ୍ବନାଥ ରଥ ।

  • ଖୁବଶୀଘ୍ର ଗଣତି ମଣତି ପ୍ରକ୍ରିୟା:-

ରତ୍ନଭଣ୍ଡାର ତଦାରଖ କମିଟିର ଅଧକ୍ଷ ଜଷ୍ଟିସ ବିଶ୍ଵନାଥ ରଥ ‘ଇଟିଭି ଭାରତ’ କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ପୂରା ପ୍ରକ୍ରିୟା ଉପରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । କହିଛନ୍ତି ଗଣତି ମଣତି ଠାରୁ ରତ୍ନଭଣ୍ଡାର ମରାମତିକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ‘ASI’ ଏହି ମରାମତି କାର୍ଯ୍ୟ ପ୍ରାୟ ୧ ମାସ ମଧ୍ୟରେ ଶେଷ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ଯଦି ଏହି ମରାମତି କାର୍ଯ୍ୟ ଡିସେମ୍ବର ମାସରେ ଆରମ୍ଭ ହୁଏ ତେବେ ୧ ମାସ ମଧ୍ୟରେ ମରାମତି କାର୍ଯ୍ୟ ସରିବ । ଅତ୍ୟାଧୁନିକ ଏବଂ ବୈଜ୍ଞାନିକ କୌଶଳ ମାଧ୍ୟମରେ ମରାମତି କାର୍ଯ୍ୟ କରାଯିବ । କାର୍ତ୍ତିକ ପୂର୍ଣ୍ଣିମା ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ଟେଣ୍ଡର କରାଯାଇ ଏହି କାର୍ଯ୍ୟ କରାଯିବ ।ଏଥିପାଇଁ ମନ୍ଦିର ପ୍ରଶାସନ ପଦକ୍ଷେପ ନେଉଛନ୍ତି ।

ଗଣତି-ମଣିତ ବେଳେ ପ୍ରଭାବିତ ହେବନି ନୀତିକାନ୍ତି ଓ ଦର୍ଶନ: ଜଷ୍ଟିସ୍‌ ରଥ (ETV Bharat odisha)
  • ମରାମତି ବେଳେ ଦର୍ଶନ ପ୍ରଭାବିତ ହେବନାହିଁ:-

ଡିସେମ୍ବରରୁ ଜାନୁୟାରୀ ଏବଂ ଫେବୃଆରୀ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ଏହାକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟ କରାଯିବ । ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନରେ ଯେପରି କୌଣସି ବାଧା ନ ଉପୁଜିବ, ସେ ସବୁକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ । କାରଣ ଯଦି ଦୈନିକ ୪ରୁ ୫ଘଣ୍ଟା ମରାମତି କାର୍ଯ୍ୟ ଚାଲେ, ତେବେ ଦର୍ଶନ ବ୍ୟବସ୍ଥା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଚାର ବିମର୍ଶ ଜାରି ରହିଛି ।’’

  • ରତ୍ନଭଣ୍ଡାର ସଂପର୍କିତ ଏହି ସବୁ ଖବର ପଢ଼ନ୍ତୁ-

ସରିଲା ପ୍ରଥମ ଦିନର GPR ସର୍ଭେ, ଗୁପ୍ତ ସୁଡ଼ଙ୍ଗକୁ ନେଇ ଏମିତି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ - GPR SURVEY

ରତ୍ନଭଣ୍ଡାରର ହେବ GPR ସର୍ଭେ, ଏହି ଦିନ ସୁଦ୍ଧା କାମ ସାରିବା ପାଇଁ ତଦାରଖ କମିଟି ଅଧ୍ୟକ୍ଷଙ୍କ ଅନୁରୋଧ - Ratna Bhandar Inspection

ରତ୍ନଭଣ୍ଡାର ଯାଞ୍ଚ ଶେଷ, ବାହାରିଲେ ଟିମ୍‌ - Ratna Bhandar Inspection

  • ସୁଡଙ୍ଗ ନଥିବା ସ୍ପଷ୍ଟ କରିଥିଲେ ଆଇନମନ୍ତ୍ରୀ :-

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗତକାଲି (ଶୁକ୍ରବାର) ସ୍ପଷ୍ଟ କରିଛନ୍ତି ଯେ, ଚଳିତ ନୂଆବର୍ଷରୁ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ । 7 ଦିନରେ ରିପୋର୍ଟ ପ୍ରକାଶ କରିବେ ରାଜ୍ୟ ସରକାର । ଖୁବଶୀଘ୍ର ଆସିବ ‘ଜିପିଆର’ ସର୍ଭେ । ପ୍ରାଥମିକ ରିପୋର୍ଟରେ ଭଣ୍ଡାର ମଧ୍ୟରେ କୌଣସି ଗୁପ୍ତ କୋଠାରୀ ବା ସୁଡଙ୍ଗ ନଥିବା ପ୍ରାୟତଃ ସ୍ପଷ୍ଟ ହୋଇଛି । ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା କରିଛନ୍ତି ସରକାର । ରତ୍ନଭଣ୍ଡାରରେ ଫାଟ ସୃଷ୍ଟି ହୋଇଥିବା ସ୍ପଷ୍ଟ ହୋଇଛି । କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀମନ୍ଦିର ଭିଡ଼ ରହୁଛି । କାର୍ତ୍ତିକ ପୂର୍ଣ୍ଣିମା ପରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରାଯିବ ଏବଂ ‘ASI’ ଏହାର ମରାମତି କାମ କରିବ । ମାସେରୁ ଊର୍ଦ୍ଧ୍ବ ସମୟ ଚାଲିବ ମରାମତି କାମ । ମରାମତି ହେବା ପରେ ହେବ ରତ୍ନ ଅଳଙ୍କାର ଗଣତି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ରତ୍ନଭଣ୍ଡାର ଗଣତି ମଣତି ବେଳେ ନୀତିକାନ୍ତି ଓ ଦର୍ଶନକୁ ପ୍ରାଥମିକତା: ଜଷ୍ଟିସ ରଥ
ରତ୍ନଭଣ୍ଡାର ଗଣତି ମଣତି ବେଳେ ନୀତିକାନ୍ତି ଓ ଦର୍ଶନକୁ ପ୍ରାଥମିକତା: ଜଷ୍ଟିସ ରଥ (ETV Bharat odisha)

ରତ୍ନଭଣ୍ଡାର ସଂପର୍କିତ ଏହି ସବୁ ଖବର ପଢ଼ନ୍ତୁ-

ଏହା ମଧ୍ୟ ପଢନ୍ତୁ:- ରତ୍ନଭଣ୍ଡାରରେ ନାହିଁ ଗୁପ୍ତ ସୁଡ଼ଙ୍ଗ, ନୂଆବର୍ଷରୁ ଗଣତି ମଣତି

ରତ୍ନଭଣ୍ଡାର GPR ସର୍ଭେ ଶେଷ, ଜଣାପଡ଼ିବ ସୁଡ଼ଙ୍ଗ ସତ - Ratna Bhandar GPR Survey

ଇଟିଭି ଭାରତ, କଟକ

Last Updated : Nov 2, 2024, 9:13 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.