ETV Bharat / state

ଚୈତ୍ର ମାସରେ ଦେବୀ ଆଦିଶକ୍ତିଙ୍କ ଘଟ ଯାତ୍ରାରେ କମ୍ପୁଛି ଗାଁ ଦାଣ୍ଡ - Danda yatra - DANDA YATRA

Danda Yatra 2024: ଦଣ୍ଡନାଚ ପାଇଁ ଉତ୍ସବମୁଖର ପୁରପଲ୍ଲୀ । ମାନସିକଧାରୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ଅଟେ ଏହି ଦଣ୍ଡନାଚ । ବୌଦ୍ଧ ଜିଲ୍ଲାରେ ବେଶ ଧୁମଧାମରେ ପାଳନ ହେଉଛି ଦଣ୍ଡନାଚ । ଅଧିକ ପଢନ୍ତୁ

Danda Yatra
Danda Yatra
author img

By ETV Bharat Odisha Team

Published : Apr 12, 2024, 3:25 PM IST

Danda Yatra

ବୌଦ୍ଧ: ଚୈତ୍ର ମାସର ପ୍ରସିଦ୍ଧ ଦଣ୍ଡନାଚ ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ । ଚୈତ୍ରମାସ ବା ଦେବୀ ମାସରେ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମାଆ ଆଦିଶକ୍ତିଙ୍କ ଯାତ୍ରା ଉଭୟ ପୁରୁଷ ଓ ମହିଳା ଶ୍ରଦ୍ଧାଳୁଙ୍କ ଦ୍ବାରା ସମ୍ପନ୍ନ ହୋଇଥାଏ । ଏହି ଯାତ୍ରାରେ ଶତାଧିକ ଭକ୍ତ ସାମିଲ ହୋଇଥାନ୍ତି । ବହୁ ମାନସିକଧାରୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ଅଟେ ଏହି ଦଣ୍ଡନାଚ ।

ବୌଦ୍ଧ ଜିଲ୍ଲାର ଏହି ଏକମାତ୍ର ଶକ୍ତିପୀଠରୁ ଦେବୀଙ୍କ ଘଟ ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥାଏ । ସବୁଠି ବେଶ ଧୁମଧାମରେ ମାଆଙ୍କ ପୂଜାର୍ଚ୍ଚନା କରାଯାଏ । ତେବେ ମାନସିକଧାରୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ହୋଇ ରହି ଆସିଛି ଏହି ଦଣ୍ଡନାଚ । ଏହି ଦଣ୍ଡନାଚରେ ବ୍ୟବହୃତ ଷୋହଳ ଖାଡି ପାରମ୍ପରିକ ବାଦ୍ୟ ମଧ୍ୟରେ ଷୋହଳ ସୁଆଙ୍ଗ ନୃତ୍ୟ ବେଶ ଆକର୍ଷଣୀୟ । ପୁରାତନ କାଳରେ ବୌଦ୍ଧ ଜିଲ୍ଲା ବୌଦ୍ଧ ଧର୍ମରେ ବେଶ ପ୍ରଭାବ ହୋଇଥିବା ବେଳେ ସୋମବଂଶୀ ଶାସକଙ୍କ ଦ୍ୱାରା ଶୈବ ଧର୍ମର ବ୍ୟାପକ ପ୍ରସାର ଉଦ୍ଦେଶ୍ୟରେ ଏହି ଦଣ୍ଡନାଚର ଅୟମାରମ୍ଭ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ବୌଦ୍ଧରେ ଜମୁଛି ଧୂଳି ଦଣ୍ଡ, ପଖାଳଖିଆ ଗୀତରେ କମ୍ପୁଛି ଗାଁ ଦାଣ୍ଡ - Danda Yatra

ବୌଦ୍ଧ ଅଞ୍ଚଳର ଦଣ୍ଡ ଯାତ୍ରାରେ ପାଣି ଦଣ୍ଡ, ଧୂଳି ଦଣ୍ଡ, ଅଗ୍ନି ଦଣ୍ଡ, ବନ ଦଣ୍ଡ ଭଳି ଦଣ୍ଡ ମଧ୍ୟରେ ମାନସିକଧାରୀ ଦଣ୍ଡୁଆ ଓ ପାଟ ଭୋକ୍ତାଙ୍କ ଦ୍ବାରା ଷୋହଳ ସୁଆଙ୍ଗ ନୃତ୍ୟ ପରିବେଷଣ କରାଯାଇଥାଏ । ତେବେ ଏହି ଦଣ୍ଡ ଯାତ୍ରା ସମୟରେ ଜିଲ୍ଲାର ବିଭିନ୍ନ ଶକ୍ତିପୀଠଗୁଡ଼ିକ ବେଶ ଚଳଚଞ୍ଚଳ ହୋଇ ଉଠିଥାଏ । ବୌଦ୍ଧ ଜିଲ୍ଲାର ହାଟ ଗାଁ ଠାରେ ଥିବା ମାଆ ଆଦିଶକ୍ତିଙ୍କ ପ୍ରସିଦ୍ଧ ପୀଠରେ ସ୍ବତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇଥାଏ ।

ଦେବୀ ମାଆ ଆଦିଶକ୍ତିଙ୍କ ଘଟ ବିଭିନ୍ନ ଅଞ୍ଚଳ ପରିକ୍ରମା ସହିତ ପାରମ୍ପରିକ ବାଦ୍ୟ ମଧ୍ୟରେ ଦଣ୍ଡ ଯାତ୍ରାର ବିଧି ସମ୍ପନ୍ନ ହୋଇଥାଏ । ଛତ୍ର, ବାନା, ଦେବୀଙ୍କ ଘଟକୁ ମାନସିକଧାରୀ ନିଷ୍ଠା ଓ ଶ୍ରଦ୍ଧାର ସହିତ ଆବାହନ କରିଥାନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ମାଆ ଆଦିଶକ୍ତିଙ୍କ ଚୈତ୍ର ଯାତ୍ରାରେ ମହିଳା ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ନିଷ୍ଠା ଓ ଶ୍ରଦ୍ଧାର ସହିତ ଅଂଶଗ୍ରହଣ କରିଥାନ୍ତି । ମହିଳା ଦେହୁରୀ ତଥା ବରୁଆଙ୍କ ଶରୀରରେ ଦେବୀ ଆବିର୍ଭାବ ହୋଇ ଅଞ୍ଚଳର ବିଭିନ୍ନ ସମସ୍ୟା, ରୋଗ ଦୁଃଖ ଦୂରୀକରଣ ପାଇଁ ବିଭିନ୍ନ ହୁକୁମ ଦେଇଥାନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.