ETV Bharat / state

ବିତର୍କ କାର୍ଯ୍ୟକ୍ରମରେ ଜାତିଆଣ ଆକ୍ଷେପ ପ୍ରସଙ୍ଗ, ଦଳିତ ସଂଘର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

author img

By ETV Bharat Odisha Team

Published : Feb 7, 2024, 9:10 PM IST

Dalit Association Demand Strong Action Over Casteist Comment : ଘରୋଇ ଟିଭି ଚ୍ୟାନେଲର ବିତର୍କ କାର୍ଯ୍ୟକ୍ରମ ସଭାରେ ଦଳିତ ମହିଳାଙ୍କୁ ଜାତିଆଣ ଆକ୍ଷେପ କରିବା ଅଭିଯୋଗ । ରାଜନୈତିକ ଦଳକୁ ଭର୍ତ୍ସନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ରାଜ୍ୟ ଦଳିତ ଆଦିବାସୀ ମାଇନୋରିଟି ସଂଘ । ଅଧିକ ପଢନ୍ତୁ

ବିତର୍କ କାର୍ଯ୍ୟକ୍ରମରେ ଜାତିଆଣ ଆକ୍ଷେପ ମାମଲା , ଦଳିତ ସଂଘର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ନିମାପଡା: ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ବିରୁଦ୍ଧରେ ମେଳି ବାନ୍ଧିଲେ ଦଳିତ ସଙ୍ଗଠନ । ଘରୋଇ ଟିଭି ଚ୍ୟାନେଲର ବିତର୍କ କାର୍ଯ୍ୟକ୍ରମ ସଭାରେ ଦଳିତ ମହିଳାଙ୍କୁ ଜାତିଆଣ ଆକ୍ଷେପ କରିବା ଅଭିଯୋଗ ନେଇ ସାମ୍ବାଦିକ ସମ୍ମିଳନୀ କରି ଉକ୍ତ ରାଜନୈତିକ ଦଳକୁ ଭର୍ତ୍ସନା କରିଛି ରାଜ୍ୟ ଦଳିତ ଆଦିବାସୀ ମାଇନୋରିଟି ସଂଘ । ଏନେଇ ନିନ୍ଦା ପ୍ରସ୍ତାବ ଆଗତ କରିଥିବା ଓ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ କରିବା ସହିତ ଆଗକୁ ସଂଗ୍ରାମ ଜାରି ରହିବ ବୋଲି ସଙ୍ଗଠନର ନେତାମାନେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ପାଟକୁରା ବିଜେଡିରେ ଗୋଷ୍ଠୀ କନ୍ଦଳ!, ବିଧାୟିକାଙ୍କ ପ୍ରତିନିଧିଙ୍କୁ କ୍ରିମିନାଲ୍ କହିଲେ ଜିଲ୍ଲା ସଭାପତି

ସୂଚନା ଅନୁସାରେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏକ ଘରୋଇ ଟିଭି ଚ୍ୟାନେଲର ବିତର୍କ କାର୍ଯ୍ୟକ୍ରମ ଡେଲାଙ୍ଗ ଥାନା ରଇଁସୋଲ ଗ୍ରାମରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ମଧ୍ୟରେ ଦଳିତ ସମ୍ପ୍ରଦାୟକୁ ଆକ୍ଷେପ କରି କିଛି ମନ୍ତବ୍ୟ ଦେବା ପରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗଣମାଧ୍ୟମ ପ୍ରତିନିଧିଙ୍କ ବାରଣ ସତ୍ତ୍ବେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ଓ ଦଳିତ ସଙ୍ଗଠନ ମୁଁହାମୁହିଁ ହୋଇ ଧସ୍ତାଧସ୍ତି ହୋଇଥିଲେ । ପରେ ଏହା ଉଗ୍ର ରୂପ ନେଇ ପୋଲିସ ଉପସ୍ଥିତିରେ ଗଣ୍ଡଗୋଳର ରୂପ ନେଇଥିଲା । ଏହି ଘଟଣାର ଭିଡିଓ ଦୃଶ୍ୟ ଏବେ ମୋବାଇଲରୁ ମୋବାଇଲ ଭାଇରାଲ୍ ହେବାରେ ଲାଗିଛି ।

ତେବେ ଏନେଇ ରାଜ୍ୟ ଦଳିତ ଆଦିବାସୀ ମାଇନୋରିଟି ସଂଘ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ୨ଟି ମାମଲା ଦାୟର ହେବା ସହ ଏସଡିପିଓଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଏପରିକି ଆସନ୍ତା ୨୮ ତାରିଖରେ ଭୁବନେଶ୍ବରରେ ୪୦ ହଜାର ଲୋକଙ୍କ ଉପସ୍ଥିତିରେ ମହା ସଂଗ୍ରାମ ରାଲି ହେବ ବୋଲି ସଙ୍ଗଠନର ନେତା କହିଛନ୍ତି । ତେବେ ଆସନ୍ତା ୨୦୨୪ ନିର୍ବାଚନରେ ଏହାର ମୁହତୋଡ଼ ଜବାବ ଦିଆଯିବ ବୋଲି ରାଜ୍ୟ ଦଳିତ ଆଦିବାସୀ ମାଇନୋରିଟି ସଂଘ ଚେତାବନୀ ଦେଇଛି ।

ଏହା ମଧ୍ୟ ପଢନ୍ତୁ ... ଗଣ୍ଡ ସମାଜ ଓ ବିଜେଡି ନେତା ନଳିନୀ ବିବାଦ: ଜାତୀୟ ଏସ୍‌ଟି କମିଶନଙ୍କ ତଦନ୍ତ ନିର୍ଦ୍ଦେଶ

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଦଳିତ ଆଦିବାସୀ ମାଇନୋରିଟି ସଂଘ ସଭାପତି ବିଜୟ ସେଠୀ, ସମାଜସେବୀ ମାନସ ଜେନା, ଗଙ୍ଗାଧର ସେଠୀ, ଅଭିରାମ ମଲିକ ,ଦୀପକ କୁମାର ଭୋଇ, ବଟକୃଷ୍ଣ ନାୟକ, ତନୁ ଲତା ବେହେରା, ରାଜ୍ୟ ସମ୍ପାଦିକା ସୋନିଲତା ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.