ETV Bharat / state

ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି - Daita Pravesh Niti

Daita Pravesh Niti: ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା । ଯାହା ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ଦଇତା ସେବାୟତ । ଅଧିକ ପଢ଼ନ୍ତୁ,

author img

By ETV Bharat Odisha Team

Published : Jun 20, 2024, 4:18 PM IST

Daita Pravesh Niti
Daita Pravesh Niti (ETV Bharat Odisha)

ପୁରୀ: ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ। ଆସନ୍ତା ଜୁନ 22ରେ ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା ଆୟୋଜିତ ହେବାକୁ ଯାଉଛି। ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ତେବେ ସେହିକ୍ରମରେ ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହୋଇଯାଇଛି । ଆଜି ଦଇତାପତି ମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି ।ଆଜି ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଦଇତାପତିଙ୍କର ରହିଛି ଗୋଷ୍ଠୀଗତ ସେବା । ତେବେ ଆଜି ସନ୍ଧ୍ଯା ଧୂପ ପରେ କୋଠସୁଆଁସିଆ ସେବକ ମାନେ ରତ୍ନସିଂହାସନ ପର୍ଯ୍ୟନ୍ତ ଚାରମାଳ ବାନ୍ଧିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଖଣ୍ଡୁଆ ଓ ବାହୁଟକଣ୍ଟ ନିତି ସଂପାଦନ କରିବେ ।

Daita Pravesh Niti (ETV Bharat Odisha)

ସେପଟେ ଆଜି ଠାରୁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି । ଭକ୍ତମୟ ପରିବେଶରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ତେବେ ସ୍ନାନପୁର୍ଣ୍ଣିମା ନୀତିକୁ ନେଇ ଭୋର ପ୍ରାୟ ଗୋଟାଏ ସମୟରେ ମଙ୍ଗଳାର୍ପଣ ସରିବା ପରେ ମହାପ୍ରଭୁ ଭୋର 6ଟା ବେଳେ ସ୍ନାନବେଦିକୁ ପହଣ୍ଡି ହୋଇ ଆସିବେ। ସ୍ନାନବେଦିରେ ମଙ୍ଗଳଆଳତୀ, ମଇଲମ, ତଡପଲାଗି, ଅଧରପୋଛା ସହ ଅନ୍ଯାନ୍ଯ ନୀତି ସମାପନ ହେବ । ପୂର୍ବାହ୍ନ ଏଗାରଟା ମଧ୍ୟରେ ଜଳବିଜେ ଓ ପୂଜା ବଢିବା ପରେ ଚତୁର୍ଦ୍ଧାମୂର୍ତ୍ତି ଶହେ ଆଠ ଗରା ସୁବାସିତ ଜଳରେ ସ୍ନାନ କରିବେ। ଅପରାହ୍ନ ଚାରିଟା ସୁଦ୍ଧା ମହାପ୍ରଭୁ ହାତୀ ବେଶ ଅର୍ଥାତ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା ଗ୍ରହଣ କରାଯାଇଥିବା ବେଳେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ.. ସୁବ୍ୟବସ୍ଥିତ ରଥାଯାତ୍ରା ଉପରେ ଫୋକସ, ପୁରୀର ବିଭିନ୍ନ ସ୍ଥାନରେ ହେବ ଅସ୍ଥାୟୀ ସୂଚନା କେନ୍ଦ୍ର - RATH YATRA 2024

ସେପଟେ ରୁକ୍ମିଣୀ ଏକାଦଶୀ ଠାରୁ ଶ୍ରୀମନ୍ଦିରରେ ସ୍ନାନପୁର୍ଣ୍ଣିମା ପୂର୍ବ ନୀତି ଆରମ୍ଭ କରାଯାଇଛି। ମହାପ୍ରଭୁଙ୍କ ବିବାହ ନୀତି ସରିବା ପରେ ଗତକାଲି ଚମ୍ପକ ଦ୍ୱାଦଶୀରେ ଦେବଦମ୍ପତିଙ୍କ ଗୁଆଲି ଯାତ୍ରା ନୀତି ସମ୍ପାଦନ ହୋଇଛି। ଏଥିସହିତ ଜୁନ ୨୧ରେ ମଧ୍ୟ ରାତ୍ରରେ ସ୍ନାନଯାତ୍ରା ପାଇଁ ମହାପ୍ରଭୁଙ୍କର ସେନାପଟା ଲାଗି କରାଯିବ। ସତ୍ଯବାଦୀରୁ ଆସିଥିବା ବଉଳକାଠ ଚିରଟ ହୋଇ ସେନାପଟା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଆଜି ମଧ୍ୟ ଦେବ ନବଦମ୍ପତ୍ତିଙ୍କର ଚତୁର୍ଥି ହୋମ ନୀତି ଅନୁଷ୍ଠିତ ହେବ। ସେପଟେ ସ୍ନାନଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଛି। ସ୍ନାନପୁର୍ଣ୍ଣିମା ପାଇଁ ପ୍ରାୟ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.