ETV Bharat / state

ବାଉନ ବଜାର ତେପନ ଗଳିରେ ବାସୁଛି ଦହିବରା ଆଳୁଦମ, କଟକିଆଙ୍କ ଦାବି GI ଟ୍ୟାଗ

author img

By ETV Bharat Odisha Team

Published : Mar 1, 2024, 8:53 PM IST

Updated : Mar 1, 2024, 10:02 PM IST

Dahibara Aloodum Divas: ସୁଆଦିଆ ଦହିବରା ନାଁ ଶୁଣିଲେ ଯେ କୌଣସି ଓଡିଆଟିଏର ଖାଇବାକୁ ମନ ହୁଏ ! ପୁଣି କଟକ ଦହିବରା ନାଁ ଶୁଣିଲେ, ଖାଇବାଟା ନିଶ୍ଚିତ । ଅନେକ ବର୍ଷ ଧରି ମାର୍ଚ୍ଚ ପହିଲାକୁ ଦହିବରା ଦିବସ ଭାବେ ପାଳନ କରାଯାଏ । ବର୍ଗ ଓ ବୟସ ନିର୍ବିଶେଷରେ ଏହି ସ୍ୱାଦିଷ୍ଟ ବ୍ୟଞ୍ଜନଟିକୁ ସମସ୍ତେ ପସନ୍ଦ କରିଥାନ୍ତି । ଦେଖନ୍ତୁ ଏହି ରିପୋର୍ଟ

Dahibara Aloodum Divas
Dahibara Aloodum Divas
କଟକିଆଙ୍କ ଦାବି GI ଟ୍ୟାଗ

କଟକ: ଆଜି ବିଶ୍ବ ଦହିବରା ଆଳୁଦମ ଦିବସ । ଅନେକ ବର୍ଷ ଧରି ମାର୍ଚ୍ଚ ପହିଲାକୁ ଦହିବରା ଦିବସ ଭାବେ ପାଳନ କରାଯାଉଛି । ହଜାରେ ବର୍ଷର ସହର କଟକ ଐତିହ୍ୟ ପାଇଁ ଯେତିକି ପରିଚିତ କଟକର ପ୍ରସିଦ୍ଧ ଲାଭ କରିଥିବା ଦହିବାର ଆଲୁଦମ ପାଇଁ ମଧ୍ୟ ସେତିକି ପରିଚିତ। ଆଉ ଦହିବରା ଆଳୁଦମ କଥା କହିଲେ ପ୍ରଥମେ ଆସେ କଟକ । ତେବେ ଦହିବରା ଦିବସ ଅବସରରେ କଟକର ଦହିବରା ଷ୍ଟଲରେ ଦହିବରାପ୍ରେମୀଙ୍କର ଭିଡ ଦେଖାଯାଇଛି ।

ବାରବାଟି ଷ୍ଟାଡିୟମ ନିକଟରେ ଥିବା ଉପର ପଡିଆରେ ଦହିବରା ଖାଇବା ପାଇଁ ଲୋକଙ୍କ ଭିଡ଼ ଜମିଥାଏ । ଦୂର ଦୂରାନ୍ତରରୁ ଲୋକେ ଆସି ଏଠାକାର ଦହିବରାର ମଜା ନେଇଥାଆନ୍ତି । ସକାଳ ହେବା କ୍ଷଣି ବାଉନ ବଜାର ତେପନ ଗଳି ମଧ୍ୟରେ ଦହିବରାର ବାସ୍ନା ମହକି ଉଠିଥାଏ । କଟକ ଦହିବରାର ଭିନ୍ନ ଏକ ସ୍ଵାଦ ଅଛି ବୋଲି କହିଛନ୍ତି ଗ୍ରାହକ । ମିଠା ଓ ଖଟା ଦହିବରା ବେଶ ଲୋକଙ୍କ ପସନ୍ଦ ହେବାରେ ଲାଗିଛି । ଏହାସହ ଘୁଘୁନି ଓ ଆଲୁଦମ ର ମିଶ୍ରଣ ମଧ୍ୟ ଲୋକ ମାନଙ୍କ ଖାଦ୍ୟ ପ୍ରତି ଥିବା ଭଲ ପାଇବା କୁ ଆହୁରି ଦୁଗୁଣିତ କରିଛି। ପରେ ପରେ ସେଓ ଗାଁଠିଆ ପରେ ଦହିପାଣି ମିଳିଗଲେ କଥା ସରିଲା। ଦହିବରା ଏମିତି ଏକ ସୁସ୍ୱାଦ୍ୟ ଖାଦ୍ୟ ସକାଳ ଜଳଖିଆ ହେଉ କି ଖରାବେଳ, ଲଞ୍ଚ ହେଉ କି ରାତିର ଡିନର ହେଉ କଟକିଆଙ୍କୁ ଦହିବରା ମିଳିଗଲେ ପେଟ ଶାନ୍ତି । ତେବେ କଟକର ଦହିବରା ଏବେ ଆଉ ରାଜ୍ଯ ଭିତରେ ସୀମିତ ହେଇ ନାହିଁ ଆଉ ଦେଶ ତଥା ଦେଶ ବାହାରେ ମଧ୍ୟ ଦହିବରା ପ୍ରସିଦ୍ଧି ଲାଭ କରିସାରିଲାଣି । ଦହିବରା ବାହାରେ ପରିଚିତ ହାସଲ କରିଥିବାରୁ ଏହାକୁ ସମସ୍ତେ ଢେର୍ ପସନ୍ଦ କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ: ଦହିବାରା ଦିବସରେ ମତୁଆଲା କଟକିଆ, ଡିମାଣ୍ଡରେ ଖଟା-ମିଠା ଦହିବରା

ଦହିବରା ପ୍ରସ୍ତୁତ କରିବା ପାଇଁ କୌଣସି କିଣା ମସଲା ବା ପ୍ୟାକେଟ ମସଲାର ବ୍ୟବହାର ହୁଏନାହିଁ । ମସଲା ପାଇଁ ବିଭିନ୍ନ ସାମଗ୍ରୀ ଆଣି ଘରେ ମସଲା ପ୍ରସ୍ତୁତ କରାଯାଇଥାଏ । ବିରି ଏବଂ ଚାଉଳ ରେ ଦହିବରା ପ୍ରସ୍ତୁତ ହେଇଥାଏ । ଆଜି ଦହିବରା ଦିବସ ଥୁବାରୁ ସବୁଦିନ ଅପେକ୍ଷା ଆଜି ଦହିବରା ଚାହିଦା ଅଧିକ ରହିଛି ବୋଲି କହିଛନ୍ତି ଦହିବରା ବେବସାୟୀ । ରସଗୋଲା ପରି ଯଦି ଦହିବାରକୁ ଜିଆଇ ଟ୍ୟାଗ ମାନ୍ୟତା ମିଳନ୍ତା ତେବେ ପୁରା ଦେଶରେ ଦହିବରା ଆଲୁଦମର ଏକ ସ୍ୱତନ୍ତ୍ର ପରିଚୟ ପତ୍ର ହୋଇପାରନ୍ତା ।

ଇଟିଭି ଭାରତ, କଟକ

Last Updated : Mar 1, 2024, 10:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.