ETV Bharat / state

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ; ଆଗକୁ ପ୍ରବଳ ଛେଚିବ, ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି - Odisha Weather

Odisha Weather Update: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି । ଆଜି ଠାରୁୁ ବଢିଲା ବର୍ଷା । ୫ ଦିନ ପର୍ଯ୍ୟନ୍ତ ବର୍ଷା ନେଇ ଆଲର୍ଟ ଜାରି । ଅଧିକ ପଢ଼ନ୍ତୁ

RAIN IN ODISHA
RAIN IN ODISHA (ETV Bharat Odisha)
author img

By ETV Bharat Odisha Team

Published : Jun 26, 2024, 8:42 PM IST

Updated : Jun 26, 2024, 9:44 PM IST

ଭୁବନେଶ୍ବର: ରାଜ୍ୟରେ ଛେଚୁଛି ପ୍ରବଳ ବର୍ଷା । ଆଗାମୀ ୫ ଦିନ ଯାଏଁ ଏଭଳି ସ୍ଥିତି ଲାଗି ରହିବ । ଏହାସହ ୪ ଦିନ ଯାଏଁ ବିଜୁଳି ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଯାହାକୁ ନେଇ ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଆଜି ଭୁବନେଶ୍ବରରେ ପ୍ରବଳ ବର୍ଷା ହୋଇଥିବା ବେଳେ ରାଜଧାନୀର ସ୍ଥିତି ବେହାଲ ହୋଇଛି ।

RAIN IN ODISHA (ETV Bharat Odisha)

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ ସ୍ଥିତି । ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ତେବେ ଆଗାମୀ 5 ଦିନ ଯାଏ ବର୍ଷା ଲାଗି ରହିବ । ସେପଟେ ଆଗାମୀ 4 ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଆଗାମୀ 3 ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଲାଗି ରହିବ । ବିଜୁଳି ଘଡ଼ଘଡ଼ିକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଆସନ୍ତାକାଲି (ଗୁରୁବାର) ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ । ସେହିପରି ରାୟଗଡା, ଗଜପତି, କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର ଓ ନୂଆପଡା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । 28 ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନବରଙ୍ଗପୁର ଓ ନୂଆପଡାରେ ହେବ । ଏହାସହ କଳାହାଣ୍ଡି, ବଲାଙ୍ଗୀର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, କନ୍ଧମାଳ, ଗଜପତି ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ହେବ ।

ସେହିପରି 29 ତାରିଖରେ ମଧ୍ୟ ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡ଼ିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ । ୨୯ ତାରିଖ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ବିଜୁଳି ଘଡଘଡି ପ୍ରତି ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।ତେବେ ଆଜି ଭୁବନେଶ୍ବରରେ ପ୍ରବଳ ବର୍ଷା ହୋଇଥିବା ବେଳେ ସ୍ଥିତି ବେହାଲ ହୋଇଛି । ବର୍ଷାକୁ ନେଇ ବିଭିନ୍ନ ସ୍ଥାନରେ ଟ୍ରାଫିକ ଜାମ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୯ଯାଏଁ ପ୍ରବଳ ବର୍ଷା - CYCLONIC CIRCULATION FORMED

ସେପଟେ ସାରା ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିବା ବେଳେ ଏବେବି ରାଜ୍ୟରେ ନିଅଣ୍ଟିଆ ବର୍ଷା ରହିଛି । ଜୁନ ୧ରୁ ଏଯାବତ ସ୍ୱାଭାବିକ ଠାରୁ ୪୨ ପ୍ରତିଶତ କମ ରହିଛି । ରାଜ୍ୟର ୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ପୁରୀ ଓ ବଲାଙ୍ଗୀରରେ ନିଅଣ୍ଟିଆ ବର୍ଷା ଅଧିକ ରେକର୍ଡ ହୋଇଛି । ସେପଟେ ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ହାଲୁକରୁ ମାଧ୍ୟମ ଧାରଣର ବର୍ଷା ହୋଇଥିବା ବେଳେ ୩ଟି ସହରରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । କଟକରେ ସର୍ବାଧିକ 74.8 ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଭବାନୀପାଟଣା ଓ ନୂଆପଡ଼ାରେ ସର୍ବାଧିକ 38.4 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 26, 2024, 9:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.