ETV Bharat / state

ଅବପାତ ରୂପ ନେଲା ସଦୃଶ ଲଘୁଚାପ, ପାରାଦ୍ବୀପରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ, ୨୪ରେ ଭୀଷଣ ବାତ୍ୟା

ବଙ୍ଗୋପସାଗରରେ ସଦୃଶ ଲଘୁଚାପ ନେଲା ଅବପାତ ରୂପ । ଆଜି ସଂଧ୍ୟାରେ ଗଭୀର ଅବପାତ ଏବଂ ଆସନ୍ତାକାଲି ବାତ୍ୟା । ୨୪ରେ ଭୀଷଣ ବାତ୍ୟା ରୂପ ନେବା ପରେ ଲ୍ୟାଣ୍ଡଫଲ୍ ।

ଅବପାତରେ ପରିଣତ ନେଲା ସଦୃଶ ଲଘୁଚାପ, କାଲି ସୁଧା ନେବ ବାତ୍ୟାର ରୂପ
ଅବପାତରେ ପରିଣତ ନେଲା ସଦୃଶ ଲଘୁଚାପ, କାଲି ସୁଧା ନେବ ବାତ୍ୟାର ରୂପ (ETV Bharat Odisha)
author img

By ETV Bharat Odisha Team

Published : 3 hours ago

Updated : 3 hours ago

ହାଇଦ୍ରାବାଦ: ଅବପାତରେ ପରିଣତ ହେଲା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଗତକାଲିଠାରୁ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆଜି ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଆଜି ସଂଧ୍ୟା ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବା ସହ ଆସନ୍ତାକାଲି (23 ତାରିଖ) ପୂର୍ବାହ୍ନ ସୁଦ୍ଧା ବାତ୍ୟାର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି ।

  • କାଲି ନେବ ବାତ୍ୟାର ରୂପ

23 ତାରିଖ ସକାଳେ ଏହା ବାତ୍ୟାର ରୂପ ନେବା ପରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳମୁହାଁ ହେବ । ଏବେ ସୁଦ୍ଧା ଏହାର ଗତିପଥ ଓ ତୀବ୍ରତା ନେଇ ପ୍ରାଥମିକ ଆକଳନ କରାଯାଇଛି । ଓଡିଶାର ପୁରୀ ଓ ପଶ୍ଚିମବଙ୍ଗ ଉପକୂଳର ସାଗରଦ୍ବୀପ ମଧ୍ୟରେ ଏହା 24 ତାରିଖ ରାତି କିମ୍ବା 25 ତାରିଖ ଭୋର୍‌ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବାର ପ୍ରାରମ୍ଭିକ ଆକଳନ କରିଛି ପାଣିପାଗ ବିଭାଗ । ଏହା ଗଭୀର ଅବପାତରେ ପରିଣତ ହେବା ପରେ ଏହାର ଗତିପଥ ଓ ନିର୍ଦ୍ଦିଷ୍ଟ ଲ୍ୟାଣ୍ଡଫଲ ପଏଣ୍ଟ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରାଯାଇ ପାରିବ । ଏବେ ସୁଦ୍ଧା ‘ଆଇଏମଡି’ ଜାରି କରିଥିବା ପୂର୍ବାନୁମାନରେ ପରବର୍ତ୍ତୀ ସମୟରେ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିପାରେ ।

ଏହା ମଧ୍ୟ ପଢନ୍ତୁ :- ପୁରୀ-ସାଗର ଦ୍ୱୀପ ମଧ୍ୟରେ ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ! ୨୪ ରାତି-୨୫ ପାହାନ୍ତାରେ ଛୁଇଁବ ସ୍ଥଳଭାଗ

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାକୁ ବାତ୍ୟା ‘ଦାନା’ ଭୟ: ଲଘୁଚାପ ପରେ ୪ ଜିଲ୍ଲାକୁ ରେଡ ଆଲର୍ଟ, ମିଶନ ଜିରୋ କାଜୁଆଲିଟି

24ରେ ଭୀଷଣ ବାତ୍ୟାର ରୂପ ନେବ:-

23 ରେ ବାତ୍ୟାର ରୂପ ନେବା ପରେ ଏହା ଅଧିକ ଘନୀଭୂତ ହୋଇ ଭୀଷଣ ସାମୁଦ୍ରିକ ବାତ୍ୟା ବା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ପ୍ରଭାବରେ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍‌ ବେଳେ ସର୍ବାଧିକ ପବନର ବେଗ ଘଣ୍ଟାପ୍ରତି 100 ରୁ 120 କିମି ମଧ୍ୟରେ ରହିବ । ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ସବୁ ଜିଲ୍ଲାଗୁଡିକରେ ରେଡଆଲର୍ଟ ଜାରି କରାଯାଇଛି । ସମସ୍ତ ମତ୍ସ୍ୟଜୀବୀଙ୍କୁ ଆଜି ସୁଦ୍ଧା ଗଭୀର ସମୁଦ୍ର ମଧ୍ୟରୁ କୂଳକୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ସରକାର ଓ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଅବପାତ ରୂପ ନେଲା ସଦୃଶ ଲଘୁଚାପ, ପାରାଦ୍ବୀପରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ
ଅବପାତ ରୂପ ନେଲା ସଦୃଶ ଲଘୁଚାପ, ପାରାଦ୍ବୀପରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ (ETV Bharat odisha)
  • ଅବପାତର ରୂପ ନେଲା ଲଘୁଚାପ
  • ପାରାଦ୍ବୀପରୁ ୭୩୦ କି.ମି ଦୂରରେ କେନ୍ଦ୍ରୀଭୂତ
  • ଆଜି ସଂଧ୍ୟା ସୁଦ୍ଧା ଗଭୀର ଅବପାତ
  • ଆସନ୍ତାକାଲି ପୂର୍ବାହ୍ନ ସୁଦ୍ଧା ନେବ ବାତ୍ୟାର ରୂପ
  • 24 ତାରିଖ ସକାଳେ ଅତିଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା
  • 24 ମଧ୍ୟରାତ୍ରି ଓ 25 ଭୋର ମଧ୍ୟରେ ଲ୍ୟାଣ୍ଡଫଲ୍‌
  • ପୁରୀ- ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ ଆକଳନ

ପାରାଦୀପଠାରୁ ପ୍ରାୟ ୭୩୦ କି.ମି ଦୂରରେ ଅବପାତ

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ଅବପାତଟି ବର୍ତ୍ତମାନ ପାରାଦୀପଠାରୁ ପ୍ରାୟ ୭୩୦ କି.ମି ଓ ଖେପୁପୁରାଠାରୁ ୭୪୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହାର ପ୍ରଭାବରେ ବିଶେଷ କରି ଉପକୂଳ ଓଡିଶା ,ଉତ୍ତର ଓଡିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ରହିବ । ଆସନ୍ତାକାଲିଠୁ ବଢିବ ବର୍ଷାର ପରିମାଣ । ୨୩ରେ ପ୍ରବଳ ବର୍ଷାକୁ ନେଇ ବାଲେଶ୍ବର, ଯାଜପୁର,ଭଦ୍ରକ,କେନ୍ଦ୍ରାପଡା ଜଗତସିଂହପୁର ଓ ପୁରୀକୁ ୟେଲୋ ବର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୪ ତାରିଖରେ ରାଜ୍ୟରେ ଭୀଷଣ ବର୍ଷା ନେଇ ୭ ଜିଲ୍ଲାକୁ ରହିଛି ରେଡ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୪ ଓ ୨୫ ତାରିଖରେ ୨୦ ସେ.ମି ରୁ ୩୦ ସେ.ମି ଯାଏ ଵର୍ଷା ହେବାର ସମ୍ଭାବନା ରହିଛି ।

ଅବପାତରେ ପରିଣତ ନେଲା ସଦୃଶ ଲଘୁଚାପ, କାଲି ସୁଧା ନେବ ବାତ୍ୟାର ରୂପ
ଅବପାତରେ ପରିଣତ ନେଲା ସଦୃଶ ଲଘୁଚାପ, କାଲି ସୁଧା ନେବ ବାତ୍ୟାର ରୂପ (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ବାତ୍ୟା 'ଦାନା'ର ଟିକିନିକ ଅପଡେଟ ଦେବ ଏସଆରସି

ଏହା ମଧ୍ୟ ପଢ଼ନ୍ତୁ...ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଅଫିସ ଆସିବେ ଅଫିସର, କୃଷି ଓ ରାଜସ୍ବ ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

  • ଏହି ସବୁ ଜିଲ୍ଲା ପାଇଁ ରେଡ ଓ୍ବାର୍ଣ୍ଣିଂ

୨୪ ତାରିଖ ପାଇଁ ମୟୁରଭଞ୍ଜ ,କଟକ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ବାଲେଶ୍ୱର ଓ ଯାଜପୁରକୁ ରେଡ ୱାର୍ଣ୍ଣିଂ ରହିଛି । ପୁରୀ ,ନୟାଗଡ ଖୋର୍ଦ୍ଧା,ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ଗଞ୍ଜାମରେ ପ୍ରବଳରୁ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବୌଦ୍ଧ, ଝାରସୁଗୁଡା, ଦେଓଗଡ ,ସମ୍ବଲପୁର ଓ ସୋନପୁର,ଗଜପତି ,କନ୍ଧମାଳ,ବୌଦ୍ଧ ଓ ସୁନ୍ଦରଗଡ ପ୍ରବଳ ବର୍ଷା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୫ ରେ ମୟୁରଭଞ୍ଜ ,କେନ୍ଦୁଝର ,ବାଲେଶ୍ୱର ଓ ଭଦ୍ରକରେ ଭୀଷଣ ବର୍ଷାକୁ ନେଇ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ ,ଦେଓଗଡ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁରକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

  • ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକ ପାଇଁ ମଧ୍ୟ ଓ୍ବାର୍ଣ୍ଣିଂ

ବରଗଡ଼, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ, ରାୟଗଡା,ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ସମୁଦ୍ର ଅଶାନ୍ତ ରହିବା ସହ ଆଜିଠାରୁ ୨୬ ତାରିଖରେ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଅନ୍ୟପଟେ ୨୦ ରୁ ୩୦ ସେମି ବର୍ଷା ହେବାର ସମ୍ଭାବନା ଥିବା ବେଳେ ତଳିଆ ଅଞ୍ଚଳରେ ପାଣି ଜମିବା ସହ ବନ୍ୟା ଓ ଭୂସ୍ଖଳନ ସ୍ଥିତି ସୃଷ୍ଟି ହୋଇପାରେ ବୋଲି ବିଭାଗ ଆକଳନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 3 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.