ETV Bharat / state

CYCLONE DANAକୁ ନେଇ ବଡ଼ ଅପଡେଟ, ଲ୍ୟାଣ୍ଡଫଲ ପରେ ବଦଳିପାରେ ବାତ୍ୟା ଗତିପଥ: IMD

ଗତି ବଦଳାଇ ଭିନ୍ନ ମୋଡ ନେଇପାରେ ବାତ୍ୟା ‘ଦାନା’ । ଲ୍ୟାଣ୍ଡଫଲ ପରେ ସାମାନ୍ୟ ରିକର୍ଭ କରିବା ନେଇ ଭୁବନେଶ୍ବର ପାଣିପାଗ ବିଭାଗ-IMDର ସୂଚନା । ଉତ୍ତର-ଉପକୂଳ-ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ।

ଆସିଲା ବଡ ଅପଡେଟ, ବଦଳିବ ବାତ୍ୟା ‘ଦାନା’ର ଦିଗ, ଲ୍ୟାଣ୍ଡଫଲ ପରେ କରିବ ରିକର୍ଭ !
ଆସିଲା ବଡ ଅପଡେଟ, ବଦଳିବ ବାତ୍ୟା ‘ଦାନା’ର ଦିଗ, ଲ୍ୟାଣ୍ଡଫଲ ପରେ କରିବ ରିକର୍ଭ ! (ETV Bharat Odisha)
author img

By ETV Bharat Odisha Team

Published : 3 hours ago

Updated : 1 hours ago

ଭୁବନେଶ୍ବର: ଭୀଷଣ ବାତ୍ୟା ‘ଦାନା’କୁ ନେଇ ବଡ ଅପଡେଟ । ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ଲ୍ୟାଣ୍ଡଫଲ ପରେ ସାମାନ୍ୟ ଡାଇଭର୍ଟ ହୋଇପାରେ ବାତ୍ୟାର ଗତିପଥ । ରିକର୍ଭ କରି ଏହି ଭୀଷଣ ବାତ୍ୟା ଆଭ୍ୟନ୍ତରୀଣ ଓ ଦକ୍ଷିଣ-ଓଡିଶା ଆଡକୁ ମୁହାଁଇବ । ଫଳରେ ଉତ୍ତର-ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । କିନ୍ତୁ ଲ୍ୟାଣ୍ଡଫଲ ନେଇ କରାଯାଇଥିବା ପୂର୍ବାନୁମାନରେ କୌଣସି ପରିବର୍ତ୍ତନ ଦୃଶ୍ୟମାନ ହେଉନାହିଁ ବୋଲି ମନୋରମା ସ୍ପଷ୍ଟ କରିଛନ୍ତି ।

  • ଲ୍ୟାଣ୍ଡଫଲ ପରେ ବଦଳିବ ଗତିପଥ ? :-

ଏବେ ଏହି ଭୀଷଣ ବାତ୍ୟା ପାରାଦୀପଠାରୁ ୨୬୦ କିଲୋମିଟର ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ରହିଥିବା ବେଳେ ଧାମରା ବନ୍ଦରଠାରୁ ୨୯୦ କିମି ଦକ୍ଷିଣ ପୂର୍ବରେ ରହିଛି । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୨ କି.ମି ବେଗରେ ଗତି କରୁଛି । ଆଜି ମଧ୍ୟରାତ୍ରିରେ ଭିତରକନିକା ଏବଂ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ପରେ ଏହାର ପୂର୍ବ ନିର୍ଦ୍ଧାରିତ ଗତିପଥରେ ସାମାନ୍ୟ ପରିବର୍ତ୍ତନ ବା ଡାଇଭର୍ଟ ଦେଖିବାକୁ ମିଳିବ । ଧମରାରେ ଲ୍ୟାଣ୍ଡଫଲ କରିବା ପରେ ଭଦ୍ରକରୁ ରିକର୍ଭ କରି ପଶ୍ଚିମ-ଓଡିଶାକୁ ସାମାନ୍ୟ ମୁହାଁଇବ ବାତ୍ୟା । ଫଳରେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଦେଇ ବାତ୍ୟା ଅତିକ୍ରମ କରିବାର ଅନୁମାନ କରାଯାଉଛି ।

ଆସିଲା ବଡ ଅପଡେଟ, ବଦଳିବ ବାତ୍ୟା ‘ଦାନା’ର ଗତିପଥ, ଲ୍ୟାଣ୍ଡଫଲ ପରେ କରିବ ରିକର୍ଭ ! (ETV Bharat Odisha)

ଆଭ୍ୟନ୍ତରୀଣ ଓଡିଶାରେ ବଢିବ ବର୍ଷା:-

ଏହା ମଧ୍ୟ ପଢନ୍ତୁ:- ଭୀଷଣ ବାତ୍ୟାର ରୂପ ନେଲା ‘ଦାନା': ଧାମରାରୁ 360 କିମି ଦୂରରେ କେନ୍ଦ୍ରୀଭୂତ, 15 କିମି ବେଗରେ କରୁଛି ଗତି

ଏହା ମଧ୍ୟ ପଢନ୍ତୁ:- ବଙ୍ଗୋପସାଗରରେ ଆଖି ଦେଖାଇଲା ବାତ୍ୟା 'ଦାନା', ଓଡ଼ିଶା ଉପକୂଳ ମୁହାଁ ! ଭୀଷଣ ବାତ୍ୟା ରୂପରେ ଛୁଇଁବ ସ୍ଥଳଭାଗ

ଆଜି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧାରେ ବର୍ଷା ଜାରି ରହିଥିବା ବେଳେ ଏହାର ପରିମାଣରେ ବୃଦ୍ଧି ପାଇବ । କାଲିଠୁ ଆଭ୍ୟନ୍ତରୀଣ ଓଡିଶାର ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ନୟାଗଡ଼ ଦେଇ ଅତିକ୍ରମ କରିବ ବାତ୍ୟାର ଅଂଶ । ୨୬ ତାରିଖରେ ଅବପାତ କିମ୍ବା ଲଘୁଚାପ ଭାବରେ ଦକ୍ଷିଣ ଓଡ଼ିଶାରେ ପହଞ୍ଚିବ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳରେ ଏହାର ପ୍ରଭାବରେ ବର୍ଷା ହେବ ।

  • ରିକର୍ଭ ହେଲେ ମଧ୍ୟ ପ୍ରସ୍ତୁତିରେ କୌଣସି ପ୍ରଭାବ ପଡିବନାହିଁ

ତେବେ ଗତିପଥରେ ସାମାନ୍ୟ ପରିବର୍ତ୍ତନ ପ୍ରସ୍ତୁତିରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ବାତ୍ୟାର ଗତିପଥ ସାମାନ୍ୟ ପରିବର୍ତ୍ତନ ହୋଇଛି । ଭିତରକନିକା ପାର୍ଶ୍ଵରେ ହେବା ନେଇ ଆକଳନ କରାଯାଉଛି । ହେଲେ ଲ୍ୟାଣ୍ଡ ନକରିବା ଯାଏଁ ସ୍ପଷ୍ଟ ସ୍ଥାନ କହି ହେବନାହିଁ । ତଥାପି ସରକାର ଏହା ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ

CYCLONE DANAକୁ ନେଇ ବଡ଼ ଅପଡେଟ, ଲ୍ୟାଣ୍ଡଫଲ ପରେ ବଦଳିପାରେ ବାତ୍ୟା ଗତିପଥ: IMD (ETV Bharat Odisha)
  • ଗ୍ରାଉଣ୍ଡ ଜିରୋରେ ମନ୍ତ୍ରୀ ଓ ଅଧିକାରୀ

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ସରକାର ବାତ୍ୟା ପ୍ରସ୍ତୁତି କରିଛନ୍ତି । ମନ୍ତ୍ରୀମାନେ ଗ୍ରାଉଣ୍ଡ ଜିରୋରେ ଏହାର ନିରୀକ୍ଷଣ କରୁଛନ୍ତି । ବରିଷ୍ଠ ଆଇଏଏସ ଅଫିସର ଜିଲ୍ଲା ଯାଇଛନ୍ତି । ଯେଉଁଠି ସେମାନେ କାମ କରିଛନ୍ତି । ବନ୍ୟା ବାତ୍ୟାରେ କାମ କରିବାର ଅନୁଭବ ଅଛି । ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ପରି ଜିଲ୍ଲାରେ ବର୍ଷା ହେବ । ବାତ୍ୟାର ଗତିପଥ ବର୍ତ୍ତମାନ ସାମାନ୍ୟ ପରିବର୍ତ୍ତନ ହୋଇଛି । ଭିତରକନିକା ପାର୍ଶ୍ଵରେ ହେବା ନେଇ ଅନୁମାନ କରାଯାଉଛି । ହେଲେ ଲ୍ୟାଣ୍ଡ ନକରିବା ଯାଏଁ ସ୍ପଷ୍ଟ ସ୍ଥାନ କହି ହେବନାହିଁ । ପାରାଦ୍ୱୀପରୁ 280 କିଲୋମିଟର ଓ ଧାମରାରୁ 310 କିଲୋମିଟର ଦୂରରେ ଅଛି । ଘଣ୍ଟାକୁ 15 କିଲୋମିଟର ବେଗରେ ଚାଲିଛି । କାଲି ସକାଳ ସୁଦ୍ଧା ବାତ୍ୟା କୌଣସି ସମୟରେ ହିଟ ହୋଇପାରେ ।"

  • ପ୍ରସ୍ତୁତି ସନ୍ତୋଷଜନକ: ରାଜସ୍ବ ମନ୍ତ୍ରୀ

ଆଜି ରାତି 8.30ରୁ କାଲି ରାତି 8.30 ଯାଏଁ ରେଡ ୱାର୍ଣ୍ଣିଂ ଅଛି । ପ୍ରାୟ 20 ସେଣ୍ଟିମିଟର ବର୍ଷା ହେବ । ମୟୂରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବି ବର୍ଷା ହେବ । ବିଭିନ୍ନ ଜିଲ୍ଲାରେ ସ୍ଥାନାନ୍ତର କାମ ଚାଲିଛି । ଗତ ରାତି ସୁଦ୍ଧା ପ୍ରାୟ 3 ଲକ୍ଷ ଲୋକଙ୍କୁ ସମ୍ବେଦନଶୀଳ ସ୍ଥାନାନ୍ତର କରାଯାଇଛି । ଆଜି ସକାଳୁ ସ୍ଥାନାନ୍ତର କାର୍ଯ୍ୟ ଗତି ଧରିଛି । ପ୍ରଶାସନ, ପୋଲିସ ଓ ସ୍ଥାନୀୟ ପ୍ରତିନିଧି କାମରେ ଅଛନ୍ତି । ଆଶ୍ରୟ ସ୍ଥଳୀରେ ଲୋକେ ପହଁଚି ସାରିଲେଣି । ରିଲିଫ ସେଣ୍ଟରକୁ ଆସୁଥିବା ଲୋକ ଗୃହପାଳିତ ପଶୁଙ୍କୁ ଘରେ ବାନ୍ଧିକି ରଖୁଛନ୍ତି । ହେଲେ ଏପରି କରନ୍ତୁ ନାହିଁ । ସେମାନେ ପହଁରା ଜାଣୁଛନ୍ତି । ପଶୁ ସମ୍ପଦଙ୍କୁ ଉଚ୍ଚ ସ୍ଥାନରେ ଛାଡ଼ି ଦିଅନ୍ତୁ । ପ୍ରାଣୀ ସମ୍ପଦ ଖାଦ୍ୟ ପହଁଚି ସାରିଛି । ଚିହ୍ନଟ ହୋଇଥିବା ଗର୍ଭବତୀ ହସ୍ପିଟାଲ ପହଁଚିଛନ୍ତି । ସେମାନେ ସୁରକ୍ଷିତ ଅଛନ୍ତି । ସନ୍ତୋଷଜନକ ପ୍ରସ୍ତୁତି ଅଛି ।’’

  • ୱାର୍ଣ୍ଣିଂ ଫଲୋ କରନ୍ତୁ

ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି, ପାଣିପାଗ ବିଭାଗ ଗତିପଥ ନେଇ ଯେଉଁ ଜିଲ୍ଲାକୁ ୱାର୍ଣ୍ଣିଂ ଦେଇଛି, ତାକୁ ଅଧିକ ଧ୍ୟାନ ଦିଅନ୍ତୁ । ଲୋକେ ବିଚଳିତ ହୁଅନ୍ତୁ ନାହିଁ । ରାଜ୍ୟରେ ମୋଟ 6500 ରିଲିଫ ସେଣ୍ଟର ଅଛି, ସେଠାକୁ ଯାଆନ୍ତୁ । ଲମ୍ବା ସମୟ ଯାଏଁ ରହିବାକୁ ପଡିବ ନାହିଁ । ଆସନ୍ତକାଲି ଓ ତା’ ପରଦିନ ଅର୍ଥାତ 48 ଘଣ୍ଟା ଯାଏଁ ବାତ୍ୟା କଷ୍ଟ ଦେବ । ସବୁ ରିଲିଫ ସେଣ୍ଟର ଓ ଗାଁରେ ପୋଲିସ ଅଛନ୍ତି । ମହିଳା ପୋଲିସ ବି ଅଛନ୍ତି । ଗାଁ, ଗାଁରେ ପାଟ୍ରୋଲିଙ୍ଗ ଚାଲିଛି । ବାତ୍ୟା ପରେ ରିଲିଫ ସେଣ୍ଟରରୁ ଘରକୁ ପଠାଇବାର ବ୍ୟବସ୍ଥା କରିବ ପ୍ରଶାସନ । ଲୋକଙ୍କୁ କ୍ଷତିପୂରଣ ପର୍ଯ୍ୟାପ୍ତ ଦିଆଯିବ । ସରକାରଙ୍କୁ ସହଯୋଗ କରନ୍ତୁ ।

  • 13 ଜିଲ୍ଲାରେ ହାଇଆଲର୍ଟ

13 ଜିଲ୍ଲାରେ ପ୍ରଶାସନିକ ପ୍ରସ୍ତୁତି ସହ ସରକାର ଆଲର୍ଟରେ ଅଛନ୍ତି । ସହରାଞ୍ଚଳରେ ପାଣି ପଶିବାର ସମ୍ଭାବନା ଅଛି । ଜଳସେଚନ ବିଭାଗ ସହ ଆଲୋଚନା ହୋଇଛି । ନିଷ୍କାସନ କାମ ବି ଆରମ୍ଭ ହେଲାଣି । ଡ୍ୟାମରେ ଯେପରି ପାଣି ରହି ପାରିବ, ସେ ବ୍ୟବସ୍ଥା ବି ହୋଇଛି । ସାପ କାମୁଡା ଔଷଧ ସମ୍ବେଦନଶୀଳ ଅଞ୍ଚଳର 20 କିଲୋମିଟର ଭିତରେ ଗଛିତ ଅଛି । ଅଧ ଘଣ୍ଟାରୁ କମ ସମୟରେ ରୋଗୀ ପାଖରେ ପହଁଚିବୁ । ସଂକ୍ରମଣ ରୋକିବାକୁ ପାଣିରେ କ୍ଲୋରିନ ଓ ବ୍ଲିଚିଙ୍ଗ ଦିଆଯିବ । ସବୁ ରୋଡ଼ମ୍ୟାପ କରାଯାଇଛି । ଗଣମାଧ୍ୟମର ପ୍ରତିନିଧିଙ୍କୁ ଧନ୍ୟବାଦ, ସେମାନଙ୍କ ରିପୋର୍ଟ ବି ଆବଶ୍ୟକ ପଡୁଛି ।

  • 10 ଲକ୍ଷ ସ୍ଥାନାନ୍ତିରତ ହୋଇଛନ୍ତି:-

12 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବୁ ବୋଲି ପ୍ରାଥମିକ ଆକଳନ ରଖିଥିଲୁ । ହେଲେ ପରିସ୍ଥିତିକୁ ଦେଖି ଏବେ 10 ଲକ୍ଷରୁ କମିଲାଣି । ଆକଳନ ଅନୁସାରେ ପୁରୀରେ ପ୍ରକୋପ କମ ଅଛି । ଅଧିକ ପ୍ରଭାବ ସମ୍ଭାବନା ଥିବାରୁ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଅଧିକ ସ୍ଥାନାନ୍ତର କରିବାକୁ ପଡିବ । 18-19 NDRF ଆସିଲେଣି । 51 ODRAF, 178 ଅଗ୍ନିଶମ ଟିମ ଚମତ୍କାର ପ୍ରସ୍ତୁତି କରିଛନ୍ତି । 10 ମିନିଟିରେ ଗଛ କଟାଯିବାର ଅତ୍ୟାଧୁନିକ ମେସିନ, ଗ୍ଲାସ କଟର ମହାଜୁଦ ଅଛି । ଓଡ୍ରାଫ, NDRF ଓ ଅଗ୍ନିଶମ ଟିମକୁ ସହଯୋଗ କରିବାକୁ ଜଣେ ଜଣେ ଅଧିକାରୀ ଦିଆଯାଇଛି । ସେମାନଙ୍କ ଲାଗି ଖାଦ୍ୟ ଓ ORS ବ୍ୟବସ୍ଥା କରାଯାଇଛି । ଏ ବାବଦରେ ଅର୍ଥ ଖର୍ଚ୍ଚ କରିବାକୁ ଜିଲ୍ଲା ପ୍ରଶାସନକୁ କ୍ଷମତା ଦିଆଯାଇଛି । ସେମାନେ ଖୋଲା ହାତରେ ଖର୍ଚ୍ଚ କରନ୍ତୁ ।

  • ପୁରୀରୁ ପର୍ଯ୍ୟଟକଙ୍କୁ ପଠାଇଲା ପ୍ରଶାସନ:-

ପୁରୀରୁ ପର୍ଯ୍ୟଟକ ଫେରି ଗଲେଣି । ଟ୍ରେନ ବାତିଲ ଯୋଗୁଁ ସେମାନଙ୍କୁ ସଡ଼କ ପଥରେ ଭୁବନେଶ୍ୱର ପଠାଇଛି ପ୍ରଶାସନ । ସାମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ଏ ଯାଏଁ ବିଜୁଳି କାଟ ଖବର ଆସିନାହିଁ । ହେଲେ ପବନ ପାଇଁ ଟିକେ ବିଜୁଳି କଟି ପାରେ । ବ୍ୟାକଅପ ସପୋର୍ଟ ପାଇଁ DG, ଜେନେରେଟର ଦିଆଯାଇଛି । ଡାକ୍ତର ଅଭାବ ସ୍ଥାନରେ ବାହାର ସ୍ଥାନରୁ ଡାକ୍ତର ଆସିଲେଣି । ମୋଟାମୋଟି ଭାବେ ସରକାରଙ୍କ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ଚୂଡାନ୍ତ ବୈଠକ ଡ଼ାକିଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାପାଳ ସାମିଲ ହେବେ । ସ୍ଥାନାନ୍ତରଣ ଓ ବନ୍ଦୋବସ୍ତର ଚୂଡାନ୍ତ ରିପୋର୍ଟ ସେମାନେ ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.