ETV Bharat / state

କେନ୍ଦ୍ରାପଡ଼ା ହାବେଳିଖଟିରେ ଲ୍ୟାଣ୍ଡଫଲ କଲା ବାତ୍ୟା ଦାନା, ପବନ ବେଗ ୧୨୦ କିଲୋମିଟର, ବର୍ଷା ଜାରି

କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ହାବେଳିଖଟିରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ଦାନା । ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିଛି ।

ଲ୍ୟାଣ୍ଡଫଲ କଲା  ବାତ୍ୟା ଦାନା, କେନ୍ଦ୍ରାପଡ଼ା  ହାବେଳିଖଟିରେ ଛୁଇଁଲା ସ୍ଥଳଭାଗ
ଲ୍ୟାଣ୍ଡଫଲ କଲା ବାତ୍ୟା ଦାନା, କେନ୍ଦ୍ରାପଡ଼ା ହାବେଳିଖଟିରେ ଛୁଇଁଲା ସ୍ଥଳଭାଗ (ETV BHARAT Odisha)
author img

By ETV Bharat Odisha Team

Published : 4 hours ago

Updated : 3 hours ago

କେନ୍ଦ୍ରାପଡ଼ା/ବାଲେଶ୍ବର/ ଭୁବନେଶ୍ବର : ଶେଷରେ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିଛି । କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ହାବେଳିଖଟିଠାରେ ଲ୍ୟାଣ୍ଡଫଲ କରିଛି ଦାନା । ୨୪ ତାରିଖ (ଗୁରବାର) ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ମିନିଟ ସମୟରେ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରିଥିଲା ।

ଭାରତୀୟ ପାଣିପାଗ ବିଭାଗ-ଆଇଏମଡି ପକ୍ଷରୁ ଜାରି କରାଯାଇଛି ବାତ୍ୟା ସଂପର୍କିତ ନବମ ବୁଲେିଟନ । ଏଥିରେ ଦର୍ଶାଯାଇଛି ଯେ, ବାତ୍ୟା 'ଦାନା' କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ପ୍ରାଣୀ ଉଦ୍ୟାନ ନିକଟ ହାବେଳିଖାଟି ନେଚର କ୍ୟାମ୍ପ ନିକଟରେ ସ୍ଥଳଭାଗ ଛୁଇଁଛି । ଅର୍ଥାତ ପୂର୍ବ ନିର୍ଦ୍ଧାରିତ ସ୍ଥାନ ନିକଟବର୍ତ୍ତୀ ଅଞ୍ଚଳରେ ହିଁ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିଛି । ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଉତ୍ତର ଏବଂ ଉତ୍ତର ପଶ୍ଚିମ ଆଡ଼କୁ ଗତି କରୁଛି । ଲ୍ୟାଣ୍ଡଫଲ ସ୍ଥାନ ଭିତରକନିକା ନିକଟସ୍ଥ ହୋଇଥିବା ବେଳେ, ଏହା ଭଦ୍ରକର ଧାମରା ବନ୍ଦରର ଦକ୍ଷିଣ ଓ ଦକ୍ଷିଣପୂର୍ବଠାରୁ ୨୦ କିଲୋମିଟର ଦୂର ବୋଲି ଆଇଏମଡି ସୂଚନା ଦେଇଛି ।

Cyclone Dana landfall Ke ndrapara visual (ETV Bharat Odisha)

ଆଇଏମଡି ସୂଚନା ଅନୁସାରେ, ଲ୍ୟାଣ୍ଡଫଲ ପୁର୍ବର ୬ ଘଣ୍ଟାରେ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଗତି କରୁଥିଲା ବାତ୍ୟା । ୨୪ ତାରିଖ ବିଳମ୍ବିତ ରାତିଠାରୁ ପ୍ରାୟ ୩ ଘଟିକା ମଧ୍ୟରେ ପବନର ବେଗ ପାଖାପାଖି ୧୦୦ରୁ ୧୧୦ କିଲୋମିଟର ଥିବା ସୂଚନା ଦିଆଯାଇଛି । ଦାନା ଲ୍ୟାଣ୍ଡଫଲ ନେଇ ଭାରତୀୟ ପାଣିପାଗ ବିଭାଗ -ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି ।

Cyclone Dana landfall Balasore Visual (ETV Bharat Odisha)

ଲ୍ୟାଣ୍ଡଫଲ ପରେ ବାତ୍ୟା ଦାନା ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରିଥିଲା । ଲ୍ୟାଣ୍ଡଫଲ ପରେ ଭୀଷଣ ବାତ୍ୟାର ରୂପ ନେବା ସହ ପବନର ବେଗ ୧୦୦ ରୁ ୧୧୦ କିଲୋମିଟର ରହିଥିଲା । ଏହାସହ ଗଷ୍ଟିଂ ବେଗ ଘଣ୍ଟା ପ୍ରତି ୧୨୦ କିଲୋମିଟର ଥିଲା । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଉ କିଛି ଘଣ୍ଟା ପର୍ଯ୍ୟନ୍ତ ଲ୍ୟାଣ୍ଡଫଳ ପ୍ରକ୍ରିୟା ଜାରି ରହିବ । ସେହିପରି ଦିନ ପାଖାପାଖି ୧୧ଟା ପର୍ଯ୍ୟନ୍ତ ଭୀଷଣ ବାତ୍ୟାର ପ୍ରଭାବ ରହିବାର ସମ୍ଭାବନା ରହିଛି । ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ପରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ପ୍ରବଳ ବର୍ଷା ସାଙ୍ଗକୁ ଜୋର ପବନ ଯୋଗୁଁ ଗଛ ଭାଙ୍ଗି ପଡ଼ିଛି ଏବଂ କଚାଘର ନଷ୍ଟ ହୋଇଯାଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି ।

Manorama Mohanty Director, Bhubaneswar IMD (ETV Bharat Odisha)

ବାତ୍ୟା ସଂପର୍କିତ ଏହି ସବୁ ଖବର ମଧ୍ୟ ପଢନ୍ତୁ-

କେନ୍ଦ୍ରାପଡ଼ାରେ ବାତ୍ୟା 'ଦାନା' ଭୟ: ହେନ୍ତାଳ ବଣ ଭରସା, କାରଣ ଜାଣନ୍ତୁ...

ଓଡ଼ିଶାରେ କାହିଁକି ବାରମ୍ବାର ମାଡ଼ ହେଉଛି ବାତ୍ୟା ? ବଙ୍ଗୋପସାଗର ଆଶୀର୍ବାଦ ନା ଅଭିଶାପ, କଣ କହିଲେ IIT ପ୍ରଫେସର...

ଓଡିଶା ପାଇଁ ଅଶୁଭ ଅକ୍ଟୋବର ! ବାତ୍ୟା ଆସିଲେ ମନେପଡେ ମହାବାତ୍ୟା ୧୯୯୯, ୩୦୦ କିମି ବେଗରେ ପବନ, ୮ ମିଟର ଉଚ୍ଚ ଜୁଆର ...

ବାତ୍ୟାକୁ ନେଇ କେତେ ଭୟଭୀତ ? କରନ୍ତୁ ଏହି କାମ ରହିବେ ବିପଦ ମୁକ୍ତ

ମନେପଡ଼େ ମହାବାତ୍ୟା, ଅକ୍ଟୋବର କାଳ ରାତିକୁ ଭୁଲିନି ଗଞ୍ଜାମ, ରାତି ୯ରୁ ବଢ଼ିଥିଲା ପବନ ବେଗ...

ଇଟିଭି ଭାରତ, କେନ୍ଦ୍ରାପଡ଼ା/ବାଲେଶ୍ବର/ ଭୁବନେଶ୍ବର

Last Updated : 3 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.