ETV Bharat / state

ପାରାଦ୍ୱୀପଠୁ ୪୬୦ କିମି ଦୂରରେ ରହିଛି ବାତ୍ୟା 'ଦାନା'; ଆସିଲା ବଡ଼ ଅପଡେଟ୍

ବାତ୍ୟା ଉତ୍ତର-ପଶ୍ଚିମ ମୁହାଁ ହୋଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି । ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ।

CYCLONE DANA UPDATES BY IMD
CYCLONE DANA UPDATES BY IMD (ETV Bharat Odisha)
author img

By ETV Bharat Odisha Team

Published : 2 hours ago

Updated : 2 hours ago

ଭୁବନେଶ୍ବର: ଭୀଷଣ ବାତ୍ୟା ହୋଇ ଓଡ଼ିଶାରେ ସ୍ଥଳଭାଗ ଛୁଇଁବ ବାତ୍ୟା ଦାନା । ପୂର୍ବ କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପ ସାଗରରେ ଏହା ସକ୍ରିୟ ରହିଛି । ଏହା ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୧୨ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଛି । ପାରାଦ୍ବୀପ ଠାରୁ ୪୬୦ କିମି ଦୂରରେ ଏହା ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହେଉଛି । ସେହିପରି ଧାମରାରୁ ୪୯୦ କିମି ଦୂରରେ ଓ ସାଗର ଆଇଲାଣ୍ଡ ବା ପଶ୍ଚିମବଙ୍ଗ ଠାରୁ ୫୪୦ କିମି ଦୂରରେ ଦକ୍ଷିଣ ଦକ୍ଷିଣ ପୂର୍ବ କେନ୍ଦ୍ରୀଭୂତ ହୋଇଛି ।

ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ:

ବାତ୍ୟା 'ଦାନା' ଉତ୍ତର-ପଶ୍ଚିମ ମୁହାଁ ହୋଇ ଗତି କରୁଛି ।ଏହା ଅଧିକ ଘନୀଭୂତ ହୋଇ ପୁରୀ ଓ ସାଗର ଆଇଲାଣ୍ଡ ହୋଇ ଆସନ୍ତା ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଭୀଷଣ ବାତ୍ୟାର ରୂପ ନେଇ ଏହା ଗତି କରିବା ସହ ପବନର ବେଗ ୧୦୦ ରୁ ୧୧୦ ପବନ ସହ ୧୨୦ କିଲୋମିଟର ଝଟକା ପବନ ରହିବ । ୨୪ ତାରିଖ ରାତି ଓ ୨୫ ତାରିଖ ସକାଳ ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

CYCLONE DANA UPDATES BY IMD (ETV Bharat Odisha)

ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ:
ଆଜି ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଥିବାବେଳେ ରାଜ୍ୟରେ କିଛି ଅଞ୍ଚଳରେ ବର୍ଷା ଜାରି ରହିଛି । ପାରାଦ୍ବୀପରୁ ରାଡାରରୁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି । ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା, ବଢ଼ିଛି ପବନର ବେଗ । ସମୁଦ୍ର ଅଶାନ୍ତ ରହିଛି । ପୁରୀ, ଧାମରା,ପାରାଦ୍ବୀପ ବନ୍ଦର ପାଇଁ ୧୦ ନମ୍ବର ବିପଦ ସଙ୍କେତ ଜାରି ହୋଇଥିବା ବେଳେ ଗୋପାଳପୁରକୁ ଜାରି ହୋଇଛି ୮ ନମ୍ବର ବିପଦ ସଙ୍କେତ ।

୨୪ ତାରିଖର କେଉଁ କେଉଁ ଜିଲ୍ଲାକୁ ଆର୍ଲଟ ?

୨୪ ତାରିଖରୁ ସାରା ରାଜ୍ୟରେ ବିସ୍ତୃତି ବର୍ଷା ହେବା ସହ ଭୀଷଣ ବର୍ଷାକୁ ନେଇ ଜଗସିଂପୁର, କେନ୍ଦ୍ରାପଡ଼ା , କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜକୁ ରେଡ୍ ଆଲର୍ଟ ଜାରି ହୋଇଛି । ପ୍ରବଳରୁ ଅତି ପ୍ରବଳ ପାଇଁ ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ, ଢେଙ୍କାନାଳରେ ଅରେଞ୍ଜ ୱାର୍ଣ୍ଣିଂ ସହ ପ୍ରବଳ ବର୍ଷା ପାଇଁ ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ଦେଓଗଡ, ସୁନ୍ଦରଗଡ, କନ୍ଧମାଳରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

୨୫ ତାରିଖର କେଉଁ ଜିଲ୍ଲାକୁ ରେଡ୍ ଆର୍ଲଟ ?

୨୫ ତାରିଖରେ ବାଲେଶ୍ୱର, କେନ୍ଦୁଝର ,ଭଦ୍ରକ ଓ ମୟୁରଭଞ୍ଜକୁ ରେଡ୍ ଆଲର୍ଟ । ସେହିପରି ପ୍ରବଳରୁ ଅତି ପ୍ରବଳ ପାଇଁ ଯାଜପୁର, କେନ୍ଦ୍ରାପଡା ,ଢେଙ୍କାନାଳ, ଅନୁଗୁଳ, କଟକ ଓ ଜଗତସିଂହପୁରରେ ଅରେଞ୍ଜ ୱାର୍ଣ୍ଣିଂ ସହ ପ୍ରବଳ ବର୍ଷା ପାଇଁ ଦେଓଗଡ, ସୁନ୍ଦରଗଡ, ସମ୍ବଲପୁର, ଖୋର୍ଦ୍ଧା ,ଝରୁଗୁଡ଼ା ଏବଂ ପୁରୀରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ ...ସରକାର ପ୍ରସ୍ତୁତ; ଗ୍ରାଉଣ୍ଡ ଜିରୋରେ ଅଛନ୍ତି ମନ୍ତ୍ରୀ ଓ ଅଧିକାରୀ କହିଲେ ରାଜସ୍ୱ ମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ ...କେନ୍ଦ୍ରାପଡ଼ାରେ ବାତ୍ୟା 'ଦାନା' ଭୟ: ହେନ୍ତାଳ ବଣ ଭରସା, କାରଣ ଜାଣନ୍ତୁ...

ଏହା ମଧ୍ୟ ପଢନ୍ତୁ ...ମାଡ଼ି ଆସୁଛି 'ଦାନା'; ଅସ୍ୱାସ୍ଥ୍ୟକର, ଅବ୍ୟବସ୍ଥା ଓ ଅସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳୀ ! ‘ଇଟିଭି ଭାରତ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟ

୨୬ ତାରିଖରେ ଏହି ଜିଲ୍ଲାକୁ ଆର୍ଲଟ ...

CYCLONE DANA UPDATES BY IMD
CYCLONE DANA UPDATES BY IMD (ETV Bharat Odisha)

୨୬ରେ ମଧ୍ୟ ଭାରି ବର୍ଷା ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ରହିବ l କିଛି ସ୍ଥାନରେ ଅର୍ଥାତ କେନ୍ଦ୍ରାପଡା, ଜଗତସିଂହପୁର,ଭଦ୍ରକ ଜିଲ୍ଲାରେ ସମୁଦ୍ର ପାଣି ମାଡିଆସିବାର ସମ୍ଭାବନା ରହିଛି । ସାଧାରଣ ଜୁଆରର ୧ ରୁ ୨ ମିଟର ଜୁଆର ମାଡିଆସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଭୁବନେଶ୍ବରରେ ପାଗ ମେଘୁଆ ରହିବ। ୨୪ ଓ ୨୫ରେ ବର୍ଷା ହେବ । ପବନର ବେଗ ୬୦ରୁ ୭୦ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.