ETV Bharat / state

ମାଡିଆସୁଛି ‘ଦାନା’, ମୁକାବିଲା ପାଇଁ 9 ମନ୍ତ୍ରୀଙ୍କୁ 9 ଜିଲ୍ଲା ଦାୟିତ୍ବ

ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଅଣ୍ଟା ଭିଡିଲେ ମୋହନ ମାଝୀ ସରକାର । 9 ଜିଲ୍ଲା ପାଇଁ 9 ମନ୍ତ୍ରୀଙ୍କୁ ଦେଲେ ଦାୟିତ୍ବ ।

CYCLONE DANA
CYCLONE DANA (ETV Bharat Odisha)
author img

By ETV Bharat Odisha Team

Published : 2 hours ago

ଭୁବନେଶ୍ବର: ବାତ୍ୟାର ରୂପ ନେଲା ‘ଦାନା’ । ଏହାର ମୁକାବିଲା ଓ ପରବର୍ତ୍ତୀ ପରିସ୍ଥିତିର ପରିଚାଳନା ଲାଗି ଅଣ୍ଟା ଭିଡ଼ିଛନ୍ତି ମୋହନ ମାଝୀ ସରକାର । ଏକକ ସରକାର ଗଠନ ପରେ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି ଟିମ ମୋହନ ଆଣ୍ଡ କୋ । ବିପର୍ଯ୍ୟୟ ମୁକାବିଲାରେ ପଛୁଆ ନରହିବା ଲାଗି ସମସ୍ତ ପ୍ରକାର ଜୋର ଲଗାଇ ଦେଇଛନ୍ତି ବିଜେପି ସରକାର । ପ୍ରଥମେ ଅଧିକାରୀ ଆଉ ଏବେ ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସାମ୍ଭାବ୍ୟ ବାତ୍ୟା ଓ ପରବର୍ତ୍ତୀ ସ୍ଥିତିର ସମ୍ମୁଖିନ ହେବାକୁ ଥିବା ଜିଲ୍ଲା ଲାଗି ମନ୍ତ୍ରୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି । 9 ମନ୍ତ୍ରୀଙ୍କୁ 9 ଜିଲ୍ଲା ଦାୟିତ୍ବ ଦିଆଯାଇଛି । ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜିଲ୍ଲା ଦାୟିତ୍ବ ମିଳିଛି ।

କେଉଁ ମନ୍ତ୍ରୀଙ୍କୁ କେଉଁ ଜିଲ୍ଲା ଦାୟିତ୍ବ:

ନିଜ ଜିଲ୍ଲା ଜଗିବେ ଶିଳ୍ପମନ୍ତ୍ରୀ: ଜଗତସିଂହପୁର ଜିଲ୍ଲା ଦାୟିତ୍ବରେ ରହିବେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ । ଏହା ମନ୍ତ୍ରୀଙ୍କ ଘରୋଇ ଜିଲ୍ଲା । ପୂର୍ବରୁ ସାଧାରଣ ନାଗରିକ ଭାବେ ସମ୍ପଦଙ୍କର ବାତ୍ୟାର ଅଭିଜ୍ଞତା ରହିଛି । ବିଭିନ୍ନ ବାତ୍ୟାରେ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ପ୍ରଭାବିତ ହୋଇଛି । ସାମ୍ଭାବ୍ୟ ବାତ୍ୟା ଦାନାର ପ୍ରଭାବ ପାରାଦୀପ ସମେତ ସମ୍ପୂର୍ଣ୍ଣ ଜିଲ୍ଲାରେ ପଡ଼ିବାର ସମ୍ଭାବନା ରହିଛି ।

ଭଦ୍ରକ ଦାୟିତ୍ବ ବୁଝିବେ ସୂର୍ଯ୍ୟବଂଶୀ:

ବାଲେଶ୍ଵର ଦାୟିତ୍ବରେ ରହିବେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାୟକ । ଘରୋଇ ଜିଲ୍ଲା ଭଦ୍ରକ ଦାୟିତ୍ବରେ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ମନ୍ତ୍ରୀ ନିଜସ୍ଵ ନିର୍ବାଚନ ମଣ୍ଡଳୀ ଧାମନଗର ଜିଲ୍ଲାର ସର୍ବାଧିକ ବନ୍ୟା ପ୍ରଭାବିତ ଅଞ୍ଚଳ । ତେଣୁ ମନ୍ତ୍ରୀ ହେବା ପୂର୍ବରୁ ମନ୍ତ୍ରୀଙ୍କର ବିପର୍ଯ୍ୟୟ ମୁକାବିଲା ଅଭିଜ୍ଞତା ରହିଛି । ସେହିପରି ଘରୋଇ ଜିଲ୍ଲା ମୟୂରଭଞ୍ଜ ଦାୟିତ୍ବରେ ରହିବେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।

ଏହା ମଧ୍ୟ ପଢନ୍ତୁ:

ଓଡ଼ିଶା ସରକାରଙ୍କ ବାତ୍ୟା ‘ଦାନା’ ମୁକାବିଲା: ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ, ୬ ଜିଲ୍ଲା ସମ୍ବେଦନଶୀଳ

ସମ୍ଭାବ୍ୟ ବାତ୍ୟା ଗଭୀର ଅବପାତରେ ପରିଣତ, ପାରାଦ୍ବୀପରୁ 690 କିମି ଦୂରରେ କେନ୍ଦ୍ରୀଭୂତ, ୨୪ରେ ଭୀଷଣ ବାତ୍ୟା, ଘଣ୍ଟାକୁ ୭ କିମି ବେଗରେ ଗତି କରୁଛି

ସତ ହେଲା ଭବିଷ୍ୟବାଣୀ ! ପଞ୍ଜିକାରେ ବାତ୍ୟାର ପୂର୍ବନୁମାନ..

ଯାତ୍ରା କରୁଥିଲେ ଜାଣିନିଅନ୍ତୁ, ବାତ୍ୟା ପାଇଁ ୧୯୭ ଟ୍ରେନ ବାତିଲ

ଅବପାତ ପରେ ବଳ ଗୋଟାଉଛି ବାତ୍ୟା ‘ଦାନା’, ଉତ୍ତର ଓଡ଼ିଶାରେ ରହିବ ଅଧିକ ପ୍ରଭାବ: ମୃତ୍ୟୁଞ୍ଜୟ ମହାପାତ୍ର

ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ବ:

ଘରୋଇ ଜିଲ୍ଲା ପୁରୀ ଦାୟିତ୍ବରେ ରହିବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେବା ପୂର୍ବରୁ ଉପ ମୁଖ୍ୟମନ୍ତ୍ରୀ ପୁରୀରେ ଅଛନ୍ତି । ଜିଲ୍ଲାର ସାମ୍ଭାବ୍ୟ ବାତ୍ୟା ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରୁଛନ୍ତି । ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । କେନ୍ଦ୍ରାପଡା ଦାୟିତ୍ବରେ ରହିବେ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ମେଣ୍ଟ ସରକାରରେ ବିପର୍ଯ୍ୟୟ ପରିଚାଳନାର ଅଭିଜ୍ଞତା ଉପ ମୁଖ୍ୟମନ୍ତ୍ରୀଙ୍କର ରହିଛି । ସେହିପରି ଘରୋଇ ଜିଲ୍ଲା ଗଞ୍ଜାମ ଦାୟିତ୍ବରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । କେନ୍ଦୁଝର ଜିଲ୍ଲା ଦାୟିତ୍ବ ତୁଲାଇବେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ରପାତ୍ର । କଟକ ପରିସ୍ଥିତିର ମୁକାବିଲାର ପରିଚାଳନା ଦାୟିତ୍ବରେ ରହିବେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.